Posted inଜାତୀୟ

ଏନସିସିଏସଏ ଅର୍ଡିନାନ୍ସ ରାଜନୈତିକ ଯୁଦ୍ଧ, ୨୦୨୪ର ସେମିଫାଇନାଲ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୧।୫ : ଦିଲ୍ଲୀର ସେବା ଉପରେ ନିୟନ୍ତ୍ରଣ ପାଇଁ ଦାବି ବର୍ତ୍ତମାନ ସୁପ୍ରିମକୋର୍ଟ ଛାଡିବା ପରେ ଏବେ ସଂସଦରେ ପହଞ୍ଚିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବର୍ତ୍ତମାନ ଏହି ରାଜନୈତିକ ଯୁଦ୍ଧକୁ ୨୦୨୪ର ସେମିଫାଇନାଲ ବୋଲି କହୁଛନ୍ତି ଏବଂ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି। ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ସମ୍ପର୍କରେ କେନ୍ଦ୍ର ସରକାର ’ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସେସ ଅଥରିଟି’ (ଏନସିସିଏସଏ ଅର୍ଡିନାନ୍ସ) ଗଠନ ପାଇଁ ଏକ ଆଦେଶ ଘୋଷଣା କରିବା ପରେ କେନ୍ଦ୍ର ବିରୋଧରେ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି (ଏଏପି) ଖୋଲାଖୋଲି ଭାବେ ବିଦ୍ରୋହ ଘୋଷଣା କରିଛି।

କେନ୍ଦ୍ର ଆଣିଥିବା ଏନସିସିଏସଏ ନିୟମ ଉପରେ ସୂଚନା ଦେଇ ରବିବାର କେଜରିଓ୍ବାଲ କହିଛନ୍ତି ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ୫-୦ ଆଦେଶରେ ସେବା ନିୟନ୍ତ୍ରଣ ପାଇଁ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶର ଠିକ ଅଷ୍ଟମ ଦିନରେ କେନ୍ଦ୍ର ସରକାର ଏକ ଆଦେଶ ଜାରି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରି ନିର୍ବାଚିତ ସରକାରଙ୍କ ସମସ୍ତ କ୍ଷମତା ଛଡ଼ାଇ ନେଇ ସରକାରଙ୍କୁ ଅକ୍ଷମ କରିଛନ୍ତି।

ବର୍ତ୍ତମାନ କେବଳ ଉପରାଜ୍ୟପାଳ ଦିଲ୍ଲୀ ଚଳାଇବେ। ଏହା ସମ୍ବିଧାନର ବିରୋଧୀ। ସଂସଦରେ ଦେଶର ସମସ୍ତ ବିରୋଧୀ ଦଳଙ୍କୁ କେଜ୍ରିୱାଲ ନିବେଦନ କରିଛନ୍ତି ଯେତେବେଳେ ବି କେନ୍ଦ୍ର ସରକାର ଏହି ନିୟମକୁ ବିଲ ଆକାରରେ ଆଣିବେ, ସେତେବେଳେ ସମସ୍ତ ଅଣ ଭାଜପା ଦଳ ଏକାଠି ହେଲେ ଏହି ବିଲ ରାଜ୍ୟସଭାରେ ପରାସ୍ତ ହୋଇପାରିବ। ଯଦି ଏହି ବିଲ ରାଜ୍ୟସଭାରେ ପରାସ୍ତ ହୁଏ, ତେବେ ଏହା ୨୦୨୪ ର ସେମିଫାଇନାଲ ହେବ ଏବଂ ୨୦୨୪ ମସିହାରେ ଭାଜପା ସରକାର ହଟାଇବାକୁ ବାର୍ତ୍ତା ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?