ମୋଦିଙ୍କୁ ୧୦ରୁ ୮ ମାର୍କ ଦେଲେ ନବୀନ

ଭୁବନେଶ୍ୱର,୨୫।୯(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲି ପ୍ରଶଂସା କରିଛନ୍ତି। ବୈଦେଶିକ ନୀତି, ଅନ୍ୟାନ୍ୟ କାର୍ଯ୍ୟ ଓ ଦୁର୍ନୀତି ହ୍ରାସ ପାଇଁ ମୋଦିଙ୍କୁ ୧୦ରୁ ୮ ମାର୍କ ଦେଇଛନ୍ତି ନବୀନ। ହୋଟେଲ ମେ’ ଫେୟାରରେ ରବିବାର ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌(ଓଏଲ୍‌ଏଫ୍‌)ର ଉଦ୍‌ଯାପନୀ ସାରେ ମୁଖ୍ୟଅତିଥି ଭାବେ ନବୀନ ଯୋଗଦେଇ ‘ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ଏଡିଟୋରିଆଲ୍‌ ଡାଇରେକ୍ଟର ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେଥିରେ ସେ ଉପରୋକ୍ତ ବିଷୟରେ କହିଛନ୍ତି।
ଆଗୁଆ ନିର୍ବାଚନ ସମ୍ପର୍କରେ ହୋଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯେକୌଣସି ସମୟରେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ। ‘ୱାନ୍‌ ନେଶନ ୱାନ୍‌ ଇଲେକ୍ସନ’କୁ ସେ ସ୍ବାଗତ କରୁଥିବା ମଧ୍ୟ କହିଛନ୍ତି। ରାଜ୍ୟ ପ୍ରସଙ୍ଗରେ ସେ କହିଛନ୍ତି, ବିକାଶ ହିଁ ଆମର ମୂଳ ଲକ୍ଷ୍ୟ। ଏହାକୁ ଆଧାର କରି ଆଗକୁ ବଢ଼ିବୁ। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଦୁର୍ନୀତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ଦୁର୍ନୀତି ହଟାଇବାକୁ ସେ ପ୍ରାଥମିକତା ଦେଇଆସିଛନ୍ତି। ଏବେବି ସେ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରୁଥିବା କହିଛନ୍ତି। ନିକଟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ନବୀନ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ମିଳିବା ଉଚିତ୍‌। ମହିଳା ସଂରକ୍ଷଣ ବିଲ୍‌ ଆଣିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ। ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବର ଉଠିଥିବା ସେ କହିଛନ୍ତି।
‘ଦ ଆଇଡିଆଜ୍‌ ଅଫ୍‌ ଆଇଡେଣ୍ଟିଟି’ ଶୀର୍ଷକ ଆଲୋଚନାରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଯୁଦ୍ଧ ସମାପ୍ତି ପରଠାରୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରସାର, ସମ୍ରାଟ ଖାରବେଳଙ୍କ ସ୍ବର୍ଣ୍ଣିମ ଯୁଗ, ଭାଷାଗତ ସ୍ବତନ୍ତ୍ରତା ଜରିଆରେ ରାଜ୍ୟ ଗଠନ, ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା, ଜଗନ୍ନାଥ ସଂସ୍କୃତି ଆଦି ବିଷୟରେ ମତବ୍ୟକ୍ତ କରିଛନ୍ତି। ସେହିପରି ଅତୀତର ଅଭିଜ୍ଞତାକୁ ନେଇ ବର୍ତ୍ତମାନର ଓଡ଼ିଶା ଭବିଷ୍ୟତ ଆଡ଼କୁ ରୂପାନ୍ତରଣ ହେଉଥିବା ଏବଂ ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି ସବୁକିଛି ଏକ ରୂପାନ୍ତରଣ ଶାସନ ବ୍ୟବସ୍ଥାର ସାକ୍ଷୀ ହୋଇପାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପେରୁମାଲ୍‌ ମୁରୁଗାନ୍‌ଙ୍କୁ ସୃଜନାତ୍ମକ ଉତ୍କର୍ଷ କ୍ଷେତ୍ରରେ, ଅନିରୁଦ୍ଧ କାନିସେଟ୍ଟୀଙ୍କୁ ନନ୍‌-ଫିକ୍ସନ ପାଇଁ ଏବଂ ଦେବିକା ରେଗେଙ୍କୁ ବେଷ୍ଟ ଫିକ୍ସନ ନିମନ୍ତେ ରାମନାଥ ଗୋଏଙ୍କା ସାହିତ୍ୟ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ବିବେକ ଦେବରୟ, ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମନୋଜ ସନଥାଲିଆ, ସମ୍ପାଦକ ସାନ୍ତ୍ବନା ଭଟ୍ଟାଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀ ମେନନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ବର୍ଗତା ଗୀତା ମେହେଟ୍ଟାଙ୍କ ଉପରେ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri