ଖାଇବା ତେଲ ମହଙ୍ଗା

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍‌ଏଓ) ସୂଚନାନୁସାରେ, ଶସ୍ୟ ମୂଲ୍ୟ ହ୍ରାସ ସତ୍ତ୍ୱେ ଖାଇବାତେଲ ଦର ବୃଦ୍ଧି ଯୋଗୁ ବିଶ୍ୱ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଏଫ୍‌ଏଓର ଖାଦ୍ୟ ମୂଲ୍ୟ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ପାଇଛି ଏବଂ ମାର୍ଚ୍ଚ ୨୦୨୪ରେ ୧୧୮.୩ ପଏଣ୍ଟରେ ପହଞ୍ଚିଛି। ଖାଇବା ତେଲର ଉପ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୮ ପ୍ରତିଶତ ବୃଦ୍ଧି ସହ ୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋୟା, ସୂର୍ଯ୍ୟମୁଖୀ ଏବଂ ସୋରିଷ ତେଲର ମୂଲ୍ୟ ବୃଦ୍ଧି ପାଉଥିବା ଏଫ୍‌ଏଓ ପକ୍ଷରୁ ସୂଚନା ରହିଛି। ଖଜୁରି ଅମଳକାରୀ ଦେଶରେ ଅମଳ ହ୍ରାସ ହେତୁ ଖଜୁରିତେଲ(ପାମ୍‌ ଅଏଲ)ର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ଏଥିସହ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକରେ ଏହାର ଚାହିଦା ମୂଲ୍ୟ ବୃଦ୍ଧିର ଆଉ ଏକ କାରଣ ହୋଇଛି। ଜୈବ ଇନ୍ଧନ କ୍ଷେତ୍ର ଏବଂ ବଢ଼ୁଥିବ ଚାହିଦା ହେତୁ ସୋୟା ତେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚରେ ଦୁଗ୍ଧ ମୂଲ୍ୟ ୨.୯ ପ୍ରତିଶତ ଏବଂ ମାଂସ ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ପୂର୍ବରୁ ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ମାତ୍ର ପରବର୍ତ୍ତୀ ସମୟରେ ମୂଲ୍ୟ ହ୍ରାସ ପାଇଥିଲା। ଭାରତରେ ମୁଦ୍ରାନୀତି ଘୋଷଣା କରିବାବେଳେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ଖାଦ୍ୟ ସାମଗ୍ରୀର ମୂଲ୍ୟ ନେଇ ଅନିଶ୍ଚିତତା ଲାଗି ରହିଛି। ଏହି କାରଣରୁ ମୁଦ୍ରାସ୍ଫୀତି ଉପରେ ଚାପ ପଡ଼ିପାରେ। ଡାଲିର ଚାହିଦା ଏବଂ ଯୋଗାଣ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିବାବେଳେ କିଛି ପନିପରିବା ମୂଲ୍ୟ ଉପରେ ନଜର ରଖିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri