ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ

କେନ୍ଦ୍ରାପଡ଼ା ଅଫିସ, ୨୫ା୮: ଓଡ଼ିଶାର ଦ୍ୱିତୀୟ ବୃହତମ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ଜଳପଥ ଉପକାରରେ ଲାଗିବା କଥା।  ତେବେ ଗତ ଲଘୁଚାପଜନିତ ଲଗାଣ ବର୍ଷା ଓ ନଦୀରେ ଆସିଥିବା ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଜିଲାର ୪୧ ପଞ୍ଚାୟତବାସୀ ଏହି ବର୍ଷା ଓ ବନ୍ୟା ଦ୍ୱାରା ଜଳବନ୍ଦୀ ହୋଇଛନ୍ତି । କ୍ଷେତରେ ୨ ସପ୍ତାହ ଧରି ଜମି ରହିଥିବା ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ । ଫଳରେ ଚଳିତ ବର୍ଷ ଜିଲାରେ ପୂର୍ବାପେକ୍ଷା ୪୦ ପ୍ରତିଶତ ଖରିଫ ଧାନ ଉପତ୍ାଦନ କମ ରହିବ ବୋଲି ଆଶଙ୍କା କରାଯାଉଛି । ଜଳ ନିଷ୍କାସନ ପ୍ରତି ଜିଲା ପ୍ରଶାସନର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ । ଗତାନୁଗତିକ ଭାବେ ଅର୍ଥବ୍ୟୟ ହେଉଥିଲେ ମଧ୍ୟ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉ ନାହିଁ ।

ଚାଷୀ ଋଣ ଶୁଝିବା ଚିନ୍ତାରେ ଅଛନ୍ତି । ଏପରି କି କ୍ଷେତକୁ ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ କାଟିବାକୁ ପଡୁଛି ବୋଲି ବନ୍ୟାବିପନ୍ନମାନେ କହିଛନ୍ତି । ଏ ସମ୍ପର୍କରେ ଓଳାଭରର ଶ୍ରୀକାନ୍ତ ଦାସ, ମାର୍ଶାଘାଇର ଉତ୍ତମ ସ୍ବାଇଁ, ଅଳପୁଆର ନରେନ୍ଦ୍ର ଧଳ, ଡେରାବିଶର ହଳଧର ଦାଶ ପ୍ରମୁଖ କହିଛନ୍ତି, କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ ଓ ଜଳ ବହୁଳେ ସୃଷ୍ଟି ନାଶ । ଏହି କଥାକୁ ୨ ଜିଲାର ଉପାନ୍ତ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଅନୁଭବ କରୁଛନ୍ତି । ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ କେନାଲ ନାହିଁ । ଏଥିପାଇଁ ଚାଷ ସମୟରେ ଅଧିକାଂଶ ଜମି ଶୁଖିଲା ରହୁଛି । ଉଠା ଜଳସେଚନ ପଏଣ୍ଟଗୁଡ଼ିକ ବିଭିନ୍ନ କାରଣରୁ ଅଚଳ ହୋଇପଡିଛି । ଏପରି ଜମିରେ ଖରିଫ ଚାଷ ପାଇଁ ସ୍ଥାନୀୟ ଜଳ ଉତ୍ସରୁ ମୋଟର ପମ୍ପ ଯୋଗେ ପାଣି ଉଠାଯାଉଛି । ଖର୍ଚ୍ଚ ଅଧିକ ହେଲେ ମଧ୍ୟ ଚାଷରୁ ଲାଭ ଆଶା ରଖି ଚାଷୀ ଋଣ କରୁଛି । ଚଳିତ ବର୍ଷ ଲଗାଣ ବର୍ଷା ଓ ଲୁଣା, କରାଣ୍ଡିଆ, ଚିତ୍ରୋପତ୍ଳା, ପାଇକା, ମହାନ୍ଦୀ, ବିରୂପା, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟା ଆସି ଏହି ଅଞ୍ଚଳର କ୍ଷେତକୁ ୭ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ବୁଡାଇ ରଖିଛିି । ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ନ ପାରିବାରୁ ଖରିଫ ଚାଷ ଓ ପନିପରିବା ନଷ୍ଟ ହେଉଛି ।
ଲୋକଙ୍କୁ ଜଳବନ୍ଦୀ ଜୀବନ କାଟିବାକୁ ପଡୁଥିବା ବେଳେ ଚାଷ କ୍ଷତିର ଭରଣା କରିବା ସମ୍ଭବ ହେଉନାହିଁ । ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ ମଧ୍ୟରେ ଥିବା ଧୋୟା ଅଞ୍ଚଳରେ ଚଳିତ ବର୍ଷର ପାଣି ବିପତ୍ାତ ସବୁ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବରୁ ୧୫ ଦିନ ମଧ୍ୟରେ ଚାଷ ଜମିର ଜଳସ୍ତର କମି ଯାଉଥିବା ବେଳେ ଏଥର ଜଳ ନିଷ୍କାସନ ପାଇଁ ପ୍ରାୟ ୨୫ରୁ ୩୦ ଦିନ ଲାଗିବ । ଏହି ସମୟରେ ଧାନ ତଳି ପଚି ନଷ୍ଟ ହୋଇଥିବା ବେଳେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ମାର୍ଶାଘାଇର ଗହଗା ପାଟ, କେନ୍ଦ୍ରାପଡା ବ୍ଲକ୍‌ ଅଞ୍ଚଳର ବିଲିପାଟ ସମେତ ମହାକାଳପଡ଼ା, ଡେରାବିଶ, ଗରଦପୁର ବ୍ଲକ୍‌ ଅଧୀନ ବହୁ ପାଟ ଅଞ୍ଚଳରେ ଖରିଫ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

ସମୟ ଗଡ଼ି ଯାଇଥିବାରୁ ପାଟ ଅଞ୍ଚଳରେ ଖରିଫ ଚାଷ ସମ୍ଭବ ହେଉନାହିଁ । ଜିଲାର ୪୦ ପ୍ରତିଶତ ଖରିଫ ଧାନ ଉପତ୍ାଦନ କମ ରହିବ । କ୍ଷତି ଭରଣା ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି । ପୂର୍ବବର୍ଷମାନଙ୍କର ଅନୁଭବକୁ ନେଲେ କ୍ଷତିପୂରଣ ମିଳିବା ଆଶା କ୍ଷୀଣ । ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ବିଭାଗ ପକ୍ଷରୁ କରା ଯାଉ ନ ଥିବା ବେଳେ ବିଭିନ୍ନ ନଦୀ ଓ କେନାଲରେ ଦଳ ଭର୍ତ୍ତି ହୋଇ ନିଷ୍କାସନ ପଥକୁ ଅବରୋଧ କରୁଛି । ଏପରିକି କେତେକ ଦୁର୍ବୃତ୍ତ ଜଳ ନିଷ୍କାସନ ପଥ ଉପରେ ଘର ନିର୍ମାଣ କରୁଛନ୍ତି । ଏହାର ନିରାକରଣ ପରିବର୍ତ୍ତେ ବିଭାଗ ପକ୍ଷରୁ ନଦୀ ଓ କେନାଲର ଉନ୍ନତୀକରଣ ନାମରେ ଅର୍ଥବ୍ୟୟ କରାଯାଉଛି । ତୁରନ୍ତ କ୍ଷତି ଭରଣା ନ ହେଲେ ଯୁବବର୍ଗ ଓ ଉତ୍ସାହୀ ଚାଷୀ ଦାଦନ ଖଟିବାକୁ ଜିଲା ବାହାରକୁ ଯିବେ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ କୁମାର ସେଠୀ କହିଛନ୍ତି, ଜଳ ନିଷ୍କାସନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏନେଇ କାମ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଜଳ ନିଷ୍କାସନ ସମସ୍ୟାର ସମାଧାନ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ସେଠୀ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇହୋଇଛି ଭଦ୍ରକାଳୀ ପୀଠ: ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ସହର ସମେତ ଚରମ୍ପା ଷ୍ଟେଶନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ଙ୍କ ପୂଜା ନୀତିରେ ଯେଭଳି କୌଣସି ବ୍ୟତିକ୍ରମ ନ ହେବ...

୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ...

ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ...

ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ...

ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.) ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର...

ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ...

ପଞ୍ଚାୟତି ରାଜ କମିଶନରଙ୍କ କ.ନୂଆଗାଁ ଗସ୍ତ

କ.ନୂଆଗାଁ,୪ା୧୧(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡିରେ ଥିବା ଅମୃତ ସରବରକୁ ପଞ୍ଚାୟତି ରାଜ ଓ ପାନୀୟ ଜଳ କମିଶନର ଅରବିନ୍ଦ ଡାକୁଆ ଅମୃତ ସରବରକୁ ବୁଲି ଦେଖିଥିଲେ।...

ଗଞ୍ଜାମ ସହରରୁ ୩ କରୋନା ପଜିଟିଭ ଚିହ୍ନଟ: ସୂଚନା ଦେଲେ ଜିଲାପାଳ

ଗଞ୍ଜାମ,୫।୪(ଡି.ଏନ୍‌.ଏ.): ଗତ କିଛି ମାସ ବ୍ୟବଧାନ ପରେ ଗଞ୍ଜାମ ସହରରେ ପୁଣି ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି l ଏହି ସହରରେ ୩ଜଣ କରୋନା...

Advertisement
Archives

Model This Week