ରାଣାପ୍ରତାପଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ତଥା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ତାଙ୍କ ଜନ୍ମମାଟି ଅନୁଗୋଳ ଜିଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

 

ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେଇଥିଲେ। ସେହିପରି ବିରୋଧୀ ଦଳ ବିଧାୟକ, ପୋଲିସ ଡିଜି ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଣାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ସିଡିଏସ ବିପିନ ରାଓ୍ବତ ତାମିଲନାଡୁର ଓ୍ବେଲିଂଟନକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ତାମିଲନାଡୁର କୁନ୍ନୁରଠାରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିପିନଙ୍କ ସହିତ ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ତାଳଚେରର ପୁଅ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ବାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର,୫ା୨(ବ୍ୟୁରୋ): ପଶ୍ଚିମାବାୟୁ ପ୍ରବାହ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦିନତମାମ ଆକାଶ ମେଘାଚ୍ଛନ୍ନ ରହିବା...

ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ପରେ ନିଲାମ ହୋଇଛି ୩୫ ଖଣି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଦେଶରେ ମାଇନ୍ସ ଆଣ୍ଡ ମିନେରାଲ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ-୨୦୧୫ ପରେ ରାଜ୍ୟରେ ୩୫ଟି ଖଣି ନିଲାମ ହୋଇଛି। ସେହି ଖଣିଗୁଡ଼ିକ ହେଲା...

ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ବଳକା ଯଦି ବିଦ୍ୟୁତ୍‌ କାଟ୍‌ କାହିଁକି

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ ଘଣ୍ଟା ଯାଏ ବିଦ୍ୟୁତ୍‌...

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି, ପିଜି ଅଫ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଗଷ୍ଟ ୧୬ରୁ ୟୁଜି ଓ ପିଜି ଅଫ୍‌ଲାଇନ ପାଠପଢ଼ା...

ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ...

ପୁଣି ଗଡ଼ିବ ପିଙ୍କ୍‌ ଅଟୋ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିଯାଇଥିବାବେଳେ ମହିଳାଙ୍କ ସୁରକ୍ଷା ପାଇଁ ବନ୍ଦ ହୋଇଯାଇଥିବା ପିଙ୍କ୍‌ ଅଟୋ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଏବଂ...

କିଶୋରାବସ୍ଥାରେ ବଢୁଛି ଆତ୍ମହତ୍ୟା

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

Advertisement
Archives

Model This Week