ପ୍ରକୃତିର ଶ୍ୱେତପତ୍ର

ଡ. ବାଇଧର ସାହୁ

ବ୍ରିଟିଶ ସରକାର ୧୭ା୩ା୧୯୩୩ରେ ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ସମସ୍ତ ବ୍ରିଟିଶ ଶାସିତ ଭାରତ ସିନ୍ଧୁ ଓ ଓଡ଼ିଶା ସହିତ ଏଗାର ଗୋଟି ବିଭିନ୍ନ ପ୍ରଦେଶରେ ବିଭକ୍ତ ହେବ। ଏହା ସେ ସମୟର ଭବିଷ୍ୟତ କାର୍ଯ୍ୟପନ୍ଥା; ଯାହାକୁ କହନ୍ତି ଶ୍ୱେତପତ୍ର। ଠିକ୍‌ ଏହି ସମୟରେ କାଠଯୋଡ଼ି ନଦୀରେ ଆରମ୍ଭ ହେଲା ଭୟଙ୍କର ବନ୍ୟା, ଯଦ୍ଦ୍ବାରା ଲକ୍ଷ ଲକ୍ଷ ଏକର ଉର୍ବର ଚାଷଜମି ବାଲିଚର ହୋଇଗଲା। ଧୋଇଆ ଅଞ୍ଚଳର ଜନସାଧାରଣ ଅକଥନୀୟ ଯନ୍ତ୍ରଣା ଭୋଗକଲେ। ଇଂରେଜ ସରକାର କେଡ଼ାଟନ ହ୍ୟାରିସ ଓ ମିଃ. ମୋଫାଟ ମିଲସନଙ୍କ ପ୍ରଦତ୍ତ ୧୯ଶ ଶତାବ୍ଦୀର ବନ୍ୟା ବିବରଣୀରୁ ଜାଣିଲେ ୧୮୩୧, ୧୮୫୬, ୧୮୫୭, ୧୮୬୬, ୧୮୮୫, ୧୮୯୫ ଓ ୧୯୨୭ ମସିହାରେ ପ୍ରଚୁର ବୃଷ୍ଟି ସହ ସମୁଦ୍ରରୁ ଝଡ଼ତୋଫାନ ଆସିବା ଦ୍ୱାରା ପ୍ରକୃତିର ତାଣ୍ଡବ ଲୀଳା ସୃଷ୍ଟି ହୋଇଛି। ବନ୍ୟା ହୋଇଛି ଓଡ଼ିଶାର ଚିର ସହଚର। ବିଶ୍ୱ ସ୍ରଷ୍ଟାଙ୍କର ସମସ୍ତ ଜଗତର ପ୍ରାକୃତିକ ବ୍ୟବସ୍ଥା ନିୟମ ଅଚଳ ଓ ଅଟଳ। ଜଳ, ସ୍ଥଳ, ଆକାଶ, ସୂର୍ଯ୍ୟ ଓ ବାୟୁର ବିଚିତ୍ର କ୍ରିୟା ଧାରାବାହିକ ଭାବେ ଏକ ନିୟମରେ ବାନ୍ଧି ହୋଇ ଅବିରୋଧ ଭାବରେ ପରସ୍ପର ସହିତ ସାମଞ୍ଜସ୍ୟ ରଖି ତାଙ୍କ କାର୍ଯ୍ୟରେ ଲିପ୍ତ ହୋଇଥାଆନ୍ତି; ଯାହା ପ୍ରକୃତି ଗତିର ଲୀଳା। ଏହା ହେଉଛି ପ୍ରକୃତିର ଶ୍ୱେତପତ୍ର। ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟକୁ ଗବେଷଣା କରି ଦେଖିଲେ ତାହାର ଭୌଗୋଳିକ ଅବସ୍ଥିତି ଆଲୋଚନା ପରିସରକୁ ଆସିଥାଏ। ଯେପରି କି ଓଡ଼ିଶାର ନଦୀଗୁଡ଼ିକ ପାହାଡ଼ ପର୍ବତରୁ ସୃଷ୍ଟି ହୋଇ ସମୁଦ୍ରରେ ମିଶିଯାଇଛନ୍ତି। ଭାରତବର୍ଷର ପଶ୍ଚିମ ଉପକୂଳରେ ଆରବସାଗର ଓ ପୂର୍ବ ଉପକୂଳରେ ବଙ୍ଗୋପସାଗର, ଓଡ଼ିଶାର ସମୁଦ୍ରକୂଳର ବେଳାଭୂମି ଖୁବ୍‌ ପ୍ରଶସ୍ତ ଓ ସେହି ବେଳାଭୂମିଠାରୁ ସମୁଦ୍ର ମଧ୍ୟକୁ ଜଳର ଗଭୀରତା ସେତେ ବେଶି ନୁହେଁ। ଭୌଗୋଳିକ କାରଣରୁ ଅଗଭୀର ସମୁଦ୍ର ଓ ତାହାର ବେଳାଭୂମି ବାତ୍ୟା ଓ ବନ୍ୟାକୁ ନିୟନ୍ତ୍ରଣ କରେ।
ପ୍ରକୃତି ସର୍ବଦା କର୍ମଶୀଳ। ସେହି ପ୍ରକୃତିର ପ୍ରବୃତ୍ତି ଓ କାର୍ଯ୍ୟମାନ ଜଗତର କଲ୍ୟାଣକାରୀ; ତେଣୁ ସେମାନେ ପ୍ରାଣୀ ଜଗତର ଆଦରଣୀୟ, ପୂଜନୀୟ ଓ ଆଦଶ। ସ୍ଥାନୀୟ ପ୍ରକୃତିର ପ୍ରଚଣ୍ଡ ଶକ୍ତି ନିକଟରେ ମୁଣ୍ଡ ନୂଆଇଁ ମଣିଷ ପଞ୍ଚ ମହାଭୂତ କ୍ଷିତି, ଆପ, ତେଜ, ମରୁତ ଓ ବ୍ୟୋମକୁ ଦେବତା ସହ ସଂଯୋଗ କରାଇ ସେମାନଙ୍କ ଅଧିପତି ଦେବତା ଭାବେ ନାମିତ କରିଥାନ୍ତି। ଆଗମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି-କ୍ଷିତି(ପୃଥିବୀ) ତାହାର ଅଧିପତି ହେଲେ ସ୍ବୟଂ ଶିବ। ଆପ (ଜଳ) ତାହାର ଅଧିପତି ହେଲେ ଶ୍ରୀ ଗଣେଶ। ତେଜ (ଅଗ୍ନି) ତାହାର ଅଧିପତି ହେଲେ ଦେବେଶ୍ୱରୀ ଦୁର୍ଗା। ମରୁତ (ବାୟୁ) ତାଙ୍କର ଅଧିପତି ହେଲେ ସୂର୍ଯ୍ୟ। ବ୍ୟୋମ (ଆକାଶ) ତାଙ୍କର ଅଧିପତି ହେଲେ ସ୍ବୟଂ ଶ୍ରୀ କୃଷ୍ଣ। ଦେବତାମାନେ ମହାନ୍‌, ପ୍ରକାଣ୍ଡ ଓ ଅବିଚଳିତ। ସଂସାରର ରକ୍ଷା ନିମିତ୍ତ ମନୁଷ୍ୟର ଜୀବନକୁ ପ୍ରକୃତି ଓ ସ୍ବାଭାବିକତା ନିକଟକୁ ଆଣିବା ପାଇଁ କାର୍ଯ୍ୟମାନ କରାଯାଉଛି। ଜଗତର ଯନ୍ତ୍ର ଓ ବୈଜ୍ଞାନିକ ଆବିଷ୍କାରର ପ୍ରଭାବ ହେତୁ ପ୍ରକୃତି ସ୍ବାଭାବିକତାଠାରୁ ବହୁ ଦୂରବର୍ତ୍ତୀ ହୋଇଯାଉଛି।
ପ୍ରକୃତି ସର୍ବଦା ତା’ ନିୟମରେ ବାନ୍ଧି ହୋଇ ରହିଛି। ମଣିଷର ଶାରୀରିକ, ବୁଦ୍ଧି ବଳ, ବିଦ୍ୟା, ଧନ, ଆମତ୍ ଓ ସଙ୍ଗଠନ ବଳ ମାନବ ଜୀବନକୁ ସୁସ୍ଥିର କରିବା ପାଇଁ ଆବଶ୍ୟକ ହେଲେ ମଧ୍ୟ ପ୍ରକୃତି ତା’ ନିୟମରୁ ତିଳେ ମାତ୍ର ଘୁଞ୍ଚତ୍ବ ନାହିଁ। ଭାରତର ଜ୍ୟୋତିର୍ବିଦମାନେ ପ୍ରକୃତିର ନିୟମ ଉପରେ ଗବେଷଣା କରି ଆମକୁ ଯେଉଁ ପନ୍ଥା ଦେଖାଇଛନ୍ତି ତାହା ଆମ ପାଇଁ ବହୁ ଉପଯୋଗୀ। ୪୭୬ ମସିହାର ଆର୍ଯ୍ୟଭଟ୍ଟ, ୫୦୫ ମସିହାର ରାଜା ବିକ୍ରମାଦିତ୍ୟଙ୍କ ନବରନତ୍ ପଣ୍ଡିତମାନେ ଅନ୍ୟତମ। ପୃଥିବୀର ଗ୍ରୀନଲାଣ୍ଡ ଦେଶରେ ବାୟୁମଣ୍ଡଳ ଅତି ଅର୍ଦ୍ରତା ହୀନ ଓ ଶୀତଳ ହେତୁ କୌଣସି ପ୍ରକାର ବ୍ୟାଧି ଏଠାରେ ଦେଖାଯାଏ ନାହିଁ। ଏହା ପ୍ରକୃତିର କାର୍ଯ୍ୟ। ଏଠାରେ ସହସ୍ର ସହସ୍ର ବ୍ୟକ୍ତି ତୁଷାର ଗୃହ ନିର୍ମାଣ କରି ତୁଷାର ଗ୍ରାମରେ ସ୍ତ୍ରୀ ପୁତ୍ରକୁ ନେଇ ବାସ କରନ୍ତି।
ପ୍ରକୃତି ମଧ୍ୟ ବେଳକାଳକୁ ଲକ୍ଷ୍ୟ କରି ପରିବର୍ତ୍ତନର ବାଟ ଖୋଜିଥାଏ। ଆଫ୍ରିକାର ପଶ୍ଚିମରେ ଆଟଲାଣ୍ଟିକ ମହାସାଗରରେ କେତେକ ଦ୍ୱୀପ ରହିଛି। ସେଠାକାର ଫେରୋ ଦ୍ୱୀପରେ ଏକ ପ୍ରକାର ବୃକ୍ଷ ରହିଥିଲା, ଯାହା ରାତିସାରା ବିନ୍ଦୁ ବିନ୍ଦୁ ଜଳ ଯୋଗାଇ ଥାଏ। ପ୍ରତି ବୃକ୍ଷରୁ ପ୍ରାୟ ୨୦ହଜାର ଟନ ସୁସ୍ବାଦୁ ଜଳ ବିଗଳିତ ହେଉଥିଲା। ଏହାଦ୍ୱାରା ସେଠାକାର ଲୋକଙ୍କର ଜଳର ଅଭାବ ନ ଥିଲା, ମାତ୍ର ସେଠାରେ ଜଳ ଯୋଗାଣର ଉପାୟ ଆରମ୍ଭ ହେବାରୁ ପ୍ରକୃତି ଦତ୍ତ ସେହି ନିର୍ଝର ବୃକ୍ଷରୁ ଜଳ ବର୍ଷଣ ବନ୍ଦ ହୋଇଗଲା। କବିଙ୍କ ଭାଷାରେ- ‘ଜାଣିଥାଅ ଧାତା ବାମ ହୋଇଲେ, ବିପଦ ବାରଣ ନୁହଁଇ ଭଲେ।’ ଉଦ୍ୟମ ବିନା କାର୍ଯ୍ୟ ସିଦ୍ଧି ହେବ ନାହିଁ। ଦେଶ କାଳ ପାତ୍ର ଅନୁସାରେ କର୍ତ୍ତବ୍ୟ କର୍ମର ବିଭିନ୍ନତା ଦେଖାଯାଏ। ପ୍ରକୃତି ସବୁ ସମୟରେ ସବୁ ପରିସ୍ଥିତିରେ ସମାନ ଥିଲେ ମଧ୍ୟ ଓଡ଼ିଶାର ମାଟି ପାଣି ପବନର ମାଲିକ ସ୍ବୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
ମୋ: ୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri