Posted inଜାତୀୟ

ଏନ୍‌ଡିଏର ଖେଳ ବିଗାଡିଦେଲା ଇଣ୍ଡିଆ ମେଣ୍ଟ: ଟିଡିପିକୁ ଦେଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୧୯।୬: କିଏ ହେବେ ଆଗାମୀ ଲୋକ ସଭା ବାଚସ୍ପତି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଚାଲିଛି। ଯେକୌସି ଭାବେ ବାଚସ୍ପତି ଚେୟାର ନିଜ ପାଖରେ ରଖିବାକୁ ଭାଜପା ଚାହୁଁଛି ଏବଂ ଏଥିପାଇଁ ଦଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ ସହଯୋଗୀଙ୍କ ସହ କଥାବାର୍ତ୍ତା କରିବାର ଦାୟିତ୍ୱ ଦେଇଛି। ଜୁନ ୨୪ରୁ ସଂସଦ ଅଧିବେଶନ ପାଇଁ ରାଜନାଥ ସିଂଙ୍କ ଘରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂସଦ ଅଧିବେଶନ କିପରି ଆଗକୁ ବଢିବ ସେନେଇ ଆଲୋଚନା ହୋଇଥିଲା। କିନ୍ତୁ ସମସ୍ତଙ୍କ ନଜର ହେଉଛି ଭାଜପା କାହାକୁ ବାଚସ୍ପତି କରିବ ଏବଂ କିଏ ଉପବାଚସ୍ପତି ହେବେ।
ବିରୋଧୀ ବାରମ୍ବାର କହୁଛନ୍ତି, ଜେଡିୟୁ ଏବଂ ଟିଡିପି ବାଚସ୍ପତି ଏବଂ ଡେପୁଟି ବାଚସ୍ପତି ପଦ ପାଇଁ ଚେଷ୍ଟା କରିବା ଉଚିତ୍‌। ସଞ୍ଚୟ ରାଉତ ପୂର୍ବରୁ କହିଛନ୍ତି, ଯଦି ଟିଡିପି ଜଣେ ପ୍ରାର୍ଥୀ ଫିଲ୍ଡ କରନ୍ତି ତେବେ ଇଣ୍ଡିଆ ଆଲାଏନ୍ସ ଏହାକୁ ସମର୍ଥନ କରିବ।
ଜୁନ ୯ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଲୋକ ସଭା ବାଚସ୍ପତି କିଏ ହେବେ ଜୁନ ୨୬ରେ ନିଷ୍ପତ୍ତି ନିଆଯିବ। ରାଜନାଥ ସିଂଙ୍କୁ ମିଳିତ ମେଣ୍ଟରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ଭାଜପା ଦାୟିତ୍ୱ ଦେଇଛି। ରାଜନାଥ ସିଂଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜେପି ନଡା, କିରେନ ରିଜିଜୁ, ରାମ ମୋହନ ନାଇଡୁ, ଚିରାଗ ପାସୱାନ ଏବଂ ଲଲନ ସିଂଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।
ଲୋକସଭାରେ ଏନଡିଏରେ ୨୯୩ ଏମ୍‌ପିଙ୍କ ସମର୍ଥନ ରହିଛି। ଏଥି ସହିତ ଇଣ୍ଡିଆ ଆଲାଇନ୍ସର ମାତ୍ର ୨୩୩ ଏମ୍‌ପିଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri