ଦୃଷ୍ଟି ପଡ଼ୁ ନାହିଁ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ ଭାରତରେ ଦଳିତ, ଆଦିବାସୀ ଓ ମୁସଲମାନଙ୍କ ପ୍ରତି ଅଧିକ ଅନ୍ୟାୟ ହେଉଥିବାର ପରିଲକ୍ଷିତ ହୋଇଛି। ଉଚ୍ଚଜାତି ଓ ଧନୀ ବର୍ଗଠାରୁ ଏହି ତିନି ଗୋଷ୍ଠୀର ନାଗରିକ ସବୁବେଳେ ବିଭିନ୍ନ ଅପରାଧରେ ଟଣା ହୋଇ ଜେଲ ପଠାଯାଉଛନ୍ତି। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଆମେ କୌଣସି ଭାବେ ତଥାକଥିତ ଗରିବ କିମ୍ବା କୌଣସି ଗୋଟେ ବର୍ଗର ଲୋକଙ୍କୁ ନିରୀହର ଆଖ୍ୟା ଦେବାକୁ ଚେଷ୍ଟା କରୁନାହୁଁ। ଅନେକ ଧନୀ ଓ ଉଚ୍ଚଜାତିର ଲୋକ ଯେଉଁଭଳି ଭାବେ ଅପରାଧ ଘଟାନ୍ତି, ସେଭଳି ଭାବେ ବିଭିନ୍ନ ବର୍ଗର ଗରିବଙ୍କ ଦ୍ୱାରା ଅପରାଧ ଘଟାଯାଉଥିବାର ଦୃଷ୍ଟାନ୍ତ ଭାରତରେ ଦେଖିବାକୁ ମିଳୁଛି। ସହରରେ ଥିବା ବସ୍ତିବାସିନ୍ଦା କିମ୍ବା ଉପକଣ୍ଠରେ ଥିବା ଗ୍ରାମବାସୀ ସମସ୍ତେ ନିରୀହ ଏବଂ ଅସହାୟ ବୋଲି କହିବା ସମ୍ପୂର୍ଣ୍ଣ ମିଥ୍ୟା ହେବ। ଅପରପକ୍ଷରେ ଏନ୍‌ସିଆର୍‌ବିର ତଥ୍ୟ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଦର୍ଶାଉଛି। ୨୦୧୯ ତଥ୍ୟ କହେ ଯେ, ଅବହେଳିତ ବର୍ଗ ମଧ୍ୟରେ ମୁସଲମାନ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଦୋଷୀଙ୍କଠାରୁ ଅଧିକ ରହିଛି। ଦେଶର ସମୁୁଦାୟ ଦୋଷୀଙ୍କ ସଂଖ୍ୟାର ୧୬.୬ ପ୍ରତିଶତ ମୁସଲମାନ ଥିବା ବେଳେ ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୧୮.୭ ପ୍ରତିଶତ ମୁସଲମାନ ବିଚାରାଧୀନ କଏଦୀ ଅଛନ୍ତି। ସେହିପରି ଦେଶର ଜେଲରେ ଥିବା ସମୁଦାୟ ଦୋଷୀଙ୍କ ମଧ୍ୟରୁ ଦଳିତଙ୍କ ପ୍ରତିଶତ ରହିଛି ୨୧.୭ ଓ ଜେଲରେ ଥିବା ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୨୧ ପ୍ରତିଶତ ଦଳିତ ଅଛନ୍ତି। ଅନୁରୂପ ଭାବେ ସମୁଦାୟ ଦୋଷୀ ସଂଖ୍ୟାର ୧୩.୬ ପ୍ରତିଶତ ଏବଂ ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୧୦.୫ ପ୍ରତିଶତ ଆଦିବାସୀ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତ ଜନସଂଖ୍ୟାର ୧୬.୬ ପ୍ରତିଶତ ଦଳିତ ରହିଥିବା ବେଳେ ତଫସିଲଭୁକ୍ତ ଜାତିଙ୍କ ସଂଖ୍ୟା ୮.୬ ପ୍ରତିଶତ ଏବଂ ମୁସଲମାନଙ୍କ ଭାଗ ୧୪.୨ ପ୍ରତିଶତ ରହିଛି। ଅର୍ଥାତ୍‌ ତୁଳନାତ୍ମକ ଭାବେ ଦେଖିଲେ ଦେଶର ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ମୁସଲମାନ ଥିବା ବେଳେ ଜେଲରେ ୩୫.୩ ପ୍ରତିଶତ ମୁସଲମାନ ଅଛନ୍ତି। ସେହିଭଳି ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଥିବା ବେଳେ ୨୪.୧ ପ୍ରତିଶତ ଜେଲରେ ଅଛନ୍ତି। ଅନୁରୂପ ଭାବେ ଭାରତ ଜନସଂଖ୍ୟାର ୧୬.୬ ପ୍ରତିଶତ ଦଳିତ ରହିଥିବା ବେଳେ ୪୨.୭ ପ୍ରତିଶତ ଦଳିତ ଜେଲରେ ଅଛନ୍ତି।
ଉପରଲିଖିତ ପରିସଂଖ୍ୟାନକୁ ଦେଖିଲେ ଦେଶରେ ଅବହେଳିତ ବର୍ଗ ସବୁଠାରୁ ବେଶି ଜେଲଜୀବନ ବିତାଉଛନ୍ତି। ଏହାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମରେ ଦେଶରେ ଅପରାଧ ନ୍ୟାୟ ବ୍ୟବସ୍ଥା ବା କ୍ରିମିନାଲ ଜଷ୍ଟିସ୍‌ ସିଷ୍ଟମ ମନ୍ଥର ଗତିରେ ଚାଲୁଛି ଓ ଦ୍ୱିତୀୟରେ ଅବହେଳିତ ବର୍ଗଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଯେଉଁମାନେ ନାମକରା ଆଇନଜୀବୀଙ୍କୁୁ ନେଇ ମାମଲା ଲଢ଼ିପାରୁଛନ୍ତି, ସେମାନେ ଶୀଘ୍ର ଜାମିନ ପାଇପାରୁଛନ୍ତି। ଅନ୍ୟପକ୍ଷରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଛୋଟ ଅପରାଧ କରି ଅନେକ ଗରିବ ଦୀର୍ଘଦିନ ଧରି ଜେଲରେ ରହୁଛନ୍ତି। ତେବେ ଅସହାୟ ଓ ଗରିବଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ପାଇଁ ଭାରତରେ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସୁଫଳ ସେମାନଙ୍କୁ ଠିକ୍‌ ଭାବେ ମିଳିପାରୁ ନାହିଁ। ଦିଲ୍ଲୀସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୯ରେ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଇନ ସହାୟତା ପରାମର୍ଶ ବା ଲିଗାଲ ଏଡ୍‌ କାଉନ୍‌ସେଲ୍‌ (ଏଲ୍‌ଏସି)ର ସେବା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି। ଏଲ୍‌ଏସି ସମ୍ପୂର୍ଣ୍ଣ ମାଗଣା ସେବା ଯୋଗାଇବା ଲାଗି ଉଦ୍ଦିଷ୍ଟ। ହେଲେ ବିନାମୂଲ୍ୟରେ ସେବା ପାଇବା ପାଇଁ ଏଲ୍‌ଏସିର ଦ୍ୱାରସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୬ ପ୍ରତିଶତ କହିଛନ୍ତି ଯେ, ସେମାନଙ୍କ ମାମଲା ପରିଚାଳନା କରିବା ସକାଶେ ଅର୍ଥ ମଗାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ଦଳିତ, ଆଦିବାସୀ, ମହିଳା, ଶିଶୁ, ମାନବ ଚାଲାଣର ଶିକାର ହୋଇଥିବା ପୀଡ଼ିତ, ଭିନ୍ନକ୍ଷମ, ଶିଳ୍ପ ଶ୍ରମିକ ଏବଂ ଗରିବମାନେ ଆଜିର କ୍ରିମିନାଲ ଜଷ୍ଟିସ୍‌ ସିଷ୍ଟମ୍‌ରୁ ଠିକ୍‌ ଭାବେ ନ୍ୟାୟ ପାଇପାରୁ ନାହାନ୍ତି। ଏମିତିରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ଦେଖିଲେ ସାଧାରଣ ବର୍ଗର ସବୁ ବ୍ୟକ୍ତି ଠିକ୍‌ ସମୟରେ ଓ ସମାନ ଭାବେ ନ୍ୟାୟ ପାଇପାରି ନ ଥାଆନ୍ତି। ବଡ଼ବଡ଼ିଆଙ୍କ ମାମଲାକୁ ଶୀଘ୍ର ପଞ୍ଜୀକରଣ କରାଯାଇ ତୁରନ୍ତ ନ୍ୟାୟ ଦିଆଯାଇପାରୁଛି। ଅନ୍ୟପକ୍ଷରେ ଅସଂଖ୍ୟ ମାମଲା ଦୀର୍ଘବର୍ଷ ଅଦାଲତରେ ପଡ଼ି ରହିଥିଲେ ମଧ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରେ ନାହିଁ। ନାମୀଦାମୀ ଓକିଲମାନେ ଯେଉଁ ମାମଲାରୁ ଅଧିକ ଅର୍ଥ ମିଳିପାରିବ ତା’ ପଛରେ ଧାଇଁଥାଆନ୍ତି। ଆର୍ଥତ୍‌ ଗରିବ ଓ ଅସହାୟଙ୍କ ପାଇଁ ସମାଜର କୌଣସି ସ୍ତରରୁ ଦରଦ ନ ଥିବା ଭଳି ମନେହେଉଛି।
ଏଠାରେ କେବଳ ଓକିଲଙ୍କୁ ଦୋଷ ଦେଲେ ହେବ ନାହିଁ। ଆମ ନ୍ୟାୟାଳୟରେ ନିଯୁକ୍ତି ପାଉଥିବା ବିଚାରପତି ଓ ଅଧିକାରୀମାନେ ନିଜକୁ ଅସାଧାରଣ ବୋଲି ସାଧାରଣରେ ଛବି ତିଆରି କରିଦେଇଛନ୍ତି। ସେଥିପାଇଁ ଅରୁଣ ମିଶ୍ରଙ୍କ ଭଳି ବିଚାରପତି ସୁପ୍ରିମକୋର୍ଟରେ ସବୁ ବଡ଼ କମ୍ପାନୀର ମାମଲା ଶୁଣାଣିି କରିବାରେ ସକ୍ଷମ ହୋଇ ନିଜର ସୁବିଧା କୋରି ନେଇପାରୁଛନ୍ତି। ଭାରତୀୟ ବ୍ୟବସ୍ଥାରେ ଏଭଳି ବିଚାରପତିମାନେ ଏକ ନୂଆ ରାସ୍ତା ଦେଖାଇବାକୁ କେବେ ହେଲେ ଚେଷ୍ଟା କରୁନାହାନ୍ତି। ଉଦାହରଣ ସ୍ବରୂପ, ଛବିରାଣୀ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଯାଏ ନିଷ୍ପତ୍ତି ହେବା ପାଇଁ ଦୀର୍ଘ ୨୨ ବର୍ଷ ଲାଗିଗଲା। ସେହି ସମୟ ମଧ୍ୟରେ ଘଟଣାରେ ସମ୍ପୃକ୍ତ ଅନେକ ଅପରାଧୀଙ୍କ ମୃତ୍ୟୁ ମଧ୍ୟ ଘଟିଯାଇଥିଲା। ଯଦି ଟାଟା, ରିଲାଏନ୍ସ କିମ୍ବା ପ୍ରଶାନ୍ତ ଭୂଷଣଙ୍କ ମାମଲା ଆସେ ତେବେ ସର୍ବୋଚ୍ଚ ବିଚାରପତିମାନଙ୍କ ତତ୍ପରତା କୌତୂହଳପୂର୍ଣ୍ଣ ମନେହୁଏ। ସାଧାରଣ ନାଗରିକ ପ୍ରତି ଘଟୁଥିବା ଅନ୍ୟାୟକୁ ସଜାଡ଼ିବା ଏହି ବିଚାରପତିଙ୍କ ଦୃଷ୍ଟିକୁ କେବେ ହେଲେ ଆସୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri