ଏଇ ଭାରତରେ

ବାନାନା ଶାଢ଼ି, ଲୋଟସ୍‌ ଶାଲ୍‌ ଏବଂ ବାମ୍ବୋ ଜିନ୍ସ କହୁଛି ଆମ ଦେଶୀ ଫ୍ୟାଶନ ଏବେ କେଉଁଠିି ପହଞ୍ଚିଲାଣି। ବାନାନା ଶାଢ଼ି ପାଇଁ ସମ୍ପୂର୍ଣ୍ଣ କଦଳୀ ଗଛକୁ ଉପଯୋଗ କରାଯାଉଛି। ସେହିଭଳି ବାମ୍ବୋ ଜିନ୍ସରେ ବାଉଁଶ ସହ ଅନ୍ୟ ଗଛର ଫାଇବର ବା ତନ୍ତୁ ଉପଯୋଗ ହେଉଛି। ଲୋଟସ୍‌ ଶାଲ୍‌ ପ୍ରସ୍ତୁତିରେ ପଦ୍ମନାଡ଼ର ତନ୍ତୁ ଲାଗୁଛି। ଏଭଳି ଡିଜାଇନର କପଡ଼ା ତିିଆରି କରୁଛନ୍ତି ତାମିଲନାଡୁର ସି. ଶେକର। ସେ ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନର ସଭାପତି ରହିଛନ୍ତି। ପ୍ରାକୃତିକ ଫାଇବରରୁ କପଡ଼ା ପ୍ରସ୍ତୁତ କରିବାରେ ଏଭଳି ସଫଳତା ପାଇର୍ଁ ତାଙ୍କୁ ପୁରସ୍କୃତ କରାଯାଇଛି। ସବୁଠୁ ବଡ଼ କଥା ହେଉଛି, ବର୍ଜ୍ୟ ଭାବେ ଫିଙ୍ଗି ଦିଆଯାଉଥିବା କଦଳୀ ଗଛକୁ ଉପଯୋଗ କରି କପଡ଼ା ତିଆରିରେ ଲଗାଉଛି ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନ। ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳର ମନ୍ଦିରଗୁଡ଼ିକରେ କଦଳୀ ଗଛକୁ ଶୋଭା ବଢ଼ାଇବା ଲାଗି ବ୍ୟବହାର କରାଯାଇଥାଏ। ଶେକର ସେଗୁଡ଼ିକୁ ସେଠାରୁ ସଂଗ୍ରହ କରୁଛନ୍ତି। ଅନାକାପୁଥୁର ଓ୍ବିଭର୍ସ ଆସୋସିଏଶନର ବୁଣାକାରମାନଙ୍କର ଆହୁରି ଅନେକ ଗଛରୁ କପଡ଼ା ତିଆରି କରିବାର କ୍ଷମତା ରହିଛି , କିନ୍ତୁ ସେମାନଙ୍କୁ ବୈଷୟିକ ସହାୟତା ମିଳିପାରୁନାହିଁ ବୋଲି କହନ୍ତି ଶେକର। ସେହିଭଳି ମୁମ୍ବାଇର ହେମ୍ପ୍‌ କମ୍ପାନୀ ଦ୍ୱାରା ସପୁରି ପତ୍ରର ଫାଇବରରୁ କପଡ଼ା ତିଆରି ହେଉଛି। କମ୍ପାନୀର ମୁଖ୍ୟ ତଥା ଡିଜାଇନର ନେହା ରାଓଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଏହି କପଡ଼ା ନରମ ଓ ଆରାମଦାୟକ ହେଉଛି। ଭାରତରେ ୧୬ ଲକ୍ଷ ଟନ୍‌ ସପୁରି ଉପତ୍ାଦନ ହେଉଥିତ୍ବାବେଳେ ଏହି ଗଛର ପତ୍ରକୁ ଉପଯୋଗ କରି ଅଧିକ କପଡ଼ା ପ୍ରସ୍ତୁତ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହନ୍ତି ନେହା ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri