Posted inଖେଳ

ଜିମ୍‌ରୁ ଜାଭେଲିନ

ଟୋକିଓ,୭।୮: ଜିମ୍‌ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍‌ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି କେହି ଭାବି ନ ଥିବେ। ଚଳିତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ସେ ଟୋକିଓ ଫାଇନାଲରେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୮.୦୭ ମିଟର ରହିଛି। ପଦାର୍ପଣରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ା ପାଇଁ ଏକ ଶୂଭ ସୂଚନା ବୋଲି ବିବେଚନା କରାଯାଉଛି।

ସେ ନାଟକୀୟ ଢଙ୍ଗରେ ସିନେମା ଷ୍ଟାଇଲ୍‌ରେ ଅଚାନକ ଜାଭେଲିନ ଥ୍ରୋ’ରେ ପ୍ରବେଶ କରିଥିଲେ। ପ୍ରଥମେ ଜିମ୍‌ ଯାଇ ସୁନ୍ଦର ଶରୀର ଗଠନ ଉପରେ ସେ ଗୁରୁତ୍ୱ ଦେଉଥିଲେ। ତେବେ ସେ ଏହା ଛାଡି ଜାଭେଲିନ ଥ୍ରୋରେ ମନ ଦେଇଥିଲେ। ପାଖାପାଖି ୬ ଫୁଟ ଉଚ୍ଚତା ଓ ୮୬ କେ.ଜି. ଓଜନ ବିଶିଷ୍ଟ ନୀରଜ ନିଜର ଦୀର୍ଘ, ସୁନ୍ଦର ତଥା ଆକର୍ଷଣୀୟ ଚେହେରା ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ଥିଲେ। ତାଙ୍କର ହେୟାର ଷ୍ଟାଇଲ୍‌ ମଧ୍ୟ ଆକର୍ଷଣୀୟ ଥିଲା। ତେବେ ସେ ଆରମ୍ଭରୁ ଶରୀରିକ ଭାବେ ସେତେଟା ଫିଟ୍‌ ନ ଥିଲେ ବୋଲି ତାଙ୍କ ଦାଦା ଭୀମ ଚୋପ୍ରା କହିଛନ୍ତି। ସେଥିପାଇଁ ସେ ଜିମ ଯାଉଥିଲେ। ଜିମ ପାଖରେ ହିଁ ଷ୍ଟାଡିୟମ ଥିଲା। ତେଣୁ ସେ ଏକାଧିକ ବାର ଷ୍ଟାଡିୟମକୁ ବୁଲି ଯାଉଥିଲେ। ଥରେ ଷ୍ଟାଡିୟମରେ କେତେକ ପିଲା ଜାଭେଲିନ ଥ୍ରୋ କରିବାର ସେ ଦେଖିଥିଲେ ସେଠାରେ ଯାଇ ଛିଡା ହୋଇଥିଲେ। ସେଠାରେ ଜଣେ କୋଚ୍‌ ତାଙ୍କୁ ଜାଭେଲିନ୍‌ ପକାଇବାକୁ କହିଥିଲେ। ‘ଦେଖିବା ତମେ କେତେ ଦୂର ଜାଭେଲିନ ପକାଉଛ’ ବୋଲି କୋଚ୍‌ କହିଥିଲେ। ଏହାପରେ କୋଚ୍‌ଙ୍କ ଏହି ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ ଓ ଜାଭେଲିନ ଥ୍ରୋ କରିଥିଲେ ଓ ଏହା ବହୁତ ଦୂରରେ ଯାଇ ପଡିଥିଲା। ଏହାପରଠାରୁ ଆରମ୍ଭ ହୋଇଥିଲା ଇତିହାସ ସୃଷ୍ଟି କରିବାର ପ୍ରକ୍ରିୟା। କୋଚ୍‌ ତାଙ୍କୁ ନିୟମିତ ଭାବେ ଟ୍ରେନିଂକୁ ଆସିବାକୁ କହିଥିଲେ। କିଛି ଦିନ ପାଇଁ ସେ ପାନିପଥରେ ଟ୍ରେନିଂ ନେଇଥିଲେ। ଏହାପରେ ସେ ପଞ୍ଚକୁଲା ଷ୍ଟାଡିୟମରେ ନିୟମିତ ଭାବେ ଅଭ୍ୟାସ କରିଥିଲେ ଓ ଆରମ୍ଭ ହୋଇଯାଇଥିଲା ଜୟଯାତ୍ର। ଏହାପରଠାରୁ ନୀରଜ ଆଉ ପଛକୁ ଫେରିଚାହିଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri