କରୋନାରେ ସଂକ୍ରମିତ ହେଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ଖବର ଆସିଥିଲା କି ହିମାଂଶଙ୍କ ମାତା-ପିତା ଓ ଭଉଣୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏବେ ମିଳିଥିବା ସୂଚନାରୁ ଜଣାପଡିଛି ଅଭିନେତା ହିମାଂଶ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି କି ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସେ ସୂଚନା ଦେଇଥିଲେ। ଆଉ ଏବେ କରୋନା ତାଙ୍କୁ ତା’ କବଳକୁ ନେଇ ଯାଇଥିବା ସେ ଲେଖିଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ଓ ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁ ଏବେ ମୋ ପରିବାର କରୋନା କବଳରୁ ମୁକ୍ତ ହେବାକୁ ଯାଉଛନ୍ତି। ତେବେ ସେ କରୋନା ଭାଇରସକୁ ଭୟ କରୁ ନ ଥିବା ପ୍ରକାଶ କରୁଥିବା ବେଳେ ଏହାକୁ ସାଧାରଣ ଭାବି ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ମଧ୍ୟ ହିମାଂଶ କହିଛନ୍ତି। ଆମେମାନେ ଭାବୁଛେ ଆମ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି , ଆମେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିଛୁ ଏହି ଭାଇରସ ଆମର କିଛି କରି ପାରିବ ନାହିଁ। ହେଲେ ଏପରି ଭାବିବା ଭୁଲ୍‌। କାରଣ ଏହା କାହାକୁ ବି ହୋଇପାରେ। ଏହାସହ ହିମାଂଶ କରୋନାଠାରୁ ଦୂରେଇ ରହିବାକୁ କିଛି ଘରୋଇ ଟିପ୍ସ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ସହ ବେଶ୍‌ କିଛିଦିନ ରିଲେସନଶିପରେ ରହିବା ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଇମୋଶନାଲ ହେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପିତା କୃଷ୍ଣରାଜ ରାୟଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି। ଐଶ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପିତାଙ୍କୁ ମନେ ପକାଇବା...

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର...

ଏହି ଅଭିନେତ୍ରୀଙ୍କ ସ୍ବପ୍ନରେ ଆସିଲେ ସୁଶାନ୍ତ ସିଂ ରାଜପୁତ! କହିଲେ ତୁମ ପୁଅ ହୋଇ ଜନ୍ମ ନେବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ସହ ଥିବା ପୁରୁଣା...

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ଅନୁଷ୍କା, ୟୁଜର୍ସ କହିଲେ ଏମିତି…

ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ ଫ୍ଲପ୍‌ ହେବା ପରେ ଆଜିପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍‌ କରିନାହାନ୍ତି। ହାତରେ ଫିଲ୍ମ ନ ଥିଲେ କ’ଣ ହେଲା...

ପୁଣିଥରେ ରିଲିଜ୍‌ ହେବ ‘ଅଂଗ୍ରେଜି ମିଡିୟମ’

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମଳିଲାଣି। ଏହି ମାରାତ୍ମକ ଭୂତାଣୁଠାରୁ ଦୂରେଇ ରହିବାକୁ ଏବେ ଜରୁରୀ ବ୍ୟବସ୍ଥା ଗ୍ରହଣ...

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

Coronavirus Update

Archives

Model This Week

Why Dharitri