ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ ଜଙ୍ଗଲରେ ରହନ୍ତି ଓ ଖାଦ୍ୟ ପାଇଁ ଶିକାର କରିଥାନ୍ତି। କୃଷି ଓ ପଶୁପାଳନ ବି କରନ୍ତି। ବହୁ ସମୟରେ ଜଙ୍ଗଲଜାତ ଜିନିଷ ସଂଗ୍ରହକରି ବଜାରରେ ବିକ୍ରିକରନ୍ତି। ଅନେକ ସମୟରେ ଜଙ୍ଗଲରେ ବାଣିଜ୍ୟ ପଥ ନିର୍ମାଣ କରୁଥିବା ରାଜାଙ୍କୁ ଆଦିବାସୀମାନେ ପ୍ରତିରୋଧ କରୁଥିଲେ। ଉଦାହରଣ ସ୍ୱରୂପ, ଭୀଲ୍‌ମାନେ ମୋଗଲ ସେନାକୁ ପରାସ୍ତ କରିଥିଲେ ଏବଂ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିଥିଲେ। ସେମାନେ ନିଜକୁ ସ୍ୱାଧୀନ ମନେକରୁଥିବାରୁ ରାଜାଙ୍କ ଅଧୀନରେ ଥିବା ଆଦିବାସୀମାନେ ଟିକସ ଦେବାକୁ ମନାକରିବା ସହ ବିଭିନ୍ନ ଗୋଷ୍ଠୀ ସହିତ ବାଣିଜ୍ୟରେ ଲିପ୍ତ ରହୁଥିଲେ। ସେମାନଙ୍କୁ ବନବାସୀ, ଅଟବିକ (ଜଙ୍ଗଲୀ ଲୋକ) ଓ ଗିରିଜନ ଏବଂ କେତେକ ନିର୍ଦ୍ଦିଷ୍ଟ ଆଦିବାସୀଙ୍କୁ ନିଷାଧ କିମ୍ୱା କିରାତ ଭାବେ ବିବେଚନା କରାଯାଏ। ମହାଭାରତରେ ଏକଲବ୍ୟ ଥିଲେ ଜଣେ ନିଷାଧ ଏବଂ ତାଙ୍କୁ ବିରୋଧ କରାଯାଇଛି। ଶିବ ମଧ୍ୟ କିରାତ ବେଶରେ ଅର୍ଜୁନଙ୍କ ସହ ଯୁଦ୍ଧ କରିଛନ୍ତି। ରାମାୟଣ ଅନୁଯାୟୀ, ବାନର ଏବଂ ଅସୁରମାନେ ଥିଲେ ଜଙ୍ଗଲୀ ଓ ପାହାଡ଼ୀ ମଣିଷ। କୃଷ୍ଣଙ୍କ ସ୍ତ୍ରୀ ଥିଲେ ଭାଲୁର ଝିଅ ଜାମ୍ୱବତୀ। ତେବେ ଆଦିବାସୀଙ୍କ ପାଇଁ ଏହିସବୁ କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ସେମାନେ ଯଜ୍ଞ ତଥା ରୀତିନୀତି ଆଧାରିତ ଆର୍ଯ୍ୟଙ୍କ ଜୀବନଶୈଳୀକୁ ଗ୍ରହଣ କରି ନ ଥିଲା। ଭାଗବତରେ କୁହାଯାଇଛି, ଯେତେବେଳେ ରାଜା ବେଣଙ୍କୁ ହତ୍ୟା କରାଯିବାବେଳେ ତାଙ୍କ ଶରୀରରୁ ନିଷାଧ ଓ ପୃଥୁ ସୃଷ୍ଟି ହୋଇଥିଲେ। ନିଷାଧ ଜଙ୍ଗଲରେ ରହିବାକୁ ଏବଂ ପୃଥୁ ଚାଷ କରିବାକୁ ପସନ୍ଦ କରିଥିଲେ।
ଭାରତରେ ବିଭିନ୍ନ ଅଞ୍ଚଳରେ ପ୍ରାୟ ୭୦୦ ସମ୍ପ୍ରଦାୟର ଆଦିବାସୀ ରହୁଛନ୍ତି। ଆରାବଳି, ନୀଳଗିରି, ହିମାଚଳ, ଉତ୍ତରାଞ୍ଚଳ, ପୂର୍ୱାଞ୍ଚଳ ପର୍ୱତ ତଥା ତରାଇ ଜଙ୍ଗଲ ଏବଂ କେନ୍ଦ୍ର ଭାରତର ସମତଳ ଅଞ୍ଚଳରେ ଏମାନେ ଦେଖିବାକୁ ମିଳନ୍ତି। ଏମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୧୦ ପ୍ରତିଶତ। ବଞ୍ଜାରା ଆଦିବାସୀ ଯାଯାବର ଗୋଷ୍ଠୀର। ଭୀଲ ଓ ଗୋଣ୍ଡ ବିନ୍ଧ୍ୟର ସବୁଆଡ଼େ ଅଛନ୍ତି। ହିମାଚଳ ପର୍ୱତାଞ୍ଚଳରେ ରୁହନ୍ତି କିନ୍ନାଉରମାନେ। ଉତ୍ତର ଭାରତରେ ଖାସି ଓ ଗାରୋ ଆଦିବାସୀ ଅଛନ୍ତି। ବିଭିନ୍ନ ଗୋଷ୍ଠୀର ନାଗା ଆଦିବାସୀ କାନ ଫୋଡ଼ନ୍ତି ଓ ସ୍ୱଳ୍ପ ବସ୍ତ୍ର ପିନ୍ଧନ୍ତି। ଯାଯାବର ଗୋଷ୍ଠୀର ଅନେକ ଆଦିବାସୀ କୃଷି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ମଧ୍ୟରୁ ପାଖାପାଖି ୧୦ ପ୍ରତିଶତଙ୍କ ଜୀବନଜୀବିକା ଓ ସଂସ୍କୃତି ପ୍ରତି ବିପଦ ଦେଖାଯାଇଛି। ସେମାନଙ୍କ ଠାରେ ଆଫ୍ରିକାରୁ ଆସିଥିବା ଆଦିମାନବଙ୍କ ଜିନ୍‌ ଅଛି ବୋଲି ଆନୁବଂଶିକ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି। କେବଳ ଭାରତରେ ଦକ୍ଷିଣରେ ରହୁଥିବା ଆଦିବାସୀଙ୍କଠାରେ ହରପ୍ପା ସଭ୍ୟତାର ଲୋକଙ୍କ ଜିନ୍‌ ଦେଖିବାକୁ ମିଳେ। ଉତ୍ତରରେ ରହୁଥିବା ଆଦିବାସୀଙ୍କଠାରେ ଆର୍ଯ୍ୟଙ୍କ ଜିନ୍‌ ଏବଂ କେନ୍ଦ୍ର ଏସିଆର ଆଦିବାସୀଙ୍କଠାରେ ଦକ୍ଷିଣ-ପୂର୍ୱ ଏସିଆ ଲୋକଙ୍କ ଜିନ୍‌ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ଉତ୍ତର-ପୂର୍ୱରେ ଥିବା ଆଦିବାସୀଙ୍କଠାରେ ତିବ୍ୱତ-ବର୍ମିଜ୍‌ ଜିନ୍‌ ମିଳେ।
ଆଦିବାସୀଙ୍କ ଅସ୍ତିତ୍ୱର ଛାପ ବିଭିନ୍ନ ଭୀମ୍‌ବେଟକା ଗୁମ୍ଫାର କାନ୍ଥ ଚିତ୍ର ଓ ଭାରତର ପଶ୍ଚିମ ଉପକୂଳରେ ଥିବା ପ୍ରସ୍ତର କଳାରୁ ମିଳିଥାଏ, ଯାହା ୧୨,୦୦୦ ବର୍ଷ ପୂର୍ୱର। ୪୫୦୦ ବର୍ଷ ପୂର୍ୱର ହରପ୍ପା ସଭ୍ୟତାର ମୋହରରେ ପୁରୁଷ ଓ ମହିଳାମାନେ ମୁଣ୍ଡରେ ଜଙ୍ଗଲୀ ପଶୁଙ୍କ ଶିଙ୍ଗ ବାନ୍ଧିଥିବା ଦେଖିବାକୁ ମିଳେ। କେନ୍ଦ୍ର ଭାରତର ମାରିଆ ଆଦିବାସୀମାନେ ମଧ୍ୟ ଏହିଭଳି ଶିଙ୍ଗ ପିନ୍ଧିଥାନ୍ତି। ୩୫୦୦ ବର୍ଷ ପୁରୁଣା ଋଗ୍‌ବେଦରେ ମୁଣ୍ଡା ଜନଜାତିଙ୍କ ବିଷୟରେ ଉଲ୍ଲେଖ ରହିଛି, ଯାହା ପ୍ରାରମ୍ଭିକ ପ୍ରତିରୋଧକୁ ସୂଚିତକରେ। ବିଶେଷଜ୍ଞଙ୍କ ମତରେ, ଆଦିବସୀଙ୍କ ନିଜସ୍ୱ ପୁରାଣ ଓ ରାଶି ନକ୍ଷତ୍ର ଅଛି। ଏହା ଦର୍ଶାଏ ଯେ, ସେମାନେ ମୁଖ୍ୟଧାରାର ଭାରତୀୟଙ୍କ ତୁଳନାରେ ଏକ ଭିନ୍ନ ଜୀବନ ବଞ୍ଚନ୍ତି। ଉଦାହରଣ ସ୍ୱରୂପ, ହିନ୍ଦୁମାନେ କୃତ୍ତିକା ନକ୍ଷତ୍ର ମଣ୍ଡଳକୁ ଦେବୀଙ୍କ ଗୋଷ୍ଠୀ ଭାବେ ବିଚାର କରୁଥିବାବେଳେ ବଞ୍ଜାରାମାନେ ଏହାକୁ ରତ୍ନଗୁଚ୍ଛ ମନେକରନ୍ତି। ନିକୋବରୀମାନେ ଏହାକୁ ପୂର୍ୱପୁରୁଷ ଏବଂ ଗୋଣ୍ଡମାନେ ପକ୍ଷୀଦଳଙ୍କୁ ପଥର ଫିଙ୍ଗାଯାଉଥିବା ଦୃଶ୍ୟ ମନେକରନ୍ତି।
ଭାରତରେ ଅନେକ ମନ୍ଦିର ଅଛି ଯାହା ସ୍ୱାଧୀନଚେତା ଆଦିବାସୀ ଓ ମନ୍ଦିର ପ୍ରତିଷ୍ଠା କରିଥିବା ରାଜାମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶକରେ। ଓଡ଼ିଶାର ଜଗନ୍ନାଥ ମନ୍ଦିରର ସମ୍ପର୍କ ପ୍ରକୃତ ନୀଳମାଧବ ମୂର୍ତ୍ତି ପୂଜା କରୁଥିବା ଆଦିବାସୀଙ୍କ ସହ ରହିଛି। ଆନ୍ଧ୍ରପ୍ରଦେଶର ନରସିଂହାଙ୍କୁ ଚେଞ୍ଚୁ ଆଦିବାସୀ ଝିଅ ବିବାହ କରିଛନ୍ତି। ତାମିଲନାଡୁର ମୁରୁଗାନଙ୍କ ବଧୂମାନଙ୍କ ମଧ୍ୟରେ ଜଣେ ଆଦିବାସୀ ଝିଅ ଭାଲି ଅଛନ୍ତି।
ଆଦିବାସୀମାନେ ଅଲଗା ହୋଇ ରହିଥିବାରୁ ସେମାନେ ସେମାନଙ୍କ ବିଶ୍ୱାସ ଓ ପରମ୍ପରାଗୁଡ଼ିକୁ ଧରି ରଖିପାରିଛନ୍ତି। ଏହା ବିବାହ ପରମ୍ପରାରେ ଜଣାପଡ଼େ। ବଣ୍ଡା ମହିଳାମାନେ କମ୍‌ ବୟସର ଯୁବକଙ୍କୁ ବିବାହ କରନ୍ତି, ଯିଏକି ବୃଦ୍ଧାବସ୍ଥାରେ ମହିଳାଙ୍କ ଯତ୍ନ ନେଇପାରିବ। ନୀଳଗିରିର ତୋଡା ଏବଂ ହିମାଚଳର କିନ୍ନାଉର ପରମ୍ପରାରେ ଜଣେ ମହିଳା ଏକାଧିକ ପୁରୁଷଙ୍କୁ ବିବାହକରନ୍ତି। ସମ୍ପତ୍ତି ଭାଗ ନ ହେବା ପାଇଁ ସେମାନେ ଏଭଳି କରିଥାନ୍ତି। କେନ୍ଦ୍ର ଭାରତର ଭିଲମାନେ କନ୍ୟା ପାଇଁ ବରକୁ ମୂଲ୍ୟ ଦେବାକୁ ହୋଇଥାଏ। ବାଇଗା ସମ୍ପ୍ରଦାୟର ପରମ୍ପରାରେ ରହିଛି ଯେ, କନ୍ୟାର ମୂଲ୍ୟ ନ ଦେବା ଯାଏ ତାଙ୍କ ଘରେ ବର ବା ଜ୍ୱାଇଁ ରହିବେ। ମେଘାଳୟର ଗାରୋ ଆଦିବାସୀ ବରଙ୍କୁ ଅପହରଣ କରିନେବା ସମୟରେ ଯଦି ସେ ଖସି ଦୌଡ଼ି ପଳାଏ ତେବେ ତାଙ୍କୁ ଝିଅକୁ ବିବାହ କରିବା ଲାଗି ଅନୁମତି ମିଳେ। ପୁରୁଷ ଓ ମହିଳାମାନେ କାହାକୁ ନ ଜଣାଇ ଗୁପ୍ତରେ ବିବାହ କରିବାକୁ ଗୋଣ୍ଡମାନେ ଉତ୍ସାହିତ କରନ୍ତି। କେନ୍ଦ୍ର ଭାରତର ଆଦିବାସୀମାନେ ପ୍ରଥମେ ଲୁହା ଯନ୍ତ୍ରପାତି ତିଆରି କରିଥିଲେ। ରାଜସ୍ଥାନର ଆଦିବାସୀମାନେ ରୁପା ଓ ତମ୍ୱା ଗହଣା ତିଆରିରେ ଦକ୍ଷ। ବଞ୍ଜାରା ସାମଗ୍ରୀ ପରିବହନ କରୁଥିଲେ। ମହାଭାରତରେ ଉଲ୍ଲେଖ ଥିବା ଓ୍ୱର୍ଲି ଏବଂ କେନ୍ଦ୍ର ଭାରତର ଗୋଣ୍ଡମାନେ ଚିତ୍ରକଳାରେ ସିଦ୍ଧହସ୍ତ। ଗୁଜରାଟର ଡାଙ୍ଗ୍‌ମାନେ ବାଉଁଶ ଜିନିଷ ତିଆରି କରିବାରେ ପାରଙ୍ଗମ ଏବଂ ନାଗାମାନେ ଟାଟୁରେ ନିପୁଣ। ଉତ୍ତର-ପୂର୍ୱାଞ୍ଚଳ ଆଦିବାସୀମାନେ ସୂତା, ଉଲ୍‌ ଓ ସିଲ୍କରେ ପୋଷାକ ବୁଣନ୍ତି। ଦେଖିବାକୁ ଗଲେ ସବୁ ଗୋଷ୍ଠୀର ଆଦିବାସୀ ଜଙ୍ଗଲ ସଂରକ୍ଷଣ ଏବଂ ଜୈବବିବିଧତାର ସୁରକ୍ଷା କରିଥାନ୍ତି।
