ଏଠି ଲିମ୍ବପତ୍ର ଲାଗେ ମିଠା

ଖଇରା,(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତର ପ୍ରସିଦ୍ଧ ଜଳଙ୍ଗ ଚଣ୍ଡୀଙ୍କ ମହିମା କିଏ ନ ଜାଣେ। କେହି ବିପଦରେ ପଡି ଡାକିବା ମାତ୍ରେ ମା’ ଛାତ ଭଳି ସନ୍ତାନକୁ ପଣତକାନିରେ ଘୋଡେଇ ରଖନ୍ତି। ମନ୍ଦିର ସ୍ଥାପନା ଓ ଏହାସହ ଜଡିତ କିଛି ଅଲୌକିକ ଘଟଣା ଲୋକମୁଖରୁ ଶୁଣିବାକୁ ମିଳୁଥିବା ବେଳେ ଆଉ କିଛି ଏବେ ଭକ୍ତଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ ଜାଣିବାକୁ ମିଳେ। ମନ୍ଦିର ସ୍ଥାପନା ସମୟରୁ ଏ ପର୍ଯ୍ୟନ୍ତ ରହି ଆସିଥିବା ଲିମ୍ବଗଛର ପତ୍ରର ସ୍ବାଦ ମିଠା ଯାହା କି ଆଜିର ବିଜ୍ଞାନ ଯୁଗରେ ଏକ ଅଲୌକିକ ଘଟଣା। ସାଧାରଣରେ ଲିମ୍ବପତ୍ର ପିତା ହୋଇଥିବା ବେଳେ ମା’ଙ୍କ ମହିମା ପାଇଁ ପତ୍ର ମିଠା ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି।
ଆଗମନ ଓ ସ୍ଥାପନାକୁ ନେଇ କୁହାଯାଏ ଆଜକୁ ପ୍ରାୟ ୨ଶହ ବର୍ଷ ତଳେ କେନ୍ଦୁଝର ଜିଲା ଢେଙ୍କା ନିକଟସ୍ଥ ବାଲିଗୁରେଇ ଅଞ୍ଚଳରେ ଲୋକେ ୫ ଭଉଣୀଙ୍କୁ ୫ଦେବୀ ଭାବେ ପୂଜାର୍ଚ୍ଚନା କରୁଥିଲେ। ସେତେବେଳର ପରମ୍ପରା ଅନୁଯାୟୀ ମା’ଙ୍କ ନିକଟରେ ନରବଳି ଦିଆଯାଉଥିଲା। ପ୍ରଥମେ କେନ୍ଦୁଝର ରାଜା ଓ ପରେ ଢେଙ୍କା ଜମିଦାରଙ୍କ ତତ୍ତ୍ୱାବଧାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ୫ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀ ଭାବେ ଚଣ୍ଡୀ ଦେବୀଙ୍କ ସ୍ବପ୍ନାଦେଶକ୍ରମେ ଜଳଙ୍ଗ ଗ୍ରାମର ମହାପାତ୍ର ବଂଶଧର ମା’ଙ୍କ ପ୍ରତିମାକୁ କାନ୍ଧରେ ବୋହି ଆଣି ଜଳଙ୍ଗ ଗ୍ରାମ ମୁଣ୍ଡରେ ଥିବା କୋଚିଳା ଗଛ ମୂଳେ ରଖିଥିଲେ। ପରେ ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ତ୍ୱେ ମା’ଙ୍କ ମୂର୍ତ୍ତିକୁ ଆଉ ସ୍ଥାନାନ୍ତର କରାଯାଇ ପାରି ନ ଥିଲା। କିଛି ବର୍ଷ ପରେ ମହାପାତ୍ର ବଂଶର ଉତ୍ତରାଧିକାରୀ ପଦ୍ମଲୋଚନ ମହାପାତ୍ର, ବିନୋଦ ମହାପାତ୍ର, ଗ୍ରାମର ପୁରୁଖା ଲୋକ ଗୋବିନ୍ଦ ପଣ୍ଡା ଓ ପାଣ୍ଡୁ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ଲୋକମୁଖରୁ ଶୁଣିବାକୁ ମିଳୁଥିବା ସେତେବେଳର ଅନ୍ୟ ଏକ ଅଲୌକିକ ଘଟଣା ଅନୁଯାୟୀ ଏହି ମନ୍ଦିରଠାରୁ କିଛି ଦୂରରେ ବାସଙ୍ଗ ପୋଖରୀ ନାମରେ ଏକ ପୋଖରୀ ରହିଛି। କୌଣସି କର୍ମକର୍ମାଣି ପାଇଁ ଗ୍ରାମର କୌଣସି ଲୋକଙ୍କ ବାସନକୁସନ ଦରକାର ପଡିଲେ ଆଗଦିନରୁ ମା’ଙ୍କୁ ଗୁହାରି କରିଯାନ୍ତି। ପରଦିନ ସକାଳେ ସେତିକି ପରିମାଣର ବାସନ ଭାସୁଥିଲା ଯାହାକୁ ନେଇ ଗ୍ରାମବାସୀ କାର୍ଯ୍ୟରେ ଲଗାଇ ସାରି ପୁଣି ଆଣି ପୋଖରୀରେ ଭସାଇ ଦେଉଥିଲେ। ଏବେ ଏହି ସ୍ଥାନର ଗୁରୁତ୍ୱକୁ ଉପଲବ୍ଧି କରିବା ପରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉଦ୍ୟମରେ ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଯାଇଛି ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଓ ପୂଜକ ବେଣୁଧର ତିଆଡିଙ୍କ କହିବା ଅନୁଯାୟୀ ସକାଳ


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?