ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା

ରାଉରକେଲା, ୨୧ା୭(ଦିନେଶ ମିଶ୍ର): ପଶ୍ଚିମ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ। କିନ୍ତୁ ଏବେ ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି। ସୁନ୍ଦରଗଡ଼ରେ ଥିବା ମହିଳା ‘ଫୁଟ୍‌ବଲ ହଷ୍ଟେଲରେ ପୁରୁଷ’ ଫୁଟ୍‌ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ରହିଛି ମହିଳା ଫୁଟବଲ ସ୍ପୋର୍ଟସ ହଷ୍ଟେଲ। ଏହି ହଷ୍ଟେଲ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳିଙ୍କୁ ସୃଷ୍ଟି କରିଛି। ଏଠାରେ ଜଣେ ମହିଳା କୋଚଙ୍କୁ ନିଯୁକ୍ତି କରାଯାଇଥିଲା। ପରେ ସେ ଭୁବନେଶ୍ୱରକୁ ବଦଳି ହୋଇଗଲେ। ହେଲେ ସେଠାରେ ତାଙ୍କ ପାଇଁ କୌଣସି ହଷ୍ଟେଲ ନାହିଁ। ଭୁବନେଶ୍ୱରରେ ଯେଉଁ ହଷ୍ଟେଲ ରହିଛି ସେଠାରେ ଜଣେ ମହିଳା କୋଚ ଦୀର୍ଘଦିନ ହେବ ଅଛନ୍ତି। ତେଣୁ ତାଙ୍କୁ ଥଇଥାନ କରାଯିବା ପାଇଁ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀର ଇନଚାର୍ଜ କରାଯାଇଛି। ହେଲେ ତାଙ୍କ ମୂଳ ନିଯୁକ୍ତି ମହିଳା ଫୁଟ୍‌ବଲ ହଷ୍ଟେଲ। ଭୁବନେଶ୍ୱରରେ ଥିବା ମହିଳା ଫୁଟ୍‌ବଲ ହଷ୍ଟେଲରେ ପୂର୍ବରୁ ଜଣେ କୋଚ ଅଛନ୍ତି। ତେଣୁ ତାଙ୍କର ସେଠାରେ ଆବଶ୍ୟକତା ନାହିଁ। ଅପରପକ୍ଷରେ ସୁନ୍ଦରଗଡ଼ ମହିଳା ଫୁଟ୍‌ବଲ ହଷ୍ଟେଲରେ କୋଚଙ୍କ ଆବଶ୍ୟକତା ପଡିବାରୁ ଓଡ଼ିଶା ପୋଲିସର ଜଣେ ଅନଭିଜ୍ଞ କୋଚଙ୍କୁ ସୁନ୍ଦରଗଡ଼କୁ ଅଣାଗଲା। ଏହି କୋଚ ଜଣକ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲାଇସେନ୍ସ କୋର୍ସ କରିନାହାନ୍ତି । ଏପରିକି ସେ ଏନ୍‌ଆଇଏସ୍‌ର ଡିପ୍ଲୋମା ହୋଲଡର ମଧ୍ୟ ନୁହନ୍ତି। ତାଙ୍କର ପୂର୍ବରୁ କୌଣସି ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନାହିଁ। ଆଶ୍ଚର୍ଯ୍ୟର କଥା ଏକ ମହିଳା ହଷ୍ଟେଲରେ ଜଣେ ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଇଛି। ମହିଳା ମାନଙ୍କର ବିଭିନ୍ନ ସମୟରେ ଶାରିରୀକ ସମସ୍ୟା ଦେଖା ଦେଇଥାଏ। କ୍ରୀଡ଼ା କ୍ଷେତ୍ରରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ପୁରୁଷ କୋଚଙ୍କୁ ନିଯୁକ୍ତ କରାଯାଏ ତାହା ହେଲେ ତାଙ୍କ ସହ ଜଣେ ମହିଳା କୋଚଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ। ପୁରୁଷ କୋଚ ନିଯୁକ୍ତ ହୋଇଥିବାରୁ ମହିଳାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ସେମାନେ କାହା ନିକଟରେ ପ୍ରକାଶ କରି ପାରୁ ନାହାନ୍ତି । ଫଳରେ ପ୍ରଶିକ୍ଷଣରେ ପ୍ରଭାବ ପକାଉଛି। ଏହାସହ ମହିଳାମାନେ ଉପଯୁକ୍ତ ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । କେତେକ କ୍ରୀଡ଼ାବିତ କହିଛନ୍ତି ପୂର୍ବରୁ ଯେଉଁ ମହିଳା କୋଚଙ୍କୁ ସରକାର ଏଠାରେ ନିଯୁକ୍ତି ଦେଇଥିଲେ ତାଙ୍କୁ ପୁନର୍ବାର ଏଠାକୁ ଫେରାଇ ଅଣାଯାଉ ନଚେତ ତାଙ୍କୁ ଭୁବନେଶ୍ୱରରେ ମହିଳା ଫୁଟବଲ ହଷ୍ଟେଲରେ ଥଇଥାନ କରାଯାଇ ସେଠାରେ ଦୀର୍ଘଦିନ ଧରି ଆସନ ମାଡି ବସିଥିବା କୋଚଙ୍କୁ ସୁନ୍ଦରଗଡ଼ ଅଣାଯାଉ। ଯେଉଁମାନେ ଏଠାକୁ ବଦଳି ହୋଇ ଆସୁଛନ୍ତି ସେମାନେ ରହିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି। ତେଣୁ ଯେତେବେଳେ ନିଯୁକ୍ତି ଦିଆଯାଉଛି ବା ବଦଳି କରାଯାଉଛି ସେହି ସମୟରେ ସରକାର ସର୍ତ୍ତାବଳୀ ରଖନ୍ତୁ ଯେ ଯେଉଁ ଜିଲାକୁ ପଠାଯିବ ସେଠାରେ ଚାକିରିର ସତ୍ତର୍ର୍ାବଳୀ ଅନୁଯାୟୀ କୋଚମାନଙ୍କୁ ରହିବାକୁ ପଡିବ। ଏହା ହେଲେ ଯେଉଁମାନଙ୍କୁ ଭୁବନେଶ୍ୱରରୁ ସୁନ୍ଦରଗଡ଼କୁ ପଠାଯାଉଛି ସେମାନେ ଅନ୍ତତଃ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଏଠାରେ ରହି ମହିଳାମାନଙ୍କୁ ଫୁଟ୍‌ବଲ ପ୍ରଶିକ୍ଷଣ ଦେବା ଉଚିତ। ଏହା ହୋଇପାରିଲେ କ୍ରୀଡ଼ାର ବିକାଶ ହୋଇ ପାରିବ। ଯଦି ଏହା କରା ନ ଯାଏ ତେବେ କ୍ରୀଡ଼ାର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ର ନାମ ମହିଳା ଫୁଟ୍‌ବଲ ମାନଚିତ୍ରରୁ ଲିଭି ଯିବ ବୋଲି କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାବିତମାନେ ମତ ପୋଷଣ କରିଛନ୍ତି। ଏନେଇ ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କୁ ପଚାରିବାରୁ, ସୁନ୍ଦରଗଡ ମହିଳା ଫୁଟବଲ ହଷ୍ଟେଲରେ ପୁରୁଷକୋଚଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ପୋଲିସ ବିଭାଗରୁ ଅଣାଯାଇ ଏଠାରେ ଅବସ୍ଥାପିତ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ୨ଜଣ ସହକାରୀ ମହିଳା କୋଚ ଅଛନ୍ତି। ଯଦି ପୁରୁଷ କୋଚ୍‌ଙ୍କୁ ନେଇ କୌଣସି ସମସ୍ୟା ସୃଷ୍ଟି ହୁଏ ତାହେଲେ ଆମେ ତାଙ୍କୁ ବଦଳି କରି ପୂର୍ବରୁ ଯେଉଁ ମହିଳା କୋଚ ଏଠାରେ ଥିଲେ ତାଙ୍କୁ ପଠାଇବୁ ା ନଚେତ୍‌ ଭୁବନେଶ୍ୱର ମହିଳା ଫୁଟବଲ ହଷ୍ଟେଲରେ ଯେଉଁ ମହିଳା କୋଚ ଅଛନ୍ତି ତାଙ୍କୁ ପଠାଇବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?