ପ୍ରକୃତିର ଶ୍ୱେତପତ୍ର

ଡ. ବାଇଧର ସାହୁ

ବ୍ରିଟିଶ ସରକାର ୧୭ା୩ା୧୯୩୩ରେ ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ସମସ୍ତ ବ୍ରିଟିଶ ଶାସିତ ଭାରତ ସିନ୍ଧୁ ଓ ଓଡ଼ିଶା ସହିତ ଏଗାର ଗୋଟି ବିଭିନ୍ନ ପ୍ରଦେଶରେ ବିଭକ୍ତ ହେବ। ଏହା ସେ ସମୟର ଭବିଷ୍ୟତ କାର୍ଯ୍ୟପନ୍ଥା; ଯାହାକୁ କହନ୍ତି ଶ୍ୱେତପତ୍ର। ଠିକ୍‌ ଏହି ସମୟରେ କାଠଯୋଡ଼ି ନଦୀରେ ଆରମ୍ଭ ହେଲା ଭୟଙ୍କର ବନ୍ୟା, ଯଦ୍ଦ୍ବାରା ଲକ୍ଷ ଲକ୍ଷ ଏକର ଉର୍ବର ଚାଷଜମି ବାଲିଚର ହୋଇଗଲା। ଧୋଇଆ ଅଞ୍ଚଳର ଜନସାଧାରଣ ଅକଥନୀୟ ଯନ୍ତ୍ରଣା ଭୋଗକଲେ। ଇଂରେଜ ସରକାର କେଡ଼ାଟନ ହ୍ୟାରିସ ଓ ମିଃ. ମୋଫାଟ ମିଲସନଙ୍କ ପ୍ରଦତ୍ତ ୧୯ଶ ଶତାବ୍ଦୀର ବନ୍ୟା ବିବରଣୀରୁ ଜାଣିଲେ ୧୮୩୧, ୧୮୫୬, ୧୮୫୭, ୧୮୬୬, ୧୮୮୫, ୧୮୯୫ ଓ ୧୯୨୭ ମସିହାରେ ପ୍ରଚୁର ବୃଷ୍ଟି ସହ ସମୁଦ୍ରରୁ ଝଡ଼ତୋଫାନ ଆସିବା ଦ୍ୱାରା ପ୍ରକୃତିର ତାଣ୍ଡବ ଲୀଳା ସୃଷ୍ଟି ହୋଇଛି। ବନ୍ୟା ହୋଇଛି ଓଡ଼ିଶାର ଚିର ସହଚର। ବିଶ୍ୱ ସ୍ରଷ୍ଟାଙ୍କର ସମସ୍ତ ଜଗତର ପ୍ରାକୃତିକ ବ୍ୟବସ୍ଥା ନିୟମ ଅଚଳ ଓ ଅଟଳ। ଜଳ, ସ୍ଥଳ, ଆକାଶ, ସୂର୍ଯ୍ୟ ଓ ବାୟୁର ବିଚିତ୍ର କ୍ରିୟା ଧାରାବାହିକ ଭାବେ ଏକ ନିୟମରେ ବାନ୍ଧି ହୋଇ ଅବିରୋଧ ଭାବରେ ପରସ୍ପର ସହିତ ସାମଞ୍ଜସ୍ୟ ରଖି ତାଙ୍କ କାର୍ଯ୍ୟରେ ଲିପ୍ତ ହୋଇଥାଆନ୍ତି; ଯାହା ପ୍ରକୃତି ଗତିର ଲୀଳା। ଏହା ହେଉଛି ପ୍ରକୃତିର ଶ୍ୱେତପତ୍ର। ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟକୁ ଗବେଷଣା କରି ଦେଖିଲେ ତାହାର ଭୌଗୋଳିକ ଅବସ୍ଥିତି ଆଲୋଚନା ପରିସରକୁ ଆସିଥାଏ। ଯେପରି କି ଓଡ଼ିଶାର ନଦୀଗୁଡ଼ିକ ପାହାଡ଼ ପର୍ବତରୁ ସୃଷ୍ଟି ହୋଇ ସମୁଦ୍ରରେ ମିଶିଯାଇଛନ୍ତି। ଭାରତବର୍ଷର ପଶ୍ଚିମ ଉପକୂଳରେ ଆରବସାଗର ଓ ପୂର୍ବ ଉପକୂଳରେ ବଙ୍ଗୋପସାଗର, ଓଡ଼ିଶାର ସମୁଦ୍ରକୂଳର ବେଳାଭୂମି ଖୁବ୍‌ ପ୍ରଶସ୍ତ ଓ ସେହି ବେଳାଭୂମିଠାରୁ ସମୁଦ୍ର ମଧ୍ୟକୁ ଜଳର ଗଭୀରତା ସେତେ ବେଶି ନୁହେଁ। ଭୌଗୋଳିକ କାରଣରୁ ଅଗଭୀର ସମୁଦ୍ର ଓ ତାହାର ବେଳାଭୂମି ବାତ୍ୟା ଓ ବନ୍ୟାକୁ ନିୟନ୍ତ୍ରଣ କରେ।
ପ୍ରକୃତି ସର୍ବଦା କର୍ମଶୀଳ। ସେହି ପ୍ରକୃତିର ପ୍ରବୃତ୍ତି ଓ କାର୍ଯ୍ୟମାନ ଜଗତର କଲ୍ୟାଣକାରୀ; ତେଣୁ ସେମାନେ ପ୍ରାଣୀ ଜଗତର ଆଦରଣୀୟ, ପୂଜନୀୟ ଓ ଆଦଶ। ସ୍ଥାନୀୟ ପ୍ରକୃତିର ପ୍ରଚଣ୍ଡ ଶକ୍ତି ନିକଟରେ ମୁଣ୍ଡ ନୂଆଇଁ ମଣିଷ ପଞ୍ଚ ମହାଭୂତ କ୍ଷିତି, ଆପ, ତେଜ, ମରୁତ ଓ ବ୍ୟୋମକୁ ଦେବତା ସହ ସଂଯୋଗ କରାଇ ସେମାନଙ୍କ ଅଧିପତି ଦେବତା ଭାବେ ନାମିତ କରିଥାନ୍ତି। ଆଗମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି-କ୍ଷିତି(ପୃଥିବୀ) ତାହାର ଅଧିପତି ହେଲେ ସ୍ବୟଂ ଶିବ। ଆପ (ଜଳ) ତାହାର ଅଧିପତି ହେଲେ ଶ୍ରୀ ଗଣେଶ। ତେଜ (ଅଗ୍ନି) ତାହାର ଅଧିପତି ହେଲେ ଦେବେଶ୍ୱରୀ ଦୁର୍ଗା। ମରୁତ (ବାୟୁ) ତାଙ୍କର ଅଧିପତି ହେଲେ ସୂର୍ଯ୍ୟ। ବ୍ୟୋମ (ଆକାଶ) ତାଙ୍କର ଅଧିପତି ହେଲେ ସ୍ବୟଂ ଶ୍ରୀ କୃଷ୍ଣ। ଦେବତାମାନେ ମହାନ୍‌, ପ୍ରକାଣ୍ଡ ଓ ଅବିଚଳିତ। ସଂସାରର ରକ୍ଷା ନିମିତ୍ତ ମନୁଷ୍ୟର ଜୀବନକୁ ପ୍ରକୃତି ଓ ସ୍ବାଭାବିକତା ନିକଟକୁ ଆଣିବା ପାଇଁ କାର୍ଯ୍ୟମାନ କରାଯାଉଛି। ଜଗତର ଯନ୍ତ୍ର ଓ ବୈଜ୍ଞାନିକ ଆବିଷ୍କାରର ପ୍ରଭାବ ହେତୁ ପ୍ରକୃତି ସ୍ବାଭାବିକତାଠାରୁ ବହୁ ଦୂରବର୍ତ୍ତୀ ହୋଇଯାଉଛି।
ପ୍ରକୃତି ସର୍ବଦା ତା’ ନିୟମରେ ବାନ୍ଧି ହୋଇ ରହିଛି। ମଣିଷର ଶାରୀରିକ, ବୁଦ୍ଧି ବଳ, ବିଦ୍ୟା, ଧନ, ଆମତ୍ ଓ ସଙ୍ଗଠନ ବଳ ମାନବ ଜୀବନକୁ ସୁସ୍ଥିର କରିବା ପାଇଁ ଆବଶ୍ୟକ ହେଲେ ମଧ୍ୟ ପ୍ରକୃତି ତା’ ନିୟମରୁ ତିଳେ ମାତ୍ର ଘୁଞ୍ଚତ୍ବ ନାହିଁ। ଭାରତର ଜ୍ୟୋତିର୍ବିଦମାନେ ପ୍ରକୃତିର ନିୟମ ଉପରେ ଗବେଷଣା କରି ଆମକୁ ଯେଉଁ ପନ୍ଥା ଦେଖାଇଛନ୍ତି ତାହା ଆମ ପାଇଁ ବହୁ ଉପଯୋଗୀ। ୪୭୬ ମସିହାର ଆର୍ଯ୍ୟଭଟ୍ଟ, ୫୦୫ ମସିହାର ରାଜା ବିକ୍ରମାଦିତ୍ୟଙ୍କ ନବରନତ୍ ପଣ୍ଡିତମାନେ ଅନ୍ୟତମ। ପୃଥିବୀର ଗ୍ରୀନଲାଣ୍ଡ ଦେଶରେ ବାୟୁମଣ୍ଡଳ ଅତି ଅର୍ଦ୍ରତା ହୀନ ଓ ଶୀତଳ ହେତୁ କୌଣସି ପ୍ରକାର ବ୍ୟାଧି ଏଠାରେ ଦେଖାଯାଏ ନାହିଁ। ଏହା ପ୍ରକୃତିର କାର୍ଯ୍ୟ। ଏଠାରେ ସହସ୍ର ସହସ୍ର ବ୍ୟକ୍ତି ତୁଷାର ଗୃହ ନିର୍ମାଣ କରି ତୁଷାର ଗ୍ରାମରେ ସ୍ତ୍ରୀ ପୁତ୍ରକୁ ନେଇ ବାସ କରନ୍ତି।
ପ୍ରକୃତି ମଧ୍ୟ ବେଳକାଳକୁ ଲକ୍ଷ୍ୟ କରି ପରିବର୍ତ୍ତନର ବାଟ ଖୋଜିଥାଏ। ଆଫ୍ରିକାର ପଶ୍ଚିମରେ ଆଟଲାଣ୍ଟିକ ମହାସାଗରରେ କେତେକ ଦ୍ୱୀପ ରହିଛି। ସେଠାକାର ଫେରୋ ଦ୍ୱୀପରେ ଏକ ପ୍ରକାର ବୃକ୍ଷ ରହିଥିଲା, ଯାହା ରାତିସାରା ବିନ୍ଦୁ ବିନ୍ଦୁ ଜଳ ଯୋଗାଇ ଥାଏ। ପ୍ରତି ବୃକ୍ଷରୁ ପ୍ରାୟ ୨୦ହଜାର ଟନ ସୁସ୍ବାଦୁ ଜଳ ବିଗଳିତ ହେଉଥିଲା। ଏହାଦ୍ୱାରା ସେଠାକାର ଲୋକଙ୍କର ଜଳର ଅଭାବ ନ ଥିଲା, ମାତ୍ର ସେଠାରେ ଜଳ ଯୋଗାଣର ଉପାୟ ଆରମ୍ଭ ହେବାରୁ ପ୍ରକୃତି ଦତ୍ତ ସେହି ନିର୍ଝର ବୃକ୍ଷରୁ ଜଳ ବର୍ଷଣ ବନ୍ଦ ହୋଇଗଲା। କବିଙ୍କ ଭାଷାରେ- ‘ଜାଣିଥାଅ ଧାତା ବାମ ହୋଇଲେ, ବିପଦ ବାରଣ ନୁହଁଇ ଭଲେ।’ ଉଦ୍ୟମ ବିନା କାର୍ଯ୍ୟ ସିଦ୍ଧି ହେବ ନାହିଁ। ଦେଶ କାଳ ପାତ୍ର ଅନୁସାରେ କର୍ତ୍ତବ୍ୟ କର୍ମର ବିଭିନ୍ନତା ଦେଖାଯାଏ। ପ୍ରକୃତି ସବୁ ସମୟରେ ସବୁ ପରିସ୍ଥିତିରେ ସମାନ ଥିଲେ ମଧ୍ୟ ଓଡ଼ିଶାର ମାଟି ପାଣି ପବନର ମାଲିକ ସ୍ବୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
ମୋ: ୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?