ଚର୍ଚ୍ଚାରେ ନାୟକ ସାର୍‌

ନାଉଗଁା,୧।୩(ସ୍ବ.ପ୍ର.): ଚାକିରି ଛାଡ଼ିି ଯୁବକମାନଙ୍କୁ ସୈନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ରୋହିଆ ପଞ୍ଚାୟତ ଅରଖକୁଦ ଗ୍ରାମର ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ସିଲୁଙ୍କୁ ‘ନାୟକ ସାର’ ବୋଲି ମୋଦି ସମ୍ବୋଧିତ କରିଛନ୍ତି। ପ୍ରଶଂସା ପାଇବା ପରେ ସିଲୁ ଖୁସିବ୍ୟକ୍ତ କରି ଆତ୍ମବିଶ୍ୱାସ ବୃଦ୍ଧିପାଇଛି ବୋଲି କହିଛନ୍ତି। ଏହି ତାଲିମ କେନ୍ଦ୍ରକୁ ଆଗକୁ ବଢ଼ାଇବା ପାଇଁ ଅଧିକ ପ୍ରୟାସ କରିବେ ବୋଲି ସେ କହିିଛନ୍ତି।
୨୦୧୬ରେ ଦେବୀ ନଦୀ ପଠାରେ ସିଲୁ ‘ମହାଗୁରୁ ବାଟାଲିୟନ’ ନାମରେ ଏକ ସେନା ପ୍ରଶିକ୍ଷଣ ତାଲିମ ଶିବିର ଆରମ୍ଭ କରିଥିଲେ। ପ୍ରଥମେ ସେ ସ୍ଥାନୀୟ ୮ରୁ ୧୦ ଜଣ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇଥିଲେ। ଏବେ ଏହି ବାଟାଲିୟନ ମାଧ୍ୟମରେ ୭୦ରୁ ଊର୍ଦ୍ଧ୍ୱ ଯୁବକ ସାମିଲ ହୋଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଉଛନ୍ତି। ଏଠାରୁ ତାଲିମ ପାଇଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଆର୍ମି, ଓଡ଼ିଶା ପୋଲିସ, ସିଆରପିଏଫ୍‌, ବିଏସ୍‌ଏଫ୍‌, ଓଏଫ୍‌ଏସ୍‌ ଏବଂ ଆଇଆରବିରେ ଯୋଗଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଲୁ ବିନା ପାରିଶ୍ରମିକରେ ଗଁା ଗହଳିର ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏପରି କି ନିଜ ହାତରୁ ବିଭିନ୍ନ ପ୍ରକାର ତାଲିମ ସରଞ୍ଜାମ ମଧ୍ୟ କ୍ରୟ କରିଛନ୍ତି।
ବାଲୁଙ୍କି ନାୟକ ଓ ତାଙ୍କ ସ୍ତ୍ରୀ ହେନାଙ୍କ ସାନ ପୁଅ ସିଲୁ ୨୦୧୪ରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରୁ ଯୁକ୍ତ୩ ଶିକ୍ଷା ଶେଷପରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀରେ ଚାକିରି ପାଇଥିଲେ। ଇଣ୍ଟରଭ୍ୟୁ ଦେବା ସମୟରେ ଅନେକ ପିଲା ଶାରୀରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ସେ ଦେଖିଥିଲେ। ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଅର୍ଥ ଓ ଚାକିରି ମୋହ ଛାଡ଼ିି ସେ ନିଜ ଗଁାକୁ ଫେରି ଆସିଥିଲେ। ନିଜ ଅଞ୍ଚଳର ପିଲାଙ୍କୁ ଶାରୀରିକ ତାଲିମ ପ୍ରଦାନ କରି ସୈନ୍ୟବାହିନୀରେ ଯୋଗଦେବା ଉଦ୍ଦେଶ୍ୟରେ ମହାଗୁରୁ ବାଟାଲିୟନ ତାଲିମ ଶିବିର ଖୋଲିଥିଲେ। ସକାଳ ଓ ଅପରାହ୍ନରେ ୨ ବେଳା ଶିବିରରେ ପିଲାମାନେ ତାଲିମ ନେଇଥାନ୍ତି। ଟ୍ରେନିଂ ପାଇ ବହୁ ଯୁବକ ପୋଲିସ, ସୈନ୍ୟବାହିନୀ ଓ ସେଣ୍ଟ୍ରାଲ ସିକ୍ୟୁରିଟି ଫୋର୍ସରେ ଚାକିରି ପାଇଥିବା ବେଳେ ଅନେକ ଏବେ ବି ଚେଷ୍ଟା ଜାରି ରଖିଛନ୍ତି ବୋଲି ସିଲୁ କହିଛନ୍ତି। ତେବେ ବିନା ପାରିଶ୍ରମିକରେ କିଭଳି ତାଲିମ ଶିବିର ଚଳାଇପାରୁଛନ୍ତି ବୋଲି ପଚରାଯିବାରୁ ସିଲୁ କହିଛନ୍ତି ଯେ, ଶିବିର ଆରମ୍ଭ ହେବା ସମୟରେ କେତେଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା କରିଥିଲେ। ଏବେ ନିଯୁକ୍ତି ପାଇଥିବା କେତେଜଣ ପ୍ରଶିକ୍ଷାର୍ଥୀ ଆର୍ଥିକ ସହାୟତା ଯୋଗାଉଛନ୍ତି, ଯେଉଁଥିରେ ଗରିବ ପିଲାମାନଙ୍କୁ ମାଗଣାରେ ତାଲିମ ଦିଆଯାଇପାରୁଛି ବୋଲି ସିଲୁ କହିଛନ୍ତି।
ତାଲିମ ନେଇ ଚାକିରି ପାଇଥିବା ଭାରତୀୟ ଆର୍ମିର ସୁଶୀଳ ମହାନ୍ତି ଓ ସିଆରପିଏଫ୍‌ର ଦେବଦତ୍ତ ଆଚାର୍ଯ୍ୟ କୁହନ୍ତି, ନାୟକ ସାର ଅନ୍ୟମାନଙ୍କ ପାଇଁ ଉଦାହରଣ। ତାଙ୍କ ଉଦ୍ୟମ ବଳରେ ବହୁ ଅସହାୟ ରୋଜଗାରକ୍ଷମ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri