ଅନେକରେ ଏକ

ପାଞ୍ଚଶହ ବର୍ଷ ପୂର୍ବେ ମୋଗଲମାନେ ଉତ୍ତର ଭାରତରେ ଶାସନ କରୁଥିବା ସମୟରେ ସାରା ଭାରତରେ ଶୀଘ୍ର ଭକ୍ତି କାବ୍ୟର ବ୍ୟାପକ ଜାଗରଣ ସୃଷ୍ଟି ହୋଇଥିତ୍ଲା। ଭାରତର ଉତ୍ତରରୁ ଦକ୍ଷିଣ ପ୍ରାନ୍ତ ଯାଏ ଲୋକେ ଦୃଢ଼ଭାବ ସମ୍ବଳିତ ଭାଷାରେ ଦେବଦେବୀଙ୍କ ବିଭିନ୍ନ ରୂପ ପ୍ରତି ଭକ୍ତି ପ୍ରକାଶ କରୁଥିଲେ। ଦେବତାଙ୍କ ସେହି ରୂପଗୁଡ଼ିକ ମଧ୍ୟରେ କୃଷ୍ଣ ଅନ୍ୟତମ। କୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭକ୍ତି ସଙ୍ଗୀତ ବା ଭଜନସବୁ ସ୍ଥାନୀୟ ଭାଷାରେ ରଚନା କରାଯାଇଛି। ଯେଉଁ ସବୁ ମନ୍ଦିରରେ କୃଷ୍ଣ ବିଭିନ୍ନ ନାମରେ ପରିଚିତ ତଥା ପୂଜିତ, ସେହି ମନ୍ଦିରଗୁଡ଼ିକ ସହ ଏହିସବୁ ଭଜନର ସମ୍ପର୍କ ରହିଛି। ସେଥିପାଇଁ କୃଷ୍ଣଙ୍କ ବିଭିନ୍ନ ରୂପକୁ ଆଧାର କରି ରଚିତ ଏହି ଭଜନଗୁଡ଼ିକ ସମ୍ପୂର୍ଣ୍ଣ ନିଆରା। ଯଦିଓ ସାରା ଭାରତରେ ପୁରାଣ, ଧର୍ମ ଏବଂ ଭାଷାରେ କୃଷ୍ଣ ଭକ୍ତିର ସମ୍ପର୍କ ରହିଛି ବୋଲି କହିଥାଉ, ତଥାପି ବାସ୍ତବତା ହେଉଛି ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପ୍ରକଟ ହୋଇଛନ୍ତି। ଏପରିକି ଭାରତର ଗୋଟିଏ ଭାଗର ଲୋକେ ନିର୍ଦ୍ଦିଷ୍ଟ ଭାବେ ସବୁ ବିଷୟ ଅନୁଭବ ନ କରିବା ପର୍ଯ୍ୟନ୍ତ ଅନ୍ୟ ଅଞ୍ଚଳରେ ପୂଜାପାଉଥିବା କୃଷ୍ଣଙ୍କୁ ସେମାନେ ମାନିବା ସମ୍ଭାବନା ନ ଥାଏ। ଉଦାହରଣସ୍ବରୂପ, ରାଜସ୍ଥାନରେ କୃଷ୍ଣଙ୍କୁ ଶ୍ରୀନାଥଜୀ ଡାକନ୍ତି। ସେ ତାଙ୍କ ଅଙ୍ଗୁଳିରେ ଗିରି ଗୋବର୍ଦ୍ଧନକୁ ଉଠାଇ ଧରିଥିବା ରୂପରେ ଦୃଶ୍ୟମାନ ଏବଂ ତାଙ୍କ ଚକ୍ଷୁଯୁଗଳ ଦେଖିବାକୁ ନୌକା ସଦୃଶ। କିନ୍ତୁ ଓଡ଼ିଶାରେ କୃଷ୍ଣଙ୍କୁ ଲୋକେ ଜଗନ୍ନାଥ ବୋଲି ସମ୍ବୋଧନ କରନ୍ତି। ସେଠାରେ ଜଗନ୍ନାଥଙ୍କ ଅଧାଗଢ଼ା କାଠ ବିଗ୍ରହ ରୂପରେ କୃଷ୍ଣ ବିଦ୍ୟମାନ। ଏହି ବିଗ୍ରହକୁ ପ୍ରତି ୧୨ ବର୍ଷରେ କିମ୍ବା ଏହାଠୁ ଅଧିକ ବର୍ଷରେ ବଦଳାଯାଏ ଅର୍ଥାତ୍‌ ଏହାର ନବକଳେବର କରାଯାଇଥାଏ। ଏହି ବିଗ୍ରହର ଚକ୍ଷୁଯୁଗଳ ଗୋଲାକାର। ରାଜସ୍ଥାନରେ ଶ୍ରୀନାଥଜୀ ଏକୁଟିଆ ପୂଜା ପାଉଥିବାବେଳେ ଜଗନ୍ନାଥ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୁରୀ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ତେବେ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନେ ସବୁ ବିଷୟରେ ଅବଗତ ହେଲେ ହିଁ ଜଗନ୍ନାଥଙ୍କୁ କୃଷ୍ଣ ବୋଲି ଅବଗତ ହେବେ। କିନ୍ତୁ ନାଥଦ୍ୱାରରେ ପୂଜିତ ଶ୍ରୀନାଥଜୀଙ୍କ ପ୍ରତିମା ତୁଳନାରେ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ ନାମରେ ପୂରା ଭିନ୍ନତା ଥିବା ଜାଣିପାରିବେ।
ଗୁଜରାଟରେ କୃଷ୍ଣ ଦ୍ୱାରକାଧୀଶ କିମ୍ବା ଦ୍ୱାରକାର ପ୍ରଭୁ ଭାବେ ଜଣାଶୁଣା। ଏଠାରେ କିନ୍ତୁ ଦ୍ୱାରକାଧୀଶ ଚାରିବାହୁ ବା ଚତର୍ଭୁଜ ଦେବ ଭାବେ ବିଦ୍ୟମାନ। ସେ ବେଶି ବିଷ୍ଣୁଙ୍କ ଭଳି ଓ କମ୍‌ କୃଷ୍ଣଙ୍କ ରୂପରେ ପ୍ରକାଶିତ। ଦ୍ୱାରକାର ଦ୍ୱାରକାଧୀଶଙ୍କ ମୂର୍ତ୍ତି ମଧ୍ୟ ଗୁଜରାଟର ଡକୋରରେ ଦେଖିବାକୁ ମିଳନ୍ତି। ପଶ୍ଚିମବଙ୍ଗରେ ବାଉଲ (ଆଧ୍ୟାମତ୍ିକ ଲୋକଗୀତ) ପରମ୍ପରାରେ କୃଷ୍ଣଙ୍କୁ ଡାକନ୍ତି କେଶଟୋ। ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କ ମୂର୍ତ୍ତିକୁ ମୁରଲୀଧର କରିଦେଲେ। କୃଷ୍ଣ ବଂଶୀ ଧରି ରାଧାଙ୍କ ସହ ଠିଆ ହୋଇଥିବା ଯୁଗଳ ମୂର୍ତ୍ତି ବହୁଳ ଭାବେ ଲୋକପ୍ରିୟ। ଏହି ମୂର୍ତ୍ତି ଗୌଡ଼ୀୟ ବୈଷ୍ଣବ ପରମ୍ପରାରେ ଦେଖିବାକୁ ମିଳେ। ଆସାମର ଶଙ୍କରଦେବ ପରମ୍ପରାରେ ଏବଂ ଆସାମର ସତାରଗୁଡ଼ିକ( ବୈଷ୍ଣବବାଦର ଏକଶରଣ ପରମ୍ପରା)ରେ କୃଷ୍ଣ ମାଧବ ନାମରେ ବେଶି ପରିଚିତ। ତାଙ୍କୁ ମଧୁ ( ହନି) ସହ ଯୋଡ଼ି ଏଭଳି ନାମକରଣ କରାଯାଇଛି। ତେବେ ନାମଘରରେ କୃଷ୍ଣଙ୍କର କୌଣସି ମୂର୍ତ୍ତି ଦେଖିବାକୁ ମିଳେନାହିଁ। ହେଲେ ସେଠାରେ ତାଙ୍କ ନାମ ଗାନ ହୋଇଥାଏ ଏବଂ ତାଙ୍କ କାହାଣୀଗୁଡ଼ିକ ବର୍ଣ୍ଣନା କରାଯାଏ।
ତୁମେ ଯଦି ପୁରାତନ ତାମିଲ ସାହିତ୍ୟ ପଢ଼ିବ, ତେବେ ଜଣେ ଗୋପାଳ ଦେବତା ଦେଖିବ ଯାହାଙ୍କୁ କୁହାଯାଉଛି ମାୟୋନ। ମାୟୋନଙ୍କ ଚାରିପାଖରେ ଗାଈ ଦୁହୁଁଥିବା ମହିଳାମାନେ ଘେରି ରହିଛନ୍ତି। ତାଙ୍କୁ ଲୋକେ ଶ୍ରଦ୍ଧାରେ ଡାକନ୍ତିି ନାପ୍ପିନାଇ। ବାସ୍ତବରେ ସେ କିଏ ତାହା ଜାଣିଲେ ଆମେ ଆଶ୍ଚର୍ଯ୍ୟ ହୋଇଯିବା। ଅତି ନିକଟରୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସେ ହେଉଛନ୍ତି ହିନ୍ଦୀ ସାହିତ୍ୟର କୃଷ୍ଣ ଏବଂ ନାପ୍ପିନାଇ ହେଉଛନ୍ତି ରାଧା। ଏ ହେଉଛନ୍ତି ସେହି ସମାନ ଦେବତା ଯାହାଙ୍କୁ ଭାରତର ଉତ୍ତର ଭାଗ ଏବଂ ଦକ୍ଷିଣାଞ୍ଚଳରେ ସମ୍ପୂର୍ଣ୍ଣ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି। କର୍ନାଟକରେ କୃଷ୍ଣ ଚେନ୍ନାକେଶବ ବା ବାଲକୃଷ୍ଣ ଭାବେ ପୂଜା ପାଉଛନ୍ତି ଓ ସେ ଗୋଟିଏ ହାତରେ ଦହି ଗୋଳାଇବାରେ ବ୍ୟବହାର କରାଯାଉଥିବା ଖୁଆ ଧରିଛନ୍ତି। କେରଳରେ କୃଷ୍ଣ ଗୁରୁବାୟୁର ରୂପରେ ଦୃଶ୍ୟମାନ। ଗ୍ରହରାଜ ବୃହସ୍ପତି ଏବଂ ପବନ ଦେବତା ବାୟୁଙ୍କ ଦ୍ୱାରା ପୂଜିତ ଦେବଙ୍କୁ ଗୁରୁବାୟୁର ବୋଲି କୁହାଯାଏ। ଏହା ମଧ୍ୟ କୁହାଯାଏ ଯେ, ଏକଦା ଏହି ମୂର୍ତ୍ତିକୁ ଦେବକୀ ପୂଜା କରୁଥିଲେ ଏବଂ ବହୁ ବର୍ଷ ପୂର୍ବେ ତାହାକୁ ସେ କେରଳର ରାଜାମାନଙ୍କୁ ହସ୍ତାନ୍ତର କରିଥିଲେ।
ମହାରାଷ୍ଟ୍ରର ପଣ୍ଡରପୁରରେ କୃଷ୍ଣ ବିଠଲ ଭାବେ ପୂଜା ପାଉଛନ୍ତି। ତାଙ୍କ ସହ ରହିଛନ୍ତି ରୁକ୍ମିଣୀ। ଏଠାରେ କୃଷ୍ଣ କହୁଣି ବାହାରକୁ କରି ପାପୁଲି ଅଣ୍ଟାରେ ଦେଇ ଗୋଟିଏ ଇଟା ଉପରେ ଦଣ୍ଡାୟମାନ ହୋଇଛନ୍ତି। ପୁରାତନ ମରାଠୀ ରଚନାରେ ବିଥୋବା ଶବ୍ଦକୁ ବିଷ୍ଣୁ ବା ବିଠୁଙ୍କ ସହ ସମ୍ବନ୍ଧିତ କରାଯାଇଛି। ଆନ୍ଧ୍ରପ୍ରଦେଶର ତିରୁପତିରେ କୃଷ୍ଣ ବିଷ୍ଣୁଙ୍କ ଭଳି ଚତୁର୍ଦ୍ଧାମୂର୍ତ୍ତି ଭାବେ ବିଦ୍ୟମାନ ହେଲେ ମଧ୍ୟ ତାଙ୍କୁ ଗୋବିନ୍ଦ କିମ୍ବା ଗୋପାଳ ବୋଲି ସମ୍ବୋଧନ କରାଯାଇଥାଏ। ଏହା ବ୍ୟତୀତ ଚେନ୍ନାଇରେ ଏକ ଅପୂର୍ବ ମନ୍ଦିର ରହିଛି। ସେଠାରେ ଲୋକେ କୃଷ୍ଣଙ୍କୁ ପାର୍ଥସାରଥି ବୋଲି ଡାକନ୍ତି କିମ୍ବା ଅର୍ଜୁନଙ୍କ ସାରଥି ଭାବେ ବିବେଚନା କରିଥାଆନ୍ତି। ଏହା ଏକ ବିଶାଳ ମୂର୍ତ୍ତି ଏବଂ ତାଙ୍କର ନିଶ ରହିଛି। ଏଭଳି ଅତି ବିଚିତ୍ର ରୂପ ଭାରତର ଅନ୍ୟ କୌଣସିଠାରେ ଦେଖିବାକୁ ମିଳେନାହିଁ। ପାର୍ଥସାରଥି ହାତରେ ବଂଶୀ ନୁହେଁ, ବରଂ ଏକ ଶଙ୍ଖ ଧରିଛନ୍ତି। ଶିଖ୍‌ମାନଙ୍କ ଗୁରୁଗ୍ରନ୍ଥ ସାହିବରେ କୃଷ୍ଣଙ୍କ ଅନ୍ୟନାମ ହରି ଓ ମଧୁସୂଦନ ବାରମ୍ବାର ଉଲ୍ଲେଖ କରାଯାଇଛି।
ଏହିପରି ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ରୂପରେ ଭିନ୍ନ ନାମରେ ପ୍ରଭୁ କୃଷ୍ଣ ଦୃଶ୍ୟମାନ ହୋଇଛନ୍ତି। ଅନେକ ନାମ ଓ ରୂପରେ ସେ ହିଁ ଏକ, ଅର୍ଥାତ୍‌ ସେ ହିଁ କୃଷ୍ଣ। ଏହିପରି ଏକତା ଓ ବିବିଧତାର ବିଚାର ପୌରାଣିକ କାହାଣୀରେ ମଧ୍ୟ ପରିପ୍ରକାଶ ହୋଇଛି। ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣଙ୍କୁ ଗ୍ରହଣ କରାଯାଏ। ତେବେ କୃଷ୍ଣଙ୍କର ବିଭିନ୍ନ ଆଞ୍ଚଳିକ ରୂପକୁ ପୌରାଣିକ ସିଦ୍ଧାନ୍ତ ଦ୍ୱାରା ଏକ ବୋଲି ଦର୍ଶାଯାଇଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri