ନଓ୍ବାଜଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ: ଜାମିନ ପାଇଁ କୋର୍ଟକୁ ଯିବ ପିଏମଏଲଏନ…

ଇସଲାମାବାଦ,୨।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ ହେବାରେ ଲାଗିଛି। ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନଓ୍ବାଜ ଦେଶକୁ ଫେରିବା ପାଇଁ ପ୍ରତ୍ୟେକ କୌଶଳ ଆପଣାଇବାକୁ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ଦଳ ଚଳିତ ମାସ ଶେଷରେ ଦେଶକୁ ଫେରିବା ପୂର୍ବରୁ ଜାମିନ ପାଇଁ ଲାହୋର ହାଇକୋର୍ଟକୁ ଯିବ। ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି।

୭୩ ବର୍ଷ ବୟସ୍କ ନୱାଜ ନିକଟରେ କହିଥିଲେ ସେ ଅକ୍ଟୋବର ୨୧ ରେ ପାକିସ୍ତାନ ଫେରିପାରନ୍ତି। ଏହା ଦ୍ୱାରା ତାଙ୍କର ପ୍ରାୟ ଚାରି ବର୍ଷର ‘ଆତ୍ମ-ନିର୍ବାସନ’ ସମାପ୍ତ ହେ। ଜାନୁଆରୀ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ନୱାଜ ଦଳର ନେତୃତ୍ୱ ନେଇପାରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

ବାସ୍ତବରେ ନୱାଜ ସରିଫଙ୍କୁ ପଳାତକ ଅପରାଧୀ ଘୋଷିତ କରାଯାଇଛି। ଏଭଳି ପରିସ୍ଥିତିରେ ଲାହୋର ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ, କୋର୍ଟକୁ ଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜାମିନ ପାଇଁ ଦଳ କେବେ କୋର୍ଟଙ୍କ ନିକଟକୁ ଯିବ ତାହା ସ୍ପଷ୍ଟ ହୋଇନାହିଁ।

ପିଏମଏଲ-ଏନ ନେତାମାନେ କହିଛନ୍ତି ଲଣ୍ଡନରେ ଅନୁଷ୍ଠିତ ଏକ ସଭାରେ ନୱାଜ, ତାଙ୍କ ସାନଭାଇ ଶେହବାଜ ସରିଫ ଏବଂ ତାଙ୍କ ଝିଅ ମରିୟମ ନୱାଜଙ୍କ ସହ ହୋଇଥିବା ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି। ସୂତ୍ରରୁ ପ୍ରକାଶ ନୱାଜ ଘରକୁ ଫେରିବା ପୂର୍ବରୁ ଦୁଇ ଦିନ ଆଗରୁ ଜାମିନ ଆବେଦନ କରାଯିବ। ଆସନ୍ତା ସାତ ଦିନ ପାଇଁତାଙ୍କୁ ଗିରଫ କରାଯିବା ଉଚିତ ନୁହେଁ ବୋଲି ଏକ ଆବେଦନ କରାଯିବ। ସେ ସମ୍ପୃକ୍ତ କୋର୍ଟରେ ଆତ୍ମ ସମର୍ପଣ କରିବେ।

ସୂଚନାନୁସାରେ, ଯଦି ଜାମିନ ଆବେଦନ ଅନୁମୋଦନ ହୁଏ, ତେବେ ନୱାଜ ସରିଫଙ୍କୁ ଘରକୁ ଫେରିବା ପରେ ତୁରନ୍ତ ଜେଲ ଯିବାକୁ ପଡ଼ିବ ନାହିଁ। ସେହି ପରିସ୍ଥିତିରେ ସେ ମିନାର-ଇ-ପାକିସ୍ଥାନ ପଡିଆରେ ପ୍ରସ୍ତାବିତ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାକୁ ସମର୍ଥ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri