ସାମ୍ନାକୁ ଆସିଲା ଫିଲ୍ମ ‘ପଠାନ’ରେ ଜନ ଅବ୍ରାହମଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ବେଶ କିଛି ଦିନର ବ୍ରେକ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ଏଥିପାଇଁ ସେ ପୁରାପୁରି ପ୍ରସ୍ତୁତ ହୋଇଗଲେଣି । ଶାହାରୁଖ ଖାଁ ତାଙ୍କ ନୂଆ ଫିଲ୍ମ ‘ପଠାନ’ରେ ଦୀପିକା ପାଦୁକୋନ ଓ ଜନ ଅବ୍ରାହମଙ୍କ ସହ ଦେଖାଦେବେ । ଶାହାରୁଖ ଯେବେଠାରୁ ‘ପଠାନ’ର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କଲେଣି ସେବେଠାରୁ ୨୦୨୩ର ସବୁଠାରୁ ମଚ ଆୱେଟେଡ ଫିଲ୍ମରୁ ଗୋଟିଏ ହୋଇଗଲାଣି ‘ପଠାନ’ । ଜିରୋ ପରେ ଶାହାରୁଖଙ୍କ ଏହା ପ୍ରଥମ ଫିଲ୍ମ । ଶାହାରୁଖଙ୍କ ପରେ ଏବେ ଫିଲ୍ମରେ ଜନ ଅବ୍ରାହମଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି । ଜନ ତାଙ୍କ ଫିଲ୍ମର ମୋଶନ ପୋଷ୍ଟରରେ ଖୁବ୍ ହ୍ୟାଣ୍ଡସମ ଲାଗୁଛନ୍ତି । ଆଉ ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସୁଛି ।
ସୂଚନାଯୋଗ୍ୟ, ଶାହାରୁଖ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମଙ୍କ ଫିଲ୍ମ ସିନେମା ହଲରେ ନିଆଁ ଲଗାଇବାକୁ ପ୍ରସ୍ତୁତ ହୋଇ ଗଲାଣି । ଏଥିରେ ଅଭିନେତାଙ୍କ ଲୁକ ଦର୍ଶକଙ୍କ ହୋସ୍ ଉଡାଇ ଦେଇଛି । ୟଶ ରାଜ ଫିଲ୍ମସ୍ ଏବେ ଆକ୍ସନ ଷ୍ଟାରଙ୍କ ଏକ ପୋଷ୍ଟର ରିଲିଜ କରିଛି ଯାହାକୁ ଦେଖି ଫ୍ୟାନ୍ସ ଫିଦା ହୋଇଯାଇଛନ୍ତି । ଜନଙ୍କୁ କେବେ ଦେଖି ନ ଥିବା ଅବତାରରେ ଦର୍ଶକେ ଏହି ଫିଲ୍ମରେ ଦେଖିବାକୁ ପାଇବେ । ସେଥିପାଇଁ ‘ପଠାନ’କୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ସିନେମାଟି ୨୫ ଜାନୁୟାରୀ ୨୦୨୩ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?