ଆଦିବାସୀମାନଙ୍କ ଭାଷା ମଧ୍ୟ ଭିନ୍ନ। ସେମାନଙ୍କୁ ସେମାନଙ୍କ ମୂଳ ଭାଷାରେ ପଢ଼ାଯିବା ଦରକାର। କିନ୍ତୁ ହିନ୍ଦୀ ଓ ଇଂଲିଶରେ ପଢ଼ାଯାଉଥିବା ସ୍କୁଲଗୁଡ଼ିକରେ ସେମାନଙ୍କୁ ପଢ଼ାଯାଉଛି। ଏଣୁ ସେମାନେ ଆଧୁନିକତାର ମୁଖ୍ୟ ଧାରାକୁ ଗ୍ରହଣ କରିନେଉଛନ୍ତିି ଏବଂ ସେମାନଙ୍କ ପାରମ୍ପରିକ ସଂସ୍କୃତିଠାରୁ ଧୀରେ ଧୀରେ ଦୂରେଇଯାଉଛନ୍ତି। ଅନେକେ ଖ୍ରୀଷ୍ଟ କିମ୍ୱା ଇସ୍‌ଲାମ ଧର୍ମ ଗ୍ରହଣ କରୁଛନ୍ତି। ଆଦିବାସୀ ଦେବଦେବୀଙ୍କୁ ପୂଜା କରିବାରୁ ଦୂରେଇଯାଉଛନ୍ତି। ଅନେକେ ଦାବି କରନ୍ତି ଆଦିବାସୀମାନେ ସନାତନ ଧର୍ମର। ଅନେକେ ମଧ୍ୟ ଏହି ଯୁକ୍ତିକୁ ଗ୍ରହଣ କରନ୍ତି ନାହିଁ। ସେମାନଙ୍କ ମତରେ ଆଦିବାସୀଙ୍କର ନିଜସ୍ୱ ଦେବତା, ରୀତିନୀତି ଓ ପରମ୍ପରା ଅଛି। ସେମାନେ ବିଭିନ୍ନ ପ୍ରକାର ମାଛ, ମାଂସ, କୀଟ ଖାଇଥାନ୍ତି ,ଯାହାକୁ ଅନେକ ଜାତିର ହିନ୍ଦୁ ଗ୍ରହଣ କରନ୍ତି ନାହିଁ। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଅନେକେ ଯୁକ୍ତି କରନ୍ତି,ଆଦିବାସୀଙ୍କ ଧର୍ମ ବନ ଉପବନ ଓ ପବିତ୍ର ଜଳାଶୟ ଆଦି ପ୍ରକୃତି ଉପାସନା ଉପରେ ଆଧାରିତ। ସେମାନଙ୍କ ଅସ୍ତିତ୍ୱକୁ ନିଶ୍ଚିତ କରିବା ସକାଶେ ଏହାକୁ ଏକ ଭିନ୍ନ ଧର୍ମ ଭାବେ ଦେଖିବା ଉଚିତ। ମନେରଖିବାକୁ ହେବ ଯେ, ଆଦିବାସୀମାନେ ଯଦି ସେମାନଙ୍କ ରୀତିନୀତି, ବିବାହ ଏବଂ ଖାଦ୍ୟାଭ୍ୟାସଠାରୁ ଦୂରେଇଯିବେ, ତେବେ ସେମାନଙ୍କ ସଂସ୍କୃତିର ବିଲୋପହେବା ଥୟ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri