ବିନା ଅସ୍ତ୍ରୋପଚାରରେ ଫୁସ୍‌ଫୁସ୍‌ରୁ ବାହାରିଲା ଛୁଞ୍ଚି

ଭୁବନେଶ୍ୱର, ୧୦।୨ (ବନ୍ଦନା ସେଠୀ): ବିରଳ ଚିକିତ୍ସା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱରକୁ ଆଉଏକ ସଫଳତା ମିଳିଛି। ଏମ୍ସ ଶିଶୁ ବିଭାଗର ଡାକ୍ତରୀ ଟିମ୍‌ ବିନା ଅସ୍ତ୍ରୋପଚାରରେ ଜଣେ ୯ ବର୍ଷୀୟ ବାଳକଙ୍କ ଫୁସ୍‌ଫୁସ୍‌ରୁ ଏକ ଛୁଞ୍ଚତ୍ ବାହାର କରି ତାଙ୍କ ଜୀବନ ବଞ୍ଚାଇଛନ୍ତି। ପ୍ରଥମଥର ବ୍ରୋଙ୍କୋସ୍କୋପିକ୍‌ ପଦ୍ଧତିରେ ସଫଳତାର ସହ ଏହି ଜଟିଳ ଚିକିତ୍ସା କରାଯାଇଛି।
ଉକ୍ତ ନାବାଳକଙ୍କ ଘର ପଶ୍ଚିମବଙ୍ଗରେ। ସେ ଅସାବଧାନତାବଶତଃ ୪ ସେ.ମି. ଲମ୍ବର ଏକ ସିଲେଇ ମେଶିନ ଛୁଞ୍ଚତ୍ ଗିଳିଦେଇଥିଲେ। ଦୁଇଦିନ ପରେ ଉକ୍ତ ନାବାଳକଙ୍କୁ ପରିବାର ଲୋକେ ଏମ୍ସ ଭୁବନେଶ୍ୱରକୁ ଆଣିଥିଲେ। ଛୁଞ୍ଚତ୍ଟି ତାଙ୍କ ବାମପାର୍ଶ୍ୱ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଖି ରହିଥିବା ଜଣାପଡ଼ିଥିଲା। ଏ କ୍ଷେତ୍ରରେ ସାଧାରଣତଃ ଅସ୍ତ୍ରୋପଚାର କରାଯାଇଥାଏ। ମାତ୍ର ନାବାଳକର ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ଶିଶୁ ବିଶେଷଜ୍ଞ ଡା. ରଶ୍ମିରଞ୍ଜନ ଦାସ, ଡା. କ୍ରୀଷ୍ଣା ଏମ୍‌ ଗୁଲ୍ଲା, ଡା. କେତନ ଏବଂ ଡା. ରାମକୃଷ୍ଣଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ବିଶେଷଜ୍ଞ ଦଳ ପ୍ରାୟ ୧ ଘଣ୍ଟା ଧରି ସତର୍କତାର ସହ ବ୍ରୋଙ୍କୋସ୍କୋପିକ୍‌ ପଦ୍ଧତିରେ ଛୁଞ୍ଚତ୍କୁ ବାହାର କରିବାରେ ସଫଳ ହୋଇଥିଲା। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଏମ୍ସ ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି। ଏମ୍ସ ସର୍ବଦା ଜନସାଧାରଣଙ୍କ ଜୀବନ ରକ୍ଷା ନିମିତ୍ତ ପ୍ରତିବଦ୍ଧ ବୋଲି ଡା. ବିଶ୍ବାସ କହିଛନ୍ତି। ଟିମ୍‌ର ନେତୃତ୍ୱ ନେଇଥିବା ଶିଶୁ ବିଶେଷଜ୍ଞ ଡା. ରଶ୍ମି ରଞ୍ଜନ ଦାସ କହିଛନ୍ତି, ଏପରି ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର କରିବା ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଅଭିନବ ଉପାୟରେ କରାଯାଇଥିବା ଏହି ପ୍ରକ୍ରିୟା ବେଶ୍‌ ଲାଭଦାୟୀ ହୋଇପାରିଛି। ୪ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ରହିବା ସହ ସାଧାରଣ ଜୀବନଯାପନ କରୁଥିବା ଡା. ଦାସ ସୂଚନା ଦେଇଛନ୍ତି। ଏମ୍ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ପେଡିଆଟ୍ରିକ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳ କାର୍ଯ୍ୟ କରୁଛି। ୧ମାସର ଶିଶୁଙ୍କଠାରୁ ୧୫ ବର୍ଷ ବୟସର ଶିଶୁଙ୍କ ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ଚିକିତ୍ସା ସେବା ମିଳିପାରୁଛି। ବିଶେଷକରି ବ୍ରୋଙ୍କୋସ୍କୋପିକ ପଦ୍ଧତି ମାଧ୍ୟମରେ ଗୋଟିଏ ସ୍ଥାନରେ ସାମଗ୍ରିକ ଶିଶୁ ଚିକିତ୍ସା ସୁବିଧା ରାଜ୍ୟରେ ଅନ୍ୟ କେଉଁଠି ଉପଲବ୍ଧ ନାହିଁ ବୋଲି ଡା. ଏମ୍‌. ଗୁଲ୍ଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri