Posted inଜାତୀୟ

ଏନଡିଏରେ ସହଯୋଗୀ ପାର୍ଟିଙ୍କ ସହ ମତଭେଦ ଅଛି…ବଡ଼ ଗୁମର ଖୋଲିଦେଲେ ଜେଡିୟୁରୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୯: ବରିଷ୍ଠ ନେତା କେସି ତ୍ୟାଗୀଙ୍କ ସ୍ଥାନରେ ଜେଡିୟୁର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଥିବା ରାଜୀବ ରଂଜନ ପ୍ରସାଦ ଏନଡିଏର ଭିତିରି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଯଦିଓ ଏନଡିଏରେ ମତଭେଦକୁ ନେଇ ଅନେକ କଳ୍ପନାଜଳ୍ପନା କରୁଛନ୍ତି, କିନ୍ତୁ ‘ବିକଶିତ ଭାରତ ବିକଶିତ ବିହାର’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ଦୃଢ ମେଣ୍ଟ ରହିଛି। ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଏନଡିଏର ଗଠନକାରୀ ଦଳ ମଧ୍ୟରେ ‘ଛୋଟ ଛୋଟ ମତଭେଦ’ ସ୍ବାଭାବିକ କିନ୍ତୁ ଏଗୁଡିକ ବିବାଦର କାରଣ ହେବ ନାହିଁ ଏବଂ ଏହାକୁ ଏକାଠି ବସି ସମାଧାନ କରିହେବ।

ସେ କହିଛନ୍ତି, ଆମର ସହଯୋଗୀ ଦେଶ ତଥା ବିହାରର ସ୍ବାର୍ଥରେ। ବିକଶିତ ବିହାରର ଆଶା କେବଳ ନୀତୀଶ କୁମାରଙ୍କ ନେତୃତ୍ୱରେ ସମ୍ଭବ। ଏହି ଆଶା ଏହି ସମୟର ବଜେଟରେ ଥିବା ବ୍ୟବସ୍ଥା ଦ୍ୱାରା ମଜବୁତ ହୋଇଛି । ବିହାର ପ୍ରସଙ୍ଗରେ ଜନ ସୁରଜ ଅଭିଆନ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଦିଆଯାଇଥିବା ଦାବିକୁ ଜେଡିୟୁ ପିଲାଳିଆମି ବୋଲି କହିଛି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ତାଙ୍କର ଭବିଷ୍ୟତ ନାହିଁ ବୋଲି ରାଜୀବ କହିଛନ୍ତି।

ତେବେ ନୀତୀଶ ଏବଂ ତେଜସ୍ବୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ କରି ପ୍ରସାଦ କହିଛନ୍ତି, ସୂଚନା କମିଶନରଙ୍କ ନିଯୁକ୍ତିକୁ ନେଇ ଦୁଇ ନେତା ସାକ୍ଷାତ କରିଛନ୍ତି ଏବଂ ଏହା ଉପରେ କୌଣସି ପ୍ରଶ୍ନ ଉଠାଇବାରେ ଯଥାର୍ଥତା ନାହିଁ। ଆଗାମୀ ଝାଡଖଣ୍ଡ ବିଧାନସଭାରେ ଭାଜପା ଓ ଜେଡିୟୁ ଏକାଠି ଲଢିବେ ଏବଂ ଏ ବାବଦରେ ଏକ ଚୁକ୍ତିନାମା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri