Posted inଖେଳ

‘ଫିଟ୍‌ ଟୁ ଫ୍ଲାଏ’ ସାର୍ଟିଫିକେଟ ଅପେକ୍ଷାରେ ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୭। ୯(ପି.ଟି.)
ୟୁନାଇଟେଡ କିଙ୍ଗ୍‌ଡମ୍‌(ୟୁକେ)ରେ ଅଟକ ରହିଥିବା ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ଫିଲ୍ଡିଂ କୋଚ୍‌ ଭରତ ଅରୁଣ ଓ ଆର. ଶ୍ରୀଧର ପ୍ରମୁଖ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ‘ଫିଟ୍‌ ଟୁ ଫ୍ଲାଏ’ ଟେଷ୍ଟ ଦେବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେମାନେ ସ୍ବଦେଶ ଫେରିପାରିବେ। ସୂଚନାଯୋଗ୍ୟ, ଏହି ୩ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଗତ ସପ୍ତାହରେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। ୟୁକେ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସେମାନେ ୧୦ ଦିନ ଆଇସୋଲେଶନ ଶେଷ କରିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ହେଲେ ନେଗେଟିଭ ଆରଟି-ପିସିଆର୍‌ ରିପୋର୍ଟ ବ୍ୟତୀତ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସାରେ ସିଟି ସ୍କାନରେ ୩୮ରୁ ଅଧିକ ସ୍କୋର କରିପାରିଲେ ଯାଇ ସେମାନଙ୍କୁ ‘ଫିଟ୍‌ ଟୁ ଫ୍ଲାଏ ’ସାର୍ଟିଫିକେଟ ମିଳିବ। ସବୁ ଠିକ୍‌ଠାକ୍‌ ରହିଲେ ଆସନ୍ତା ଦୁଇ ଦିନ ଭିତରେ ସେମାନେ ସ୍ବଦେଶ ଫେରିପାରନ୍ତ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ସିଟି ସ୍କାନ ଦ୍ୱାରା କରୋନା ଯୋଗୁ ଫୁସ୍‌ଫୁସ୍‌ କେତେ ପରିମାଣରେ ପ୍ରଭାବିତ ହୋଇଛି ତାହା ଜଣାପଡ଼ିବ। ଏହି ୩ଜଣ ଭାରତୀୟ କୋଚ୍‌ଙ୍କ ନିକଟରେ ବର୍ତ୍ତମାନ କରୋନା ରୋଗର କୌଣସି ଲକ୍ଷଣ ନାହିଁ। ସେମାନେ ଫିଟ୍‌ ଥିବା ମଧ୍ୟ ଜଣାପଡ଼ୁଛିି। ସୂଚନାଯୋଗ୍ୟ, ଓଭାଲଠାରେ ଚତୁର୍ଥ ଟେଷ୍ଟର ତୃତୀୟ ଦିବସରେ ଶାସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଅରୁଣ ଓ ଶ୍ରୀଧର ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ପ୍ରଥମେ ଆଇସୋଲେଶନରେ ରଖାଯାଇଥିଲା। କୋଭିଡ୍‌ ଟେଷ୍ଟରେ ସେମାନଙ୍କ ଫଳାଫଳ ପଜିଟିଭ ଆସିଥିଲା। ସମସ୍ତଙ୍କ ୧୦ ଦିନିଆ ଆଇସୋଲେଶନ ମିଆଦ ବୁଧବାର ଶେଷ ହୋଇଛି। ପରେ ଜୁନିୟର ଫିଜିଓ ଯୋଗେଶ ପାରମର କୋଭିଡ୍‌ ପଜିଟିଭ ଜଣାପଡ଼ିବା ପରେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଓଲ୍ଡ ଟ୍ରାଫୋର୍ଡଠାରେ ୫ମ ଟେଷ୍ଟ ମ୍ୟାଚ ଖେଳିବା ଲାଗି ରାଜି ହୋଇ ନ ଥିଲେ। ଫଳରେ ଏହି ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। କୋଚିଂ ଷ୍ଟାଫ୍‌ଙ୍କ ସଂସ୍ପର୍ଶରେ ରହିଥିବାରୁ ମୁଖ୍ୟ ଫିଜିଓ ନୀତୀନ ପଟେଲ୍‌ ଆଇସୋଲେଶନରେ ରହିଥିଲେ। ତା’ପରଠାରୁ ପାରମର ଏକମାତ୍ର ଫିଜିଓ ଭାବେ ଭାରତୀୟ ଖେଳାଳିଙ୍କ ଦେଖାଚାହାଁ କରି ଆସୁଥିଲେ। ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ସଂକ୍ରମଣର ଉତ୍ପତ୍ତି ସ୍ଥଳ ବୋଲି ବିଶ୍ୱାସ କରାଯାଇଛି। କାରଣ ଏଥିରେ ବିନା ମାସ୍କରେ ପ୍ରାୟ ୧୫୦ ଅତିଥି ଉପସ୍ଥିତ ଥିଲେ। ସେମାନେ ପରସ୍ପର ସହ ନିର୍ବିଘ୍ନରେ ମିଳାମିଶା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri