Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଭଳି ଇସି ଲୋଡ଼ା

ନୂଆଦିଲ୍ଲୀ,୨୪ା୧୧ : କେନ୍ଦ୍ରରେ କ୍ଷମତାସୀନ ଯେକୌଣସି ଦଳ ସବୁଦିନ କ୍ଷମତାରେ ରହିବାକୁ ଚାହେଁ। ଏଥିଲାଗି ବର୍ତ୍ତମାନ ବ୍ୟବସ୍ଥା ଅଧୀନରେ ଶାସକ ଦଳ ଜଣେ ‘ବୋଲକରା’ଙ୍କୁ ନିର୍ବାଚନ କମିଶନର (ଇସି) ରୂପେ ନିଯୁକ୍ତ କରିପାରେ। ଜଣେ ନିର୍ବାଚନ କମିଶନର ଏପରି ହେବା କଥା, ଯିଏକି ଦେଶର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରୁଥିବେ। ଆବଶ୍ୟକ ସ୍ଥଳେ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁଥିବେ। ତେଣୁ ଏହି ସାମ୍ବିଧାନିକ ପଦରେ କାହାକୁ ନିଯୁକ୍ତ କରାଯିବ, ତାହା କେବଳ କେନ୍ଦ୍ର କ୍ୟାବିନେଟ ଦ୍ୱାରା ସ୍ଥିର କରା ନ ଯାଉ। କମିଶନଙ୍କ ସ୍ବାଧୀନତା ସୁନିଶ୍ଚିତ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପରାମର୍ଶ ନିଆଯିବା ଉଚିତ ବୋଲି ବୁଧବାର ସାମ୍ବିଧାନିକ ପୀଠ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଇସିମାନଙ୍କ ନିଯୁକ୍ତି ପାଇଁ କଲେଜିୟମ୍‌ ଭଳି ବ୍ୟବସ୍ଥା ଆପଣାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ବୁଧବାର ସେଗୁଡ଼ିକର ଶୁଣାଣି ବେଳେ ଶୀର୍ଷ ଅଦାଲତ ନିର୍ବାଚନ କମିଶନରଙ୍କ ସ୍ବାଧୀନତା ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ୧୯ରେ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ ଅରୁଣ ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଫାଇଲ ଦାଖଲ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଏଲ ନିକଟରେ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେଇଥିବାରୁ ତାଙ୍କୁ ତରବରିଆ ଭାବେ ନିଯୁକ୍ତି ଦିଆଯାଇଛି କି ବୋଲି ପୀଠ ଜାଣିବାକୁ ଚାହିଁଛନ୍ତି।

ଶୁଣାଣି ଚାଲିଥିବାବେଳେ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦେଖାଯାଇପାରିବ ନାହିଁ ବୋଲି ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି ବାଢ଼ିଥିବା ଯୁକ୍ତିକୁ ସାମ୍ବିଧାନିକ ପୀଠ ଖାରଜ କରିଦେଇଥିଲେ। ଜଷ୍ଟିସ୍‌ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ ଏବଂ ସି.ଟି. ତ୍ୟାଗୀଙ୍କୁ ନେଇ ଗଠିତ ପୀଠରେ ଭେଙ୍କଟରମଣି କହିଥିଲେ, ସିଇସି ଏବଂ ଇସିମାନଙ୍କ ନିଯୁକ୍ତି ପ୍ରକ୍ରିୟାଗତ ବୃହତ୍‌ ପ୍ରସଙ୍ଗରେ ଶୁଣାଣି ଚାଲିଥିବାବେଳେ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଦାଖଲ ଏକ ବ୍ୟକ୍ତିଗତ ମାମଲାର ଅନୁଧ୍ୟାନ କରାଯାଇପାରି ନାହିଁ। ଏହା ଉପରେ ଜଷ୍ଟିସ୍‌ ଜୋସେଫ୍‌ କହିଥିଲେ, ସାମ୍ବିଧାନିକ ପୀଠରେ ଶୁଣାଣି ବେଳେ ମଧ୍ୟ ଫାଇଲ ଦେଖାଯାଇପାରିବ। ଗୋଏଲଙ୍କୁ କେଉଁ ବ୍ୟବସ୍ଥା ଅନୁସାରେ ନିଯୁକ୍ତି ଦିଆଯାଇଛି ତାହା ଆମେ ଦେଖିବାକୁ ଚାହୁଁ। ଏହାକୁ ଆମେ ରେକର୍ଡରେ ରଖିବୁ। ଉକ୍ତ ପ୍ରସଙ୍ଗରେ ଆମ ଶୁଣାଣି ଜାରି ଥିବାବେଳେ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହି ମାମଲାକୁ ତା’ ସହ ଯୋଡ଼ାଯାଇପାରେ କହି ଗୁରୁବାର ସୁଦ୍ଧା ନିଯୁକ୍ତିର ସମସ୍ତ ଦସ୍ତାବିଜ ଦାଖଲ କରିବାକୁ ପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଅନୁପ ବରନଓ୍ବାଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଜ ଆଡ଼ୁ ମଧ୍ୟ ଆପତ୍ତି ଉଠାଇଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ଅତି ତରବରିଆ ଭାବେ ଜଣେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିଛନ୍ତି। ସମ୍ପୃକ୍ତ ଇସି ଗୁରୁବାର ଯାଏ ସରକାରଙ୍କ ଜଣେ ସଚିବସ୍ତରୀୟ ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସେ ହଠାତ୍‌ ଭିଆର୍‌ଏସ୍‌ ନେବା ପରେ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ଜୋସେଫ୍‌ କହିଥିଲେ, ଭିଆର୍‌ଏସ୍‌ ନେବା ପାଇଁ ୩ ମାସ ଲାଗିଥାଏ। ପ୍ରକାଶ ଯେ, ୧୯୮୫ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଗୋଏଲଙ୍କୁ ଗତ ୧୯ରେ ଇସି ନିଯୁକ୍ତ କରାଯାଇଛି। ସେ ଆସନ୍ତା ଡିସେମ୍ବର ୩୧ରେ ୬୦ ବର୍ଷରେ ପଦାର୍ପଣ ସହ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସଚିବ ପଦରୁ ଅବସର ନେଇଥାଆନ୍ତେ। ସେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଇସି ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ କାର୍ଯ୍ୟ କରିବେ। ରାଜୀବ କୁମାର ୨୦୨୫ରେ ଅବସର ନେବା ପରେ ଗୋଏଲ ସିଇସି ହୋଇପାରନ୍ତି। ପୂର୍ବତନ ସିଇସି ସୁଶୀଲ ଚନ୍ଦ୍ର ଗତ ମେ’ରେ ଅବସର ନେବା ପରେ ଗୋଟିଏ ଇସି ପଦ ଖାଲିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?