ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ କରିଛନ୍ତିି। ଆଲିଆଙ୍କ ଅଭିଯୋଗ ଉପରେ ପୋଲିସ ଏକ ଏଫଆଇଆର ପଞ୍ଜୀକୃତ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦ ଏବଂ ୪୯୩ ଅନୁଯାୟୀ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଲିଆ ନୱାଜୁଦ୍ଦିନଙ୍କଠାରୁ ଛାଡପତ୍ର ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଛନ୍ତି। ଗତ ସପ୍ତାହରେ ଅନ୍ୟ ଏକ ଅଭିଯୋଗ ସଂପର୍କରେ ଆଲିଆ ଉତ୍ତରପ୍ରଦେଶର ମୁଜାଫରନଗରର ବୁଦ୍ଧାନା ପୋଲିସ ଷ୍ଟେଶନରେ ରେକର୍ଡ କରିଥିଲେ। ସେ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟଙ୍କ ବିରୋଧରେ ଉକ୍ତ ଅଭିଯୋଗ ଆଣିଛନ୍ତି।
କୋଭିଡ -୧୯ ଲକ୍‌ଡାଉନ୍‌ ଯୋଗୁ ନୱାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରୁ ନିଜ ଜନ୍ମସ୍ଥାନ ବୁଦ୍ଧାନାକୁ ଫେରି ଆସିଥିଲେ ଏବଂ ସେବେଠାରୁ ଏଠାରେ ରହିଆସୁଛନ୍ତି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆ ମୁମ୍ବାଇରେ ଏକ ରିପୋର୍ଟ ଦାଖଲ କରିଥିବାବେଳେ ନଓ୍ବାଜଙ୍କ ଭାଇ ଫାଇଜୁଦ୍ଦିନ କହିଛନ୍ତି ଯେ ତାଙ୍କ ନୱାଜୁଦ୍ଦିନ ଆଲିଆଙ୍କଠାରୁ ଛାଡପତ୍ର ନେଇଇଛନ୍ତି। ଆଲିଆ ନଓ୍ବାଜ୍‌ ଏବଂ ପରିବାର ନାଁରେ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହା ଭିତ୍ତିହୀନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri