Posted inଖେଳ

ଆଇପିଏଲ୍‌: ପଞ୍ଜାବ- ବାଙ୍ଗାଲୋର ମୁକାବିଲା

ଦୁବାଇ,୨୪।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଷଷ୍ଠ ମ୍ୟାଚରେ ଗୁରୁବାର ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌ରେ ‘ଶର୍ଟ ରନ’ ବିବାଦକୁ ପଛରେ ପକାଇ ପଞ୍ଜାବ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବର କ୍ରିସ୍‌ ଜୋର୍ଡାନଙ୍କ ଏକ ରନ୍‌କୁ ଶର୍ଟ ରନ ବୋଲି ଲେଗ୍‌ ଅମ୍ପାୟର ନିର୍ଦ୍ଦେଶ ଦେଇଥିଲେ। ୧୯ତମ ଓଭରର ତୃତୀୟ ବଲ୍‌ରେ ଅମ୍ପାୟର ଏହି ବିବାଦୀୟ ନିଷ୍ପତ୍ତି ଦେଇଥିଲେ। ଫଳରେ ପଞ୍ଜାବ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପଞ୍ଜାବ ଅଳ୍ପକେ ଏହି ମ୍ୟାଚ୍‌ ହାତଛଡ଼ା କରିଥିଲା। ପଞ୍ଜାବ ମଧ୍ୟ ମ୍ୟାଚ୍‌ ରେଫରିଙ୍କୁ ଏ ନେଇ ଅପିଲ କରିଥିଲା। ତେବେ ଗୁରୁବାର ଏହି ବିବାଦୀୟ ଘଟଣାକୁ ପଛରେ ପକାଇ ରାହୁଲ ଓ ଅନ୍ୟ ସାଥୀ ଖେଳାଳି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ ଉପରେ ମନୋନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟପଟେ ବାଙ୍ଗାଲୋର ତା’ର ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ପୁରୁଣା ବିଫଳତାକୁ ପଛରେ ପକାଇ କୋହଲିଙ୍କ ଦଳ ଚଳିତ ସଂସ୍କରଣ କିଛି ନୂଆ କରିଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଏକ କ୍ୱାଲିଟି ଦ୍ରୁତ ଅର୍ଦ୍ଧଶତକ ସହ ଦେବଦତ୍ତ ପଡିକାଲ ତାଙ୍କ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ସେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜରରେ ରହିବେ। ଅଭିଜ୍ଞ ଏବି ଡିଭିଲର୍ସ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ ଓ ସେ ଏହି ଫର୍ମକୁ ବଜାୟ ରଖିବାକୁ ଚାହାନ୍ତି। କୋହଲି ଓ ଆରୋନ ଫିଞ୍ଚ୍‌ ମିଡିଲ ଅର୍ଡରରେ ଅଧିକ ସମୟ ବିତାଇବାକୁ ଚାହିଁବେ। ବାଙ୍ଗାଲୋର ବୋଲିଂ ଆଟାକ୍‌ରେ ୟୁଜବେନ୍ଦ୍ର ଚହଲ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ତାଙ୍କ ଚମକ ଦେଖିବାକୁ ମିଳିଥିଲା। ଏହି ଲେଗ୍‌ ସ୍ପିନର ଜଣକ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରି ସୋମବାର ଦଳକୁ ଜିତାଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍‌ ଖେଳିପାରିବେ ନାହିଁ। ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ସେ ଦଳରୁ ବାଦ୍‌ ପଡିଛନ୍ତି। ୧୦ କୋଟି ଟଙ୍କା ବିନିମୟରେ ସେ ଦଳରେ ସାମିଲ ହୋଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତାଙ୍କ ବଦଳରେ ମହମ୍ମଦ ସିରାଜ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମିଡିଲ ଅର୍ଡରରେ ମୋଇନ୍‌ ଅଲୀଙ୍କୁ ଖେଳାଯାଉଛି କି ନା ତାହା ଦେଖିବାକୁ ବାକି ରହିଲା। ଜୋଶ ଫିଲିପ୍‌ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ ହୋଇଛନ୍ତି। ଡେଲ୍‌ ଷ୍ଟେଇନଙ୍କ ବଦଳରେ ମୋଇନ ଦଳରେ ସାମିଲ ହେବା ସମ୍ଭାବନା ରହିଛି।
ଅପରପକ୍ଷରେ ପଞ୍ଜାବ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଓପନର ମୟଙ୍କ ଅଗ୍ରଓ୍ବାଲ ଦମ୍‌ଦାର ଆରମ୍ଭ କରିଛନ୍ତି। ତେବେ ତାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ସତ୍ତ୍ୱେ ଦଳକୁ ଜିତାଇପାରି ନାହାନ୍ତି। ରାହୁଲ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ନିକୋଲାସ ପୁରାନ ଦକ୍ଷତା ଅନୁରୂପ ପ୍ରଦର୍ଶନ କଲେ ଦଳକୁ ସହଜରେ ଜିତାଇପାରିବେ। ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ଙ୍କୁ ଖେଳାଯାଇ ନ ଥିଲା। ବ୍ୟାଟିଂ ଅଲରାଉଣ୍ଡର ଜିମି ନିଶାମଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ଦିଆଯାଇପାରେ। ମହମ୍ମଦ ସାମିଙ୍କ ନେତୃତ୍ୱରେ ପଞ୍ଜାବ ବୋଲିଂରେ ସୁଧାର ଆଣିବାକୁ ପ୍ରୟାସ କରିବ। ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଦିଲ୍ଲୀ ବିପକ୍ଷରେ ଚମକ ଦେଖାଇଥିଲେ ଓ ସେ ଏହା ଦୋହରାଇବାକୁ ପ୍ରୟାସ କରିବେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ:
ବିରାଟ କୋହଲି (ଅଧିନାୟକ), ଆରୋନ ଫଞ୍ଚ୍‌, ଦେବଦତ୍ତ ପଡିକାଲ, ପାର୍ଥତ୍ବ ପଟେଲ, ଏବି ଡିଭିଲର୍ସ, ଗୁରକିରାତ ସିଂ, ଶିବମ୍‌ ଦୁବେ, କ୍ରିସ୍‌ ମୋରିସ୍‌, ଓ୍ବାଶିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, ନବଦୀପ ସଇନି, ଡେଲ୍‌ ଷ୍ଟେଇନ, ୟୁଜବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଇସୁରୁ ଉଡାନା, ମୋଇନ ଅଲୀ, ଜୋଶ ଫିଲିପ୍‌, ପବନ ନେଗୀ, ପବନ ଦେଶପାଣ୍ଡେ, ମହମ୍ମଦ ସିରାଜ ଓ ଉମେଶ ଯାଦବ।
କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ:
ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଶେଲଡନ୍‌ କଟ୍ରେଲ, କ୍ରିସ୍‌ ଗେଲ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମହମ୍ମଦ ଶାମି, ମୁଜିବ ଉର ରହମାନ, କରୁନା ନାୟାର, ଜେମ୍ସ ନିଶାମ, ନିକୋଲାସ ପୁରାନ (ଉଇକେଟକିପର), ଇଷାନ ପୋରେଲ, ଅର୍ଶଦୀପ ସିଂ, ମୁରୁଗାନ ଅଶ୍ୱିନ, କ୍ରିଷ୍ଣାପ୍ପା ଗୋଥାମ, ହରପ୍ରିତ୍‌ ବ୍ରାର, ଦୀପକ ହୁଦା, କ୍ରିସ୍‌ ଜୋର୍ଡାନ, ସର୍ଫରାଜ ଖାନ, ମନଦୀପ ସିଂ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ସିମରନ ସିଂ, ଜଗଦୀଶ ସୂଚୀତ, ତେଜିନ୍ଦର ସିଂ ଓ ହାର୍ଡୁସ ଭିଲଜୋଏନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?