Posted inଖେଳ

ଜିମ୍‌ରୁ ଜାଭେଲିନ

ଟୋକିଓ,୭।୮: ଜିମ୍‌ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍‌ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି କେହି ଭାବି ନ ଥିବେ। ଚଳିତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ସେ ଟୋକିଓ ଫାଇନାଲରେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୮.୦୭ ମିଟର ରହିଛି। ପଦାର୍ପଣରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ା ପାଇଁ ଏକ ଶୂଭ ସୂଚନା ବୋଲି ବିବେଚନା କରାଯାଉଛି।

ସେ ନାଟକୀୟ ଢଙ୍ଗରେ ସିନେମା ଷ୍ଟାଇଲ୍‌ରେ ଅଚାନକ ଜାଭେଲିନ ଥ୍ରୋ’ରେ ପ୍ରବେଶ କରିଥିଲେ। ପ୍ରଥମେ ଜିମ୍‌ ଯାଇ ସୁନ୍ଦର ଶରୀର ଗଠନ ଉପରେ ସେ ଗୁରୁତ୍ୱ ଦେଉଥିଲେ। ତେବେ ସେ ଏହା ଛାଡି ଜାଭେଲିନ ଥ୍ରୋରେ ମନ ଦେଇଥିଲେ। ପାଖାପାଖି ୬ ଫୁଟ ଉଚ୍ଚତା ଓ ୮୬ କେ.ଜି. ଓଜନ ବିଶିଷ୍ଟ ନୀରଜ ନିଜର ଦୀର୍ଘ, ସୁନ୍ଦର ତଥା ଆକର୍ଷଣୀୟ ଚେହେରା ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ଥିଲେ। ତାଙ୍କର ହେୟାର ଷ୍ଟାଇଲ୍‌ ମଧ୍ୟ ଆକର୍ଷଣୀୟ ଥିଲା। ତେବେ ସେ ଆରମ୍ଭରୁ ଶରୀରିକ ଭାବେ ସେତେଟା ଫିଟ୍‌ ନ ଥିଲେ ବୋଲି ତାଙ୍କ ଦାଦା ଭୀମ ଚୋପ୍ରା କହିଛନ୍ତି। ସେଥିପାଇଁ ସେ ଜିମ ଯାଉଥିଲେ। ଜିମ ପାଖରେ ହିଁ ଷ୍ଟାଡିୟମ ଥିଲା। ତେଣୁ ସେ ଏକାଧିକ ବାର ଷ୍ଟାଡିୟମକୁ ବୁଲି ଯାଉଥିଲେ। ଥରେ ଷ୍ଟାଡିୟମରେ କେତେକ ପିଲା ଜାଭେଲିନ ଥ୍ରୋ କରିବାର ସେ ଦେଖିଥିଲେ ସେଠାରେ ଯାଇ ଛିଡା ହୋଇଥିଲେ। ସେଠାରେ ଜଣେ କୋଚ୍‌ ତାଙ୍କୁ ଜାଭେଲିନ୍‌ ପକାଇବାକୁ କହିଥିଲେ। ‘ଦେଖିବା ତମେ କେତେ ଦୂର ଜାଭେଲିନ ପକାଉଛ’ ବୋଲି କୋଚ୍‌ କହିଥିଲେ। ଏହାପରେ କୋଚ୍‌ଙ୍କ ଏହି ଚ୍ୟାଲେଞ୍ଜ ସ୍ବୀକାର କରିଥିଲେ ଓ ଜାଭେଲିନ ଥ୍ରୋ କରିଥିଲେ ଓ ଏହା ବହୁତ ଦୂରରେ ଯାଇ ପଡିଥିଲା। ଏହାପରଠାରୁ ଆରମ୍ଭ ହୋଇଥିଲା ଇତିହାସ ସୃଷ୍ଟି କରିବାର ପ୍ରକ୍ରିୟା। କୋଚ୍‌ ତାଙ୍କୁ ନିୟମିତ ଭାବେ ଟ୍ରେନିଂକୁ ଆସିବାକୁ କହିଥିଲେ। କିଛି ଦିନ ପାଇଁ ସେ ପାନିପଥରେ ଟ୍ରେନିଂ ନେଇଥିଲେ। ଏହାପରେ ସେ ପଞ୍ଚକୁଲା ଷ୍ଟାଡିୟମରେ ନିୟମିତ ଭାବେ ଅଭ୍ୟାସ କରିଥିଲେ ଓ ଆରମ୍ଭ ହୋଇଯାଇଥିଲା ଜୟଯାତ୍ର। ଏହାପରଠାରୁ ନୀରଜ ଆଉ ପଛକୁ ଫେରିଚାହିଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ମାର୍ଟିନ- ଗେଲଙ୍କୁ ପଛରେ ପକାଇଲେ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ହିଟ୍‌ମ୍ୟାନ୍‌ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ୧୩୦ ବଲ୍‌ ଖେଳି ସେ ନିଜ କ୍ୟାରିୟରର ୭ମ ଶତକ...

୯ ମାସ ପରେ ପ୍ରଥମ ମ୍ୟାଚ୍‌ ଜିତିଲେ ଏହି ମହାନ୍‌ ଖେଳାଳି

ନ୍ୟୁୟର୍କ,୨୩।୮ (ଏପି): ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ଦୀର୍ଘ ୯ ମାସ ପରେ ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି ଓ ଏଥିରେ ବିଜୟୀ ହୋଇଛନ୍ତି। ୩ଟି...

କନ୍ୟା ସନ୍ତାନର ଜନନୀ ହେଲେ ସ୍ତୋସୁରଙ୍କ ପାର୍ଟନର

ମେଲବୋର୍ନ, ୧୪ା୭ (ଏ.ପି.)-ୟୁଏସ୍‌ ଓପନ ୨୦୧୧ ଚାମ୍ପିୟନ ସାମନ୍ଥା ସ୍ତୋସୁରଙ୍କ ପାର୍ଟନର ଲିଜ୍‌ ଗତ ମାସରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହେଲେ ସେ...

ପ୍ରଥମ ଭେଟରେ ଏହି କ୍ରିକେଟର୍‌ଙ୍କୁ ଗାଳି ଦେଇଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ...

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି...

ଦିଲ୍ଲୀ ହାଫ୍‌ ମାରାଥନ: ଓ୍ବାଲେନ୍‌, ୟେହୁଲାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୩୦ା୧୧ (ପି.ଟି.)-କୋଭିଡ୍‌ ଯୋଗୁ ଜୈବସୁରକ୍ଷିତ ପରିବେଶ ମଧ୍ୟରେ ରବିବାର ଏୟାରଟେଲ ଦିଲ୍ଲୀ ହାଫ୍‌ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇଥିଓପିଆର ଆମେଡଓ୍ବର୍କ ଓ୍ବାଲେନ୍‌ ଏବଂ...

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ...

ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ, କୁମିନ୍ସ

ଦୁବାଇ,୧୬।୯: ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ବୋଲର ପ୍ୟାଟ କୁମିନ୍ସ ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍‌...

Advertisement
Archives

Model This Week