Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଭଳି ଇସି ଲୋଡ଼ା

ନୂଆଦିଲ୍ଲୀ,୨୪ା୧୧ : କେନ୍ଦ୍ରରେ କ୍ଷମତାସୀନ ଯେକୌଣସି ଦଳ ସବୁଦିନ କ୍ଷମତାରେ ରହିବାକୁ ଚାହେଁ। ଏଥିଲାଗି ବର୍ତ୍ତମାନ ବ୍ୟବସ୍ଥା ଅଧୀନରେ ଶାସକ ଦଳ ଜଣେ ‘ବୋଲକରା’ଙ୍କୁ ନିର୍ବାଚନ କମିଶନର (ଇସି) ରୂପେ ନିଯୁକ୍ତ କରିପାରେ। ଜଣେ ନିର୍ବାଚନ କମିଶନର ଏପରି ହେବା କଥା, ଯିଏକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରୁଥିବେ। ଆବଶ୍ୟକ ସ୍ଥଳେ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁଥିବେ। ତେଣୁ ଏହି ସାମ୍ବିଧାନିକ ପଦରେ କାହାକୁ ନିଯୁକ୍ତ କରାଯିବ, ତାହା କେବଳ କେନ୍ଦ୍ର କ୍ୟାବିନେଟ ଦ୍ୱାରା ସ୍ଥିର କରା ନ ଯାଉ। କମିଶନଙ୍କ ସ୍ବାଧୀନତା ସୁନିଶ୍ଚିତ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପରାମର୍ଶ ନିଆଯିବା ଉଚିତ ବୋଲି ବୁଧବାର ସାମ୍ବିଧାନିକ ପୀଠ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଇସିମାନଙ୍କ ନିଯୁକ୍ତି ପାଇଁ କଲେଜିୟମ୍‌ ଭଳି ବ୍ୟବସ୍ଥା ଆପଣାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ବୁଧବାର ସେଗୁଡ଼ିକର ଶୁଣାଣି ବେଳେ ଶୀର୍ଷ ଅଦାଲତ ନିର୍ବାଚନ କମିଶନରଙ୍କ ସ୍ବାଧୀନତା ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ୧୯ରେ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ ଅରୁଣ ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଫାଇଲ ଦାଖଲ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଏଲ ନିକଟରେ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେଇଥିବାରୁ ତାଙ୍କୁ ତରବରିଆ ଭାବେ ନିଯୁକ୍ତି ଦିଆଯାଇଛି କି ବୋଲି ପୀଠ ଜାଣିବାକୁ ଚାହିଁଛନ୍ତି।

ଶୁଣାଣି ଚାଲିଥିବାବେଳେ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦେଖାଯାଇପାରିବ ନାହିଁ ବୋଲି ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି ବାଢ଼ିଥିବା ଯୁକ୍ତିକୁ ସାମ୍ବିଧାନିକ ପୀଠ ଖାରଜ କରିଦେଇଥିଲେ। ଜଷ୍ଟିସ୍‌ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ ଏବଂ ସି.ଟି. ତ୍ୟାଗୀଙ୍କୁ ନେଇ ଗଠିତ ପୀଠରେ ଭେଙ୍କଟରମଣି କହିଥିଲେ, ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ପ୍ରକ୍ରିୟାଗତ ବୃହତ୍‌ ପ୍ରସଙ୍ଗରେ ଶୁଣାଣି ଚାଲିଥିବାବେଳେ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଦାଖଲ ଏକ ବ୍ୟକ୍ତିଗତ ମାମଲାର ଅନୁଧ୍ୟାନ କରାଯାଇପାରି ନାହିଁ। ଏହା ଉପରେ ଜଷ୍ଟିସ୍‌ ଜୋସେଫ୍‌ କହିଥିଲେ, ସାମ୍ବିଧାନିକ ପୀଠରେ ଶୁଣାଣି ବେଳେ ମଧ୍ୟ ଫାଇଲ ଦେଖାଯାଇପାରିବ। ଗୋଏଲଙ୍କୁ କେଉଁ ବ୍ୟବସ୍ଥା ଅନୁସାରେ ନିଯୁକ୍ତି ଦିଆଯାଇଛି ତାହା ଆମେ ଦେଖିବାକୁ ଚାହୁଁ। ଏହାକୁ ଆମେ ରେକର୍ଡରେ ରଖିବୁ। ଉକ୍ତ ପ୍ରସଙ୍ଗରେ ଆମ ଶୁଣାଣି ଜାରି ଥିବାବେଳେ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହି ମାମଲାକୁ ତା’ ସହ ଯୋଡ଼ାଯାଇପାରେ କହି ଗୁରୁବାର ସୁଦ୍ଧା ନିଯୁକ୍ତିର ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଅନୁପ ବରନଓ୍ବାଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଜ ଆଡ଼ୁ ମଧ୍ୟ ଆପତ୍ତି ଉଠାଇଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ଅତି ତରବରିଆ ଭାବେ ଜଣେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିଛନ୍ତି। ସମ୍ପୃକ୍ତ ଇସି ଗୁରୁବାର ଯାଏ ସରକାରଙ୍କ ଜଣେ ସଚିବସ୍ତରୀୟ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସେ ହଠାତ୍‌ ଭିଆର୍‌ଏସ୍‌ ନେବା ପରେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ଜୋସେଫ୍‌ କହିଥିଲେ, ଭିଆର୍‌ଏସ୍‌ ନେବା ପାଇଁ ୩ ମାସ ଲାଗିଥାଏ। ପ୍ରକାଶ ଯେ, ୧୯୮୫ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଗୋଏଲଙ୍କୁ ଗତ ୧୯ରେ ଇସି ନିଯୁକ୍ତ କରାଯାଇଛି। ସେ ଆସନ୍ତା ଡିସେମ୍ବର ୩୧ରେ ୬୦ ବର୍ଷରେ ପଦାର୍ପଣ ସହ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସଚିବ ପଦରୁ ଅବସର ନେଇଥାଆନ୍ତେ। ସେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଇସି ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ କାର୍ଯ୍ୟ କରିବେ। ରାଜୀବ କୁମାର ୨୦୨୫ରେ ଅବସର ନେବା ପରେ ଗୋଏଲ ସିଇସି ହୋଇପାରନ୍ତି। ପୂର୍ବତନ ସିଇସି ସୁଶୀଲ ଚନ୍ଦ୍ର ଗତ ମେ’ରେ ଅବସର ନେବା ପରେ ଗୋଟିଏ ଇସି ପଦ ଖାଲିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ, ‘ଅନ୍ତ ଦେଖିବା ଯାଏ ବଞ୍ଚିବି’

କୋଲକାତା,୧୬।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ତାଙ୍କ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

୯ କିଲୋ ଓଜନ କମିଲାଣି: ସୋନମ୍ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୭: ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସନ୍ତା ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଜରୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri