ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍‌, ଏବେ ଆଇପିଏଲ୍‌ରେ କୋଟି କୋଟି ଟଙ୍କା କରିବେ ରୋଜଗାର

ବେଙ୍ଗାଲୁରୁ,୧୩।୨:କୁହାଯାଏ, ସମୟ ବଡ଼ ବଳବାନ। ସମୟକୁ ଅପେକ୍ଷା କଲେ ପରିଶ୍ରମର ଫଳ ନିଶ୍ଚେ ମିଳିଥାଏ। ଆଇପିଏଲ୍‌ ୨୦୨୨ର ନିଲାମରେ ଏହିପରି ଜଣେ ଖେଳାଳିଙ୍କ ଭାଗ୍ୟ ବଦଳିଯାଇଛି।ସେ ହେଉଛନ୍ତି ନବଦୀପ ସଇନି। ତାଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨.୬ କୋଟି ଟଙ୍କା ମିଳିଛି। ଏହି ମାରାତ୍ମକ ଖେଳାଳି ଏକଦା ୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, କିନ୍ତୁ ବର୍ତ୍ତମାନ ସେ କୋଟିପତି ହୋଇପାରିଛନ୍ତି।
ରାଜସ୍ଥାନ ରୟାଲ୍ସ ଟିମ ଇଣ୍ଡିଆର ମାରାତ୍ମକ ଦ୍ରୁତ ବୋଲର ନବଦୀପ ସଇନିଙ୍କୁ ଆଇପିଏଲ ୨୦୨୨ର ମେଗା ନିଲାମରେ ୨୦୬ କୋଟିରେ କିଣିଛି। ୨୯ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ସଇନିଙ୍କର କ୍ରମାଗତ ଭାବରେ ୧୪୫-୧୫୦ କିଲୋମିଟର ବେଗରେ ବଲ ପକାଇବାର କ୍ଷମତା ଅଛି।ସେ ଟିମ ଇଣ୍ଡିଆ ପାଇଁ କ୍ରିକେଟର ତିନୋଟି ଫର୍ମାଟରେ ଖେଳନ୍ତି।
ସଇନି ଘରୋଇ କ୍ରିକେଟରେ ଦିଲ୍ଲୀ ପାଇଁ ଖେଳନ୍ତି, ସେ କିନ୍ତୁ ହରିୟାଣାର କର୍ଣ୍ଣଲରୁ ଆସିଛନ୍ତି। କମ୍‌ ଲୋକ ଜାଣିଥିବେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ସଇନି କର୍ଣ୍ଣଲରେ ସ୍ଥାନୀୟ ଟୁର୍ନାମେଣ୍ଟରେ ଖେଳିବା ପାଇଁ ପ୍ରତି ମ୍ୟାଚରେ ୨୦୦ ଟଙ୍କା ପାଉଥିଲେ। ଆଉ ଏକ କୌତୁହଳର ବିଷୟ ହେଉଛି ଯେ ୨୦୧୩ ପର୍ଯ୍ୟନ୍ତ ସଇନି ଚମଡ଼ା ବଲ ନୁହେଁ,ଟେନିସ ବଲ କ୍ରିକେଟ ଖେଳୁଥିଲେ। ଦିଲ୍ଲୀର ପୂର୍ବତନ ବୋଲର ସୁମିତ ନରୱାଲ କର୍ଣ୍ଣଲ ପ୍ରିମିୟର ଲିଗରେ ନବଦୀପଙ୍କ ବୋଲିଂ ଦେଖି ବହୁତ ପ୍ରଭାବିତ ହୋଇଥିଲେ। ଏହା ପରେ ସଇନିଙ୍କୁ ଦିଲ୍ଲୀ ଡକାଯାଇଥିଲା। ଦିଲ୍ଲୀରେ ସେ ଗୌତମ ଗମ୍ଭୀରଙ୍କୁ ନେଟ ଅଭ୍ୟାସରେ ସାହାଯ୍ୟ କରିଥିଲେ। ଗୌତମ ଗମ୍ଭୀର ତାଙ୍କ ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନେଟ ଅଭ୍ୟାସ ପାଇଁ ପ୍ରତିଦିନ ଆସିବାକୁ କହିଥିଲେ। ଗୌତମ ଗମ୍ଭୀର ତାଙ୍କୁ ସମର୍ଥନ କରି ଦିଲ୍ଲୀ ରଣଜୀ ଦଳରେ ଚୟନ କରିଥିଲେ। ୨୦୧୩-୧୪ରେ ସେ ଦିଲ୍ଲୀ ରଣଜୀ ଦଳରେ ମନୋନୀତ ହୋଇଥିଲେ। ଯାହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ୨୦୧୮ରେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ପ୍ରଥମ ଥର ପାଇଁ ସାଇନି ଅନ୍ତର୍ଜାତୀୟ ଦଳରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଯିବି ନାହିଁ: ମୁଶଫିକର

ଢାକା,୨୮।୨- ବାଂଲାଦେଶ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛନ୍ତି। ବାଂଲାଦେଶ ଦଳ ପାକିସ୍ତାନ ଗସ୍ତର ତୃତୀୟ ତଥା...

ରାଗରେ ନିଆଁବାଣ ହେଲେ ଶାସ୍ତ୍ରୀ, ଦେଲେ ଚେତାବନୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ସେମିଫାଇନାଲ ଦୌଡରୁ ବାଦ୍‌ ପଡିଛି। କୋଚ ଭାବେ ଟିମ ଇଣ୍ଡିଆ ସହିତ ରବି ଶାସ୍ତ୍ରୀଙ୍କ ଚୁକ୍ତି...

ଓମେନ୍ସ ପ୍ରିମିୟର ଲିଗ୍‌: ନିଲାମ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଓଡ଼ିଶାରୁ ୬

ଭୁବନେଶ୍ୱର, ୭।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ପାଇଁ ଶର୍ଟଲିଷ୍ଟ ହୋଇଛନ୍ତି ୪୦୯ ଖେଳାଳି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ...

ଏକଦା ରାଗରେ ବ୍ୟାଟ୍‌ ଉଠାଇ ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ ଧମକ ଦେଇଥିଲେ ସେହ୍ବାଗ; ମଇଦାନରେ ଦେଖିବାକୁ ମିଳିଥିଲା…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପ୍ରଥମ ବଲ୍‌ରେ ଚଉକା ମାରି ସେ...

ବ୍ରାଡ୍‌ମ୍ୟାନଙ୍କ ୭୧ ବର୍ଷର ରେକର୍ଡକୁ ଟପିଲେ ରୋହିତ୍‌

ରାଞ୍ଚତ୍, ୨୧।୧୦- ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା (୨୧୨ ରନ) କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିବା ଅବସରରେ ଆଉ ଏକ ମାଇଲଖୁଣ୍ଟ...

ପୁରୁଣା ଫର୍ମରେ ଧୋନୀ: ସିଏସ୍‌କେ ନେଟ୍ସରେ ଛକା ବର୍ଷା

ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ...

ବିସ୍ଫୋରକ ଆରମ୍ଭ ଦେଲେ ରୋହିତ – କୋହଲି

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ଟି୨୦ ମ୍ୟାଚରେ ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ଏବଂ...

ଫାଇନାଲ ପୂର୍ବରୁ ଆଇସିସିର ବଡ଼ ଘୋଷଣା

ଦୁବାଇ,୧୨।୧୧: ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଆସନ୍ତା ରବିବାର ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟାରିଂ କରିବେ। ଭାରତୀୟ...

Advertisement
Archives

Model This Week