ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ର୍ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ତେବେ ନିର୍ବାଚିତ ହେବା ପରେ ନବୀନ କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। BJD ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି। ଓଡ଼ିଶାର ହକ୍‌ ପାଇଁ ଲଢ଼େଇ ଜାରି ରହିବ। ୨୪ ନିର୍ବାଚନରେ ଆମେ କମ ମାର୍ଜିନରେ ହାରିଛୁ। ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ। ସୋସିଆଲ ମିଡିଆରେ ଠିକରେ କାଉଣ୍ଟର କରିପାରିନଥିଲୁ। ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି। ସେମାନେ ମିଥ୍ୟା ପ୍ରଚାରର ଉଚିତ ଜବାବ ଦେବେ।

ଏଥିସହ ଓଡିଶା ଅନେକ ରାଜ୍ୟ ପାଇଁ ରୋଲ ମଡେଲ ମଧ୍ୟ ସାଜିଛି ଯାହା ଆମ ପାଇଁ ଗୌରବର କଥା । ବିଜୁ ଜନତା ଦଳର ସାଙ୍ଗଠନିକ ଦଳକୁ କେହି ନୀଚ୍ଚ ମଣିବା ମଧ୍ୟ ଉଚିତ ନୁହେଁ । କାମ କରିବା ପାଇଁ ଆଜି ବି ଆମ ଦଳ ଏକାଠି ରହିଛି ସମସ୍ତ ସକ୍ରିୟ କର୍ମୀ ପାଇଁ ବିଜୁ ଜନତା ଦଳ ସବୁବେଳେ ଥିଲା ସବୁବେଳେ ରହିଛି ବୋଲି ନବୀନ କହିଛନ୍ତି।

ତେବେ ନବୀନଙ୍କୁ କାଉଣ୍ଟର କରିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, କେଉଁଟା ଫଲ୍ସ ନାରେଟିଭ ନବୀନ ବାବୁ ଆଗେ ଗଣାନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଥିଲା ତାର ହିସାବ ମାଗିଥିଲୁ, ତାର ହିସାବ ଦେଇପାରିଲେନି ବୋଲି ମନମୋହନ ସାମଲ କହିଛନ୍ତି । ତାଙ୍କ ସରକାର ସମୟରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିଲା। ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । କୌଣସି ବି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିବା ବେଳେ ଯେତେ ଟଙ୍କା ଏଷ୍ଟିମେଟ ହେଉଥିବା ତାର ଦଶ ଗୁଣା ଅପବ୍ୟୟ ହେଉଥିଲା, ଏସବୁ କଣ ଫଲ୍ସ ନ୍ୟାରେଟିଭ କି ବୋଲି ପଚାରି ମନମୋହନ ନବୀନଙ୍କୁ କଟାକ୍ଷ କରିଛନ୍ତି । ତାଙ୍କର ଏସବୁ ଅଯୋଗ୍ୟତା ପାଇଁ ଗତ ନିର୍ବାଚନରେ ଓ ଜନସାଧାରଣ ବିଜେଡି ଉପରୁ ଆସ୍ଥା ହରାଇ ଭାଜପାକୁ ସରକାରକୁ ଆଣିଲେ ବୋଲି ସେ କହିଛନ୍ତି ।

Naveen Patnaik: ଭାଷଣ ଆରମ୍ଭରୁ କହିଦେଲେ ନବୀନ! ରାଜନୀତି ହଲଚଲ

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri