ଦୃଷ୍ଟି ପଡ଼ୁ ନାହିଁ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ ଭାରତରେ ଦଳିତ, ଆଦିବାସୀ ଓ ମୁସଲମାନଙ୍କ ପ୍ରତି ଅଧିକ ଅନ୍ୟାୟ ହେଉଥିବାର ପରିଲକ୍ଷିତ ହୋଇଛି। ଉଚ୍ଚଜାତି ଓ ଧନୀ ବର୍ଗଠାରୁ ଏହି ତିନି ଗୋଷ୍ଠୀର ନାଗରିକ ସବୁବେଳେ ବିଭିନ୍ନ ଅପରାଧରେ ଟଣା ହୋଇ ଜେଲ ପଠାଯାଉଛନ୍ତି। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଆମେ କୌଣସି ଭାବେ ତଥାକଥିତ ଗରିବ କିମ୍ବା କୌଣସି ଗୋଟେ ବର୍ଗର ଲୋକଙ୍କୁ ନିରୀହର ଆଖ୍ୟା ଦେବାକୁ ଚେଷ୍ଟା କରୁନାହୁଁ। ଅନେକ ଧନୀ ଓ ଉଚ୍ଚଜାତିର ଲୋକ ଯେଉଁଭଳି ଭାବେ ଅପରାଧ ଘଟାନ୍ତି, ସେଭଳି ଭାବେ ବିଭିନ୍ନ ବର୍ଗର ଗରିବଙ୍କ ଦ୍ୱାରା ଅପରାଧ ଘଟାଯାଉଥିବାର ଦୃଷ୍ଟାନ୍ତ ଭାରତରେ ଦେଖିବାକୁ ମିଳୁଛି। ସହରରେ ଥିବା ବସ୍ତିବାସିନ୍ଦା କିମ୍ବା ଉପକଣ୍ଠରେ ଥିବା ଗ୍ରାମବାସୀ ସମସ୍ତେ ନିରୀହ ଏବଂ ଅସହାୟ ବୋଲି କହିବା ସମ୍ପୂର୍ଣ୍ଣ ମିଥ୍ୟା ହେବ। ଅପରପକ୍ଷରେ ଏନ୍‌ସିଆର୍‌ବିର ତଥ୍ୟ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ଦର୍ଶାଉଛି। ୨୦୧୯ ତଥ୍ୟ କହେ ଯେ, ଅବହେଳିତ ବର୍ଗ ମଧ୍ୟରେ ମୁସଲମାନ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଦୋଷୀଙ୍କଠାରୁ ଅଧିକ ରହିଛି। ଦେଶର ସମୁୁଦାୟ ଦୋଷୀଙ୍କ ସଂଖ୍ୟାର ୧୬.୬ ପ୍ରତିଶତ ମୁସଲମାନ ଥିବା ବେଳେ ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୧୮.୭ ପ୍ରତିଶତ ମୁସଲମାନ ବିଚାରାଧୀନ କଏଦୀ ଅଛନ୍ତି। ସେହିପରି ଦେଶର ଜେଲରେ ଥିବା ସମୁଦାୟ ଦୋଷୀଙ୍କ ମଧ୍ୟରୁ ଦଳିତଙ୍କ ପ୍ରତିଶତ ରହିଛି ୨୧.୭ ଓ ଜେଲରେ ଥିବା ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୨୧ ପ୍ରତିଶତ ଦଳିତ ଅଛନ୍ତି। ଅନୁରୂପ ଭାବେ ସମୁଦାୟ ଦୋଷୀ ସଂଖ୍ୟାର ୧୩.୬ ପ୍ରତିଶତ ଏବଂ ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୧୦.୫ ପ୍ରତିଶତ ଆଦିବାସୀ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତ ଜନସଂଖ୍ୟାର ୧୬.୬ ପ୍ରତିଶତ ଦଳିତ ରହିଥିବା ବେଳେ ତଫସିଲଭୁକ୍ତ ଜାତିଙ୍କ ସଂଖ୍ୟା ୮.୬ ପ୍ରତିଶତ ଏବଂ ମୁସଲମାନଙ୍କ ଭାଗ ୧୪.୨ ପ୍ରତିଶତ ରହିଛି। ଅର୍ଥାତ୍‌ ତୁଳନାତ୍ମକ ଭାବେ ଦେଖିଲେ ଦେଶର ମୋଟ ଜନସଂଖ୍ୟାର ୧୪.୨ ପ୍ରତିଶତ ମୁସଲମାନ ଥିବା ବେଳେ ଜେଲରେ ୩୫.୩ ପ୍ରତିଶତ ମୁସଲମାନ ଅଛନ୍ତି। ସେହିଭଳି ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଥିବା ବେଳେ ୨୪.୧ ପ୍ରତିଶତ ଜେଲରେ ଅଛନ୍ତି। ଅନୁରୂପ ଭାବେ ଭାରତ ଜନସଂଖ୍ୟାର ୧୬.୬ ପ୍ରତିଶତ ଦଳିତ ରହିଥିବା ବେଳେ ୪୨.୭ ପ୍ରତିଶତ ଦଳିତ ଜେଲରେ ଅଛନ୍ତି।
ଉପରଲିଖିତ ପରିସଂଖ୍ୟାନକୁ ଦେଖିଲେ ଦେଶରେ ଅବହେଳିତ ବର୍ଗ ସବୁଠାରୁ ବେଶି ଜେଲଜୀବନ ବିତାଉଛନ୍ତି। ଏହାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମରେ ଦେଶରେ ଅପରାଧ ନ୍ୟାୟ ବ୍ୟବସ୍ଥା ବା କ୍ରିମିନାଲ ଜଷ୍ଟିସ୍‌ ସିଷ୍ଟମ ମନ୍ଥର ଗତିରେ ଚାଲୁଛି ଓ ଦ୍ୱିତୀୟରେ ଅବହେଳିତ ବର୍ଗଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଯେଉଁମାନେ ନାମକରା ଆଇନଜୀବୀଙ୍କୁୁ ନେଇ ମାମଲା ଲଢ଼ିପାରୁଛନ୍ତି, ସେମାନେ ଶୀଘ୍ର ଜାମିନ ପାଇପାରୁଛନ୍ତି। ଅନ୍ୟପକ୍ଷରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଛୋଟ ଅପରାଧ କରି ଅନେକ ଗରିବ ଦୀର୍ଘଦିନ ଧରି ଜେଲରେ ରହୁଛନ୍ତି। ତେବେ ଅସହାୟ ଓ ଗରିବଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ପାଇଁ ଭାରତରେ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସୁଫଳ ସେମାନଙ୍କୁ ଠିକ୍‌ ଭାବେ ମିଳିପାରୁ ନାହିଁ। ଦିଲ୍ଲୀସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୯ରେ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଇନ ସହାୟତା ପରାମର୍ଶ ବା ଲିଗାଲ ଏଡ୍‌ କାଉନ୍‌ସେଲ୍‌ (ଏଲ୍‌ଏସି)ର ସେବା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି। ଏଲ୍‌ଏସି ସମ୍ପୂର୍ଣ୍ଣ ମାଗଣା ସେବା ଯୋଗାଇବା ଲାଗି ଉଦ୍ଦିଷ୍ଟ। ହେଲେ ବିନାମୂଲ୍ୟରେ ସେବା ପାଇବା ପାଇଁ ଏଲ୍‌ଏସିର ଦ୍ୱାରସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୬ ପ୍ରତିଶତ କହିଛନ୍ତି ଯେ, ସେମାନଙ୍କ ମାମଲା ପରିଚାଳନା କରିବା ସକାଶେ ଅର୍ଥ ମଗାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ଦଳିତ, ଆଦିବାସୀ, ମହିଳା, ଶିଶୁ, ମାନବ ଚାଲାଣର ଶିକାର ହୋଇଥିବା ପୀଡ଼ିତ, ଭିନ୍ନକ୍ଷମ, ଶିଳ୍ପ ଶ୍ରମିକ ଏବଂ ଗରିବମାନେ ଆଜିର କ୍ରିମିନାଲ ଜଷ୍ଟିସ୍‌ ସିଷ୍ଟମ୍‌ରୁ ଠିକ୍‌ ଭାବେ ନ୍ୟାୟ ପାଇପାରୁ ନାହାନ୍ତି। ଏମିତିରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ଦେଖିଲେ ସାଧାରଣ ବର୍ଗର ସବୁ ବ୍ୟକ୍ତି ଠିକ୍‌ ସମୟରେ ଓ ସମାନ ଭାବେ ନ୍ୟାୟ ପାଇପାରି ନ ଥାଆନ୍ତି। ବଡ଼ବଡ଼ିଆଙ୍କ ମାମଲାକୁ ଶୀଘ୍ର ପଞ୍ଜୀକରଣ କରାଯାଇ ତୁରନ୍ତ ନ୍ୟାୟ ଦିଆଯାଇପାରୁଛି। ଅନ୍ୟପକ୍ଷରେ ଅସଂଖ୍ୟ ମାମଲା ଦୀର୍ଘବର୍ଷ ଅଦାଲତରେ ପଡ଼ି ରହିଥିଲେ ମଧ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରେ ନାହିଁ। ନାମୀଦାମୀ ଓକିଲମାନେ ଯେଉଁ ମାମଲାରୁ ଅଧିକ ଅର୍ଥ ମିଳିପାରିବ ତା’ ପଛରେ ଧାଇଁଥାଆନ୍ତି। ଆର୍ଥତ୍‌ ଗରିବ ଓ ଅସହାୟଙ୍କ ପାଇଁ ସମାଜର କୌଣସି ସ୍ତରରୁ ଦରଦ ନ ଥିବା ଭଳି ମନେହେଉଛି।
ଏଠାରେ କେବଳ ଓକିଲଙ୍କୁ ଦୋଷ ଦେଲେ ହେବ ନାହିଁ। ଆମ ନ୍ୟାୟାଳୟରେ ନିଯୁକ୍ତି ପାଉଥିବା ବିଚାରପତି ଓ ଅଧିକାରୀମାନେ ନିଜକୁ ଅସାଧାରଣ ବୋଲି ସାଧାରଣରେ ଛବି ତିଆରି କରିଦେଇଛନ୍ତି। ସେଥିପାଇଁ ଅରୁଣ ମିଶ୍ରଙ୍କ ଭଳି ବିଚାରପତି ସୁପ୍ରିମକୋର୍ଟରେ ସବୁ ବଡ଼ କମ୍ପାନୀର ମାମଲା ଶୁଣାଣିି କରିବାରେ ସକ୍ଷମ ହୋଇ ନିଜର ସୁବିଧା କୋରି ନେଇପାରୁଛନ୍ତି। ଭାରତୀୟ ବ୍ୟବସ୍ଥାରେ ଏଭଳି ବିଚାରପତିମାନେ ଏକ ନୂଆ ରାସ୍ତା ଦେଖାଇବାକୁ କେବେ ହେଲେ ଚେଷ୍ଟା କରୁନାହାନ୍ତି। ଉଦାହରଣ ସ୍ବରୂପ, ଛବିରାଣୀ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଯାଏ ନିଷ୍ପତ୍ତି ହେବା ପାଇଁ ଦୀର୍ଘ ୨୨ ବର୍ଷ ଲାଗିଗଲା। ସେହି ସମୟ ମଧ୍ୟରେ ଘଟଣାରେ ସମ୍ପୃକ୍ତ ଅନେକ ଅପରାଧୀଙ୍କ ମୃତ୍ୟୁ ମଧ୍ୟ ଘଟିଯାଇଥିଲା। ଯଦି ଟାଟା, ରିଲାଏନ୍ସ କିମ୍ବା ପ୍ରଶାନ୍ତ ଭୂଷଣଙ୍କ ମାମଲା ଆସେ ତେବେ ସର୍ବୋଚ୍ଚ ବିଚାରପତିମାନଙ୍କ ତତ୍ପରତା କୌତୂହଳପୂର୍ଣ୍ଣ ମନେହୁଏ। ସାଧାରଣ ନାଗରିକ ପ୍ରତି ଘଟୁଥିବା ଅନ୍ୟାୟକୁ ସଜାଡ଼ିବା ଏହି ବିଚାରପତିଙ୍କ ଦୃଷ୍ଟିକୁ କେବେ ହେଲେ ଆସୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri