Posted inଫୁରସତ

ପ୍ରକୃତି ମିତ୍ର

ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଏ କଥାକୁ ସେମାନେ କେବଳ ବୁଝି ନାହାନ୍ତି, ବରଂ ନିଜ କର୍ମରେ ଏହାର ଯଥାର୍ଥତା ପ୍ରତିପାଦନ କରି ଦେଖାଇଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ କ୍ଷୟ ଯୋଗୁ ବଢ଼ୁଥିବା ପ୍ରଦୂଷଣରେ ଧ୍ୱଂସାଭିମୁଖୀ ପୃଥିବୀକୁ ପୁଣିଥରେ ସବୁଜ ବନାନୀରେ ଭରିଦେବାକୁ ଅଣ୍ଟା ଭିଡ଼ିଥିବା ଏଭଳି କେତେଜଣ ପ୍ରକୃତି ମିତ୍ର ଯୁବକଙ୍କୁ ନେଇ ବିଶେଷ ଉପସ୍ଥାପନା…

ବୃକ୍ଷରୋପଣରେ ବ୍ରତୀ ପ୍ରସନ୍ନ: ଆଧୁନିକ ମାନବର ବିଳାସବ୍ୟସନ ଜୀବନଯାପନ ଓ ଲୋପ ପାଉଥିବା ସବୁଜ ବନାନୀ ଯୋଗୁ ଆଜି ଧ୍ୱଂସାଭିମୁଖୀ ହେଉଛି ପୃଥିବୀ। ଏହାକୁ ରୋକିବା ନିମନ୍ତେ କେତେଜଣ ପରିବେଶ ସୁରକ୍ଷା ଲାଗି ସବୁଜ ବନାନୀ ସୃଷ୍ଟି କରିବାକୁ ନିଜର ନିଶା ଭାବେ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ସହରର ଏହିପରି ଜଣେ ଯୁବକ ହେଉଛନ୍ତି ପ୍ରସନ୍ନ ସ୍ବାଇଁ। ପେସାରେ ଶିକ୍ଷକ ହୋଇଥିଲେ ହେଁ ନିଶା ତାଙ୍କର ପରିବେଶ ସୁରକ୍ଷା। ସେ ନିଜେ ବୃକ୍ଷରୋପଣ କରିବା ସହ ଶ୍ରେଣୀ ଗୃହରେ ପିଲାଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାନ୍ତି। ସେ ବ୍ରହ୍ମପୁର ସହରର ସବୁଜ ବାହିନୀ ଅନୁଷ୍ଠାନରେ ଯୋଗଦେଇ ଦୀର୍ଘ ୪ ବର୍ଷ ହେବ ବିଭିନ୍ନ ସ୍ଥାନରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଛନ୍ତି। ବିଭିନ୍ନ ପରିତ୍ୟକ୍ତ ସ୍ଥାନରୁ ବୃକ୍ଷ ଚାରା ସଂଗ୍ରହ କରି ସେଗୁଡ଼ିକର ଯତ୍ନ ନେଇଥା’ନ୍ତି। ସହର ତଥା ସହର ଆଖପାଖରେ ଥିବା ଖାଲି ଜାଗାରେ ବୃକ୍ଷରୋପଣ କରିବା ପରେ ନିକଟସ୍ଥ ଅଞ୍ଚଳବାସୀଙ୍କୁ ଏହାର ଯତ୍ନ ନେବା ପାଇଁ ମଧ୍ୟ ପ୍ରବର୍ତ୍ତାଉଛନ୍ତି। ସପ୍ତାହକୁ ଥରେ ବିଭିନ୍ନ ସ୍ଥାନ ବୁଲି ରୋପଣ କରିବା ସହ ପାଣି ଓ ଖତ ଦେଇଥା’ନ୍ତି। ଏହା ସହ ‘ମୁଁ ବି ବଞ୍ଚତ୍ବାକୁ ଚାହେଁ’ କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରେ ଲାଗିଥିବା ଅନାବନା ହୋର୍ଡିଂ ହଟାନ୍ତି। ‘ବୃକ୍ଷ ହିଁ ଜୀବନ’ ମାଧ୍ୟମରେ ବିବାହ, ବ୍ରତ, ଜନ୍ମଦିନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବୃକ୍ଷଦାନ କରିବା ଓ ବୃକ୍ଷରୋପଣ କରିବା ନିମନ୍ତେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥା’ନ୍ତି।
ସିଡ୍‌ସ ବଲ୍‌ରୁ ସବୁଜ ବନାନୀ ଗଢ଼ିବାର ଲକ୍ଷ୍ୟ: ଦିନକୁଦିନ ମାନବୀୟ ହସ୍ତକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଉଜୁଡ଼ି ଯାଉଥିବା ସବୁଜିମାକୁ ବଜାୟ ରଖିବା ପାଇଁ ଏକ ନିଆରା ଚିନ୍ତାଧାରାକୁ ପରିବେଶବିତ୍‌ ସୁଶାନ୍ତ ସାହୁ ଆପଣେଇ ଓଡ଼ିଶାରେ ଆରମ୍ଭ କରିଛନ୍ତି ସିଡ୍‌ସବଲ୍‌ ଆନ୍ଦୋଳନ। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ପ୍ରତ୍ୟେକ ମଣିଷ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସାମିଲ କରି ଏହି ସିଡ୍‌ସବଲ୍‌ ଅର୍ଥାତ୍‌ (ବିହନ ପେଣ୍ଡୁ) ସମ୍ପର୍କରେ ବୁଝାଇବା ସହ ଏହାର ପ୍ରସ୍ତୁତି ସମ୍ପର୍କରେ ତାଲିମ ଦେଇଚାଲିଛନ୍ତି। ରାଜଧାନୀ ଭୁବନେଶ୍ୱର ପାଖରେ ରହିଥିବା ଚନ୍ଦକା ଜଙ୍ଗଲ, ଭରତପୁର ସଂରକ୍ଷିତ ଜଙ୍ଗଲ ଏବଂ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ ୨ବର୍ଷରେ ପାଖାପାଖି ୫ ହଜାର ତେନ୍ତୁଳି ଓ ପଣସର ବିହନପେଣ୍ଡୁ ନିକ୍ଷେପ କରିଛନ୍ତି। ସେ କୁହନ୍ତି, ମାଟି, ମଞ୍ଜି ଓ ଖତରେ ପ୍ରସ୍ତୁତ ଏହି ବିହନ ପେଣ୍ଡୁଗୁଡ଼ିକ ଜଙ୍ଗଲରେ ଖାଲି ସ୍ଥାନରେ ନିକ୍ଷେପ କରାଯାଇଥାଏ। ଏଥିରେ ଜୈବିକ ସାର ମିଶିଥିବାରୁ କୀଟପତଙ୍ଗ, ମୂଷା, ଗୁଣ୍ଡୁଚି ମୂଷା ଓ ଅନ୍ୟାନ୍ୟ ଜୀବଜନ୍ତୁ ଏହାକୁ ନଷ୍ଟ କରିପାରିବେ ନାହିଁ। ଅପହଞ୍ଚ ସ୍ଥାନରେ ଏହି ବଲ୍‌କୁ ନିକ୍ଷେପ କରି ସେଠାରେ ସବୁଜ ବଳୟ ସୃଷ୍ଟି କରିବାରେ ସହାୟକ ହୋଇପାରୁଛି। ତେବେ ଏହି ମହତ୍‌ କାର୍ଯ୍ୟ ଲାଗି କେହି କେହି ସୁଶାନ୍ତଙ୍କୁ ‘ସିଡ୍‌ସବଲ୍‌ ମ୍ୟାନ୍‌’ ମଧ୍ୟ କହିବା ଆରମ୍ଭ କରିଦେଲେଣି। ସମ୍ପ୍ରତି ଏହି ପଦ୍ଧତିକୁ ଅନେକ ପାଶ୍ଚାତ୍ୟ ଦେଶ ଏବଂ ପଡ଼ୋଶୀ ରାଜ୍ୟ ଆପଣାଇ ହେକ୍ଟର ହେକ୍ଟର ଜଙ୍ଗଲ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିବାରେ ଲାଗିଛନ୍ତି। ସ୍ବଳ୍ପ ଖର୍ଚ୍ଚ ଓ ସମୟରେ ବନୀକରଣ ହୋଇ ପାରୁଥିବାରୁ ଏହା ଦିନକୁଦିନ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ଯଦି ଏହି ସିଡ୍‌ସବଲ୍‌ ମୁଭ୍‌ମେଣ୍ଟରେ ପ୍ରତି ବିଦ୍ୟାଳୟରେ ସପ୍ତାହରେ ଗୋଟିଏ ଦିନ ଗୋଟିଏ ଘଣ୍ଟା ପିଲାମାନେ ବଲ୍‌ ପ୍ରସ୍ତୁତ କରନ୍ତି, ତେବେ ଉଜୁଡ଼ି ଯାଇଥିବା ସବୁଜିମାକୁ ଖୁବ୍‌ କମ୍‌ ସମୟରେ ଫେରାଇ ଆଣି ପାରିବାକୁ ଆମେ ସକ୍ଷମ ହୋଇପାରିବା ବୋଲି ସୁଶାନ୍ତ ଆଶା ପ୍ରକାଶ କରନ୍ତି।
ପରିବେଶ ସୁରକ୍ଷା ଆମ ଦାୟିତ୍ୱ: ଦିନକୁଦିନ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ନାନାଦି ରୋଗ ବ୍ୟାଧି ବଢ଼ୁଛି ଏବଂ ଜନଜୀବନ ହାନି ଘଟୁଛି। ତେବେ ଏହା ପଛର ମୁଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ। ତେଣୁ ଗଛ ଲଗାଇ ପୃଥିବୀକୁ ସବୁଜ ସୁନ୍ଦର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ଖୋର୍ଦ୍ଧା ଜିଲା ଶ୍ରୀରାମନଗର ପାର୍ଥସାରଥି ସାମନ୍ତରାୟ। ସେ କୁହନ୍ତି, ପିଲାବେଳୁ ଜେଜେବାପାଙ୍କୁ ଗଛ ଲଗାଉଥିବାର ଦେଖିଛି। ତାଙ୍କ ସହ ମିଶି ବାଡ଼ି ବଗିଚାରେ ବିଭିନ୍ନ ଫୁଲ ଓ ଫଳ ଚାରା ରୋପଣ ସହ ଏହାର ରକ୍ଷଣାବେକ୍ଷଣ କିପରି କରାଯିବ ସେକଥା ମଧ୍ୟ ଶିଖିଛି। ଏବେ ଛାତ୍ର ଜୀବନରେ ତାହାର ପ୍ରଭାବ ପଡ଼ିଛି। ପାଠପଢ଼ା ସହ ସ୍କୁଲରେ ଗଛ ଲଗାଇବା, ସ୍କୁଲ ବଗିଚା ସଫେଇ, ଗଛମୂଳେ ପାଣି ଦେବା ଏକ ନିଆରା ଅନୁଭୂତି। ଏମିତିରେ ବର୍ଷ ସାରା କେଉଁଠି ନା କେଉଁଠି ଗଛ ନିଶ୍ଚୟ ଲଗାଏ ଏବଂ ତା’ର ଯତ୍ନ ବି ନିଏ। ତଥାପି ଚଳିତବର୍ଷ ପରିବେଶ ଦିବସରେ ସାଙ୍ଗମାନଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ଚାରାରୋପଣ କରିବାର ଲକ୍ଷ୍ୟ ରହିଛି।
ସଭିଏ ଗଛ ଲଗାଇବା ଦରକାର: ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ରୁହନ୍ତି ପ୍ରିୟବ୍ରତ ପଣ୍ଡା। ବିଭିନ୍ନ ସମାଜଧର୍ମୀ କାର୍ଯ୍ୟ କରିବାରେ ସେ ସର୍ବଦା ବ୍ରତୀ। ସେ କୁହନ୍ତି, ୩ୟ ଶ୍ରେଣୀରେ ପଢୁଥିବା ସମୟରେ ‘ତୁମ ପରି ଛୋଟ ପିଲାଟିଏ’ କବିତା ଯେଉଁଦିନ ପଢ଼ା ହୋଇଥିଲା, ସେହିଦିନ ମୁଁ ମଧ୍ୟ ୩-୪ ଜଣ ସାଙ୍ଗଙ୍କୁ ନେଇ ଗାଁ ରାସ୍ତା ବର୍ଷା ପାଣିରେ ବୁଡ଼ିଯାଉଥିବା ଜାଗାକୁ ପୋତିଥିଲି। ବୋଧହୁଏ ସେହିଦିନଠାରୁ ମୋର ସାମାଜିକ ଜୀବନ ଆରମ୍ଭ ହୋଇଥିଲା। ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗକୁ ମୋ ଗାଁରେ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ମଧ୍ୟ ବଢ଼ିଥିଲା। ପାଠପଢ଼ା ପରେ କର୍ମକ୍ଷେତ୍ର ମୋର ଭୁବନେଶ୍ୱର। ସେଠାରେ ଭେଟ ହୁଅନ୍ତି ସମାଜସେବା କ୍ଷେତ୍ରରେ ମୁଁ ଗୁରୁ ବୋଲି ମାନୁଥିବା ସୁଶାନ୍ତ କୁମାର ସାହୁଙ୍କୁ। ତାଙ୍କ ସହ ମିଶି ବିଭିନ୍ନ ପରିବେଶଧର୍ମୀ କାର୍ଯ୍ୟ ଆରମ୍ଭ କଲି, ଯାହା ମଧ୍ୟରେ ମୁଖ୍ୟ କାର୍ଯ୍ୟ ହେଉଛି ପରିବେଶ ସୁରକ୍ଷା। ନିକଟରେ ଥିବା ଚନ୍ଦକା ଜଙ୍ଗଲ ହେଉ କିମ୍ବା ସ୍କୁଲ କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କରେ ଗଛ ଲଗାଇଥାଉ। ବର, ଅଶ୍ୱତ୍ଥ ଗଛଗୁଡ଼ିକୁ ଭୁବନେଶ୍ୱରରେ ଥିବା ଡ୍ରେନ୍‌, ପୁରୁଣା କୋଠା କିମ୍ବା ବ୍ରିଜ୍‌ ଆଦି ସ୍ଥାନରୁ ସଂଗ୍ରହ କରି ଫାଙ୍କା ସ୍ଥାନରେ ଲଗାଇଥାଉ। ଫଳ ଦୋକାନରେ ପଚି ଯାଉଥିବା ଆମ୍ବକୁ ନେଇ ସେଥିରୁ ଟାକୁଆ ସଂଗ୍ରହ କରି ବିଭିନ୍ନ ଜାଗାରେ ପୋତିଥାଉ। ଗୁପ୍‌ଚୁପ୍‌ ବିକାଳିଙ୍କଠାରୁ ତେନ୍ତୁଳି ମଞ୍ଜି ସଂଗ୍ରହ କରି ତାକୁ ବିହନ ପେଣ୍ଡୁ (ସିଡ୍‌ ବଲ୍‌) କରି ଜଙ୍ଗଲରେ ଫିଙ୍ଗିଥାଉ। ପ୍ରାୟତଃ ସବୁ ପ୍ରକାର ମଞ୍ଜିରେ ଆମେ ସିଡ୍‌ ବଲ୍‌ ପ୍ରସ୍ତୁତ କରିଥାଉ। ଏହି କାର୍ଯ୍ୟ ଲାଗି ମୋତେ ବିଭିନ୍ନ ଅନୁଷ୍ଠାନ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଯୁବ ପୁରସ୍କାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?