ପ୍ରକୃତି ସୁରକ୍ଷା ପ୍ରତିବଦ୍ଧତା

ହିନ୍ଦୌ ଇବ୍ରାହିମ୍‌

ପ୍ରାକୃତିକ ପରିବେଶ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଚଳିତ ବର୍ଷ ଡିସେମ୍ବରରେ ମଣ୍ଟ୍ରିଲରେ ହେବାକୁ ଥିବା ବିଶ୍ୱ ନେତାମାନଙ୍କ ଚୁକ୍ତିଗୁଡ଼ିକ ୨୦୨୦ ପର ଗ୍ଲୋବାଲ ବାୟୋଡାଇଭର୍ସିଟି ଫ୍ରେମ୍‌ଓ୍ବାର୍କ ବା ବୈଶ୍ୱିକ ଜୈବବିବିଧତା ଢାଞ୍ଚାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ପରିଣାମଦାୟୀ ଚୁକ୍ତି ଯାହା ଆଗାମୀ ଦଶନ୍ଧି ପାଇଁ ପରିବେଶଗତ କାର୍ଯ୍ୟକ୍ରମ ସ୍ଥିର କରିବ। ସମ୍ଭବତଃ ୧ ମିଲିୟନ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀଙ୍କ ଭବିଷ୍ୟତ ଅନିଶ୍ଚୟତା ମଧ୍ୟରେ ରହିଛି। ସେହିପରି ଅନେକ କୋଟି ଲୋକଙ୍କ ଜୀବନ ଜୀବିକା ମଧ୍ୟ ସଙ୍କଟରେ ରହିଛି। ଜୈବବିବିଧତା କହିଲେ କେବଳ ଗଛ, ପକ୍ଷୀ, ମାଛ କିମ୍ବା କୀଟପତଙ୍ଗ ସଂଖ୍ୟାକୁ ବୁଝାଏ ନାହିଁ। ଏହି ନିଶ୍ଚିତ ରୂପେ ଗୁରୁତ୍ୱ ରଖେ, କିନ୍ତୁ ସେମାନଙ୍କ ସହ ଆମେ ଏବଂ ଅନେକ ପ୍ରଜାତି ଜୀବ ନିର୍ଭର କରୁଥିବା ପରିସଂସ୍ଥାଗୁଡ଼ିକର ବ୍ୟାପକ ସମନ୍ବୟ ରକ୍ଷା କରିବା ବି ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ପରିବେଶଗତ ଆଲୋଚନାରେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଆଦିବାସୀମାନଙ୍କୁ ଏଥିରେ ସାମିଲ କରିବା ଆବଶ୍ୟକ। କାହିଁ କେତେ ଯୁଗରୁ ପୈତୃକ ଭୂମି ସହ ସମ୍ପର୍କ ରଖିଆସିଥିବା ଅନେକ ଆଦିବାସୀ ବର୍ଗର ଲୋକଙ୍କ ମଧ୍ୟରୁ ଚାଦ୍‌ର ମବୋରୋରୋ ଅନ୍ୟତମ। ଏମାନଙ୍କ ମଧ୍ୟରୁ ମୁଁ ଜଣେ। ପ୍ରକୃତିର ପ୍ରବନ୍ଧକ ଭାବେ ଆମେ ପ୍ରମାଣିତ ହୋଇଛୁ, ତଥାପି ଆମ ପ୍ରକୃତି ଉତ୍ତରାଧିକାର ଧୀରେ ଧୀରେ କ୍ଷୀଣ ହୋଇଆସୁଛି। ଅନ୍ୟ ଅଞ୍ଚଳ ତୁଳନାରେ ଆମ ