Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା,ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କଲେ କମିଟି…

ନୂଆଦିଲ୍ଲୀ, ୨୫।୮ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବହେଳା ସମ୍ପର୍କରେ ରିପୋର୍ଟ ଗଠନ ହୋଇଥିବା କମିଟି ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। ପୂର୍ବତନ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ କମିଟି ଏହାର ରିପୋର୍ଟରେ କହିଛି ଯେ ଦୁଇ ଘଣ୍ଟା ପୂର୍ବରୁ ରୁଟରେ ପରିବର୍ତ୍ତନ ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟ ଫିରୋଜପୁର ଏସଏସପି ଆବଶ୍ୟକୀୟ ପଦକ୍ଷେପ ନେଇ ନଥିଲେ।

ଭିଭିଆଇପି ସୁରକ୍ଷା ଉପରେ ପୋଲିସଙ୍କୁ ଭଲ ତାଲିମର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ମଜବୁତ କରିବା ପାଇଁ କମିଟି କେତେକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପରାମର୍ଶ କେନ୍ଦ୍ର ସରକାରଙ୍କୁ ପଠାଇବ ଯାହା ଦ୍ୱାରା ଅଧିକ ସତର୍କତା ଅବଲମ୍ବନ କରାଯାଇପାରିବ।

୫ ଜାନୁୟାରୀ ୨୦୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଫିରୋଜପୁର ଗସ୍ତ କରିଥିଲେ। ପ୍ରବଳ ବର୍ଷା ଯୋଗୁ ପ୍ରଧାନମନ୍ତ୍ରୀଙ୍କୁ ରାସ୍ତାରେ ଯିବାକୁ ପଡୁଥିଲା, କିନ୍ତୁ ଏହି ସମୟ ମଧ୍ୟରେ ହୁସେନାୱାଲା ଠାରୁ ୩୦ କିଲୋମିଟର ଦୂରରେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳିଥିଲା, ଏହି କାରଣରୁ ସେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏକ ଅସୁରକ୍ଷିତ ଅଞ୍ଚଳରେ ରହିଥିଲେ। ପ୍ରଧାନମନ୍ତ୍ରୀ ଅଟକି ଥିବା ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ରହିଥିବା ସହିତ ଏହାକୁ ନିଶାଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳ ଭାବେ ବିବେଚନା କରାଯାଇଥାଏ। ଗତ ବର୍ଷ ସେପ୍ଟେମ୍ବରରେ ଏହି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨୮।୩: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ମୁକାବିଲା ଲାଗି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ...

ଆସାମର ୮ ଉଗ୍ରପନ୍ଥୀ ସଂଗଠନ ସହ କେନ୍ଦ୍ରର ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ଏବଂ ଆସାମ ସରକାର ଗୁରୁବାର ଆସାମର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ଶାନ୍ତି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଏହି ତ୍ରିପାକ୍ଷିକ ଚୁକ୍ତିନାମାରେ...

ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ

ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ...

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା...

ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍‌ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର...

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ...

ବେଦୀରେ ଅପେକ୍ଷା କରିଥିଲେ କନ୍ୟା, ବରଗାଡ଼ିକୁ ଅଧା ରାସ୍ତାରେ ଅଟକାଇଲା ପୋଲିସ; କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ପିଲଭିତ ଜିଲାର ଜଣେ ବର କନ୍ୟା ଆଣିବା ପାଇଁ ଉତ୍ତରାଖଣ୍ଡ ଯାଉଥିବା ବେଳେ ପୋଲିସ ସୀମାରେ ଅଟକାଇଥିଲା। ଯାଞ୍ଚ କରିବା ପରେ ବରଯାତ୍ରୀ...

‘ଖାଲି ପେଟରେ କେହି ନିଦ୍ରା ନ ଯାଆନ୍ତୁ’

ନୂଆଦିଲ୍ଲୀ,୭ା୧୨(ପି.ଟି.): କେହି ଯେପରି ଖାଲି ପେଟରେ ନିଦ୍ରା ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ଆମ ସଂସ୍କୃତି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଜାତୀୟ ଖାଦ୍ୟ...

Advertisement
Archives

Model This Week