Posted inଜାତୀୟ

ଜୁଲାଇ ୧୮ରେ ଭାଜପା ମେଣ୍ଟର ବୈଠକ

ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଯାଉଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ଏହାରି ଭିତରେ ସମସ୍ତ ବଡ ବଡ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ବିରୋଧୀ ଦଳମାନେ ମଧ୍ୟ ଭାଜପା ବିରୋଧରେ ଏକାଠି ନିର୍ବାଚନରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏକ ବଡ଼ ମିଳିତ ମଞ୍ଚ ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ଭାଜପାରେ ମଧ୍ୟ ଏହାକୁ ନେଇ ବୈଠକ ଜାରି ରହିଛି। ଇତିମଧ୍ୟରେ ୧୮ଜୁଲାଇରେ ବର୍ତ୍ତମାନ ଏନଡିଏର ଏକ ବଡ ବୈଠକ ଡକାଯାଇଛି। ସୂଚନାନୁସାରେ, ଏହି ବୈଠକ ଦିଲ୍ଲୀର ଅଶୋକା ହୋଟେଲରେ ଅନୁଷ୍ଠିତ ହେବ।
ବୈଠକରେ ଦୀର୍ଘ ଦିନ ଧରି ଏନଡିଏ ଠାରୁ ଅଲଗା ରହି ଆସୁଥିବା ଅକାଳୀ ଦଳ ପକ୍ଷରୁ ସୁଖବୀର ସିଂ ବାଦଲ ଓ ଚିରାଗ ପାସୱାନ ସାମିଲ ହେବେ। ଏହି ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ଅଂଶଗ୍ରହଣ କରିପାରିବେ। ଏଥିରେ ଯୋଗଦେବାକୁ ସୁଖବୀର ବାଦଲ ଏବଂ ଚିରାଗ ପାସୱାନ ସମ୍ମତି ଦେଇଛନ୍ତି। କିଛି ନୂତନ ଦଳ ମଧ୍ୟ ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାରେ ନିରନ୍ତର ବୈଠକ ଅନୁଷ୍ଠିତ ହେଉଛି। ଭାଜପାର ଶୀର୍ଷ ନେତୃତ୍ୱର ଅନେକ ରାଉଣ୍ଡ ବୈଠକ ପରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ୟାବିନେଟରେ ପୁନଃ ବଦଳିବାର ସମ୍ଭାବନାକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଭାଜପା ଚାରିଟି ରାଜ୍ୟରେ ରାଜ୍ୟ ସଭାପତିଙ୍କୁ ମଧ୍ୟ ବଦଳାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri