ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଲିମିଟେସନ ବୈଠକ ଡକାଇଥିବାରୁ ସେଥିରେ ବିଜେଡିର ଯୋଗଦାନ ସମ୍ମତି ରାଜନୀତିକୁ ଉଷ୍ମ କରିଛି। ଏହା ପୂର୍ବରୁ ନବୀନ ଦିଲ୍ଲୀ ଯାଇଛନ୍ତି। ଷ୍ଟାଲିନଙ୍କ ବୈଠକରେ ଯୋଗଦେବାକୁ ହଁ ମାରିବା ଓ ବିଧାନସଭାରେ କଂଗ୍ରେସକୁ ସମର୍ଥନ କରିବା, କେଉଁଠି ନା କେଉଁଠି ଭିନ୍ନ ସନ୍ଦେଶ ଦେଉଛି। ଚର୍ଚ୍ଚା ହେଉଛି, ନୂଆ ସମୀକରଣ ଆଡକୁ ମୁହାଁଉଛନ୍ତି କି ବିଜେଡି? ଅନ୍ୟପଟେ ଏହି ଚର୍ଚ୍ଚା ଚାଲିଥିବାବେଳେ ଏପଟେ ଭାଜପା ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।

Naveen Patnaik’s Delhi Visit: DMK ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡିକୁ ସମାଲୋଚନା କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଦର୍ପଣରେ ନିଜ ଛାଇ ଦେଖି ବିଜେଡିକୁ ଡର ଲାଗିଲାଣି। ଡିଲିମିଟେସନ ଯେଉଁ ନ୍ୟାୟିକ ପରିଧି ଭିତରେ ହେବା କଥା ହେବ। କିନ୍ତୁ ଡିଲିମିଟେସନ ହେବା ପୂର୍ବରୁ ବିରୋଧୀ ଏତେ ଛାନିଆ କାହିଁକି ହୋଇଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏପଟେ ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ବି ସମଦୂରତା ବଜାୟ ରଖିଛି ବିଜେଡି।

Naveen Patnaik’s Delhi Visit: ଚେନ୍ନାଇ ବୈଠକ କୌଣସି ଜାତୀୟ ମେଣ୍ଟ ତରଫରୁ ଡକାଯାଇ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ସେଠାକୁ ବିଜେଡି ଯିବାରେ ଅସୁବିଧା କେଉଁଠି ବୋଲି ପ୍ରସନ୍ନ ପାଲଟା ପ୍ରଶ୍ନ କରିଛନ୍ତି। କଂଗ୍ରେସ କହିଛି ଯେ ପୂର୍ବରୁ ସମଦୂରତା ନୀତିରେ ରହିଥିବା ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନ ହୋଇଥିବା ଆଭାସ ମିଳିସାରିଲାଣି।

Naveen Patnaik’s Delhi Visit: ଆସନ୍ତା ୨୨ ତାରିଖରେ ଚେନ୍ନାଇ ବୈଠକରେ ସାମିଲ ହେବ ବିଜେଡି। DMK ପ୍ରତିନିଧି ନବୀନ ନିବାସରେ ନବୀନଙ୍କୁ ଭେଟି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବା ପରେ ଦଳ ସହମତି ପ୍ରକାଶ କରିଛି । ଏହାରି ଭିତରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ତେଣୁ ଷ୍ଟାଲିନଙ୍କ ବୈଠକକୁ ନବୀନ ଯିବେ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

Naveen Patnaik’s Delhi Visit: ଯେଉଁ ସମୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୀମା ପୁନଃର୍ନିଦ୍ଧାରଣକୁ ନେଇ ଜାତୀୟ ରାଜନୀତିରେ ସମୀକରଣ ବଦଳୁଛି । ସେପଟେ ପରାଜୟ ପରଠୁ ବିଜେଡିରେ ଅନିଶ୍ଚିତତା ଦେଖାଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନବୀନ ଦିଲ୍ଲୀରେ ବାର୍ଗେନିଂ କରିବାକୁ ଯାଇ ଥାଇପାରନ୍ତି ବୋଲି କୁହାଯାଉଛି । କାରଣ ତେଣୁ ଦିଲ୍ଲୀରେ ଏନଡିଏ ସହ ଭିତିରି ସଂପର୍କ ରଖି ରାଜ୍ୟରେ ବିରୋଧ କରିପାରେ ବିଜେଡି । କିମ୍ବା କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟି ବଡ଼ ଡିଲ କରିପାରନ୍ତି ନବୀନ । ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ଭାଜପା ଚାହୁଁଛି ଓଡିଶାରେ ବିଜେଡି ହିଁ ଦୁଇ ନମ୍ବର ଦଳ ରହୁ । କାରଣ କଂଗ୍ରେସ ବଢିଲେ ଭାଜପା ପାଇଁ ବଡ଼ ବିପଦ । ଏଭଳି ସ୍ଥଳରେ ନବୀନଙ୍କ ଦିଲ୍ଲୀ ଗସ୍ତ, ନୂଆ ରଣନୀତି ଆଡକୁ ଇସାରା କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?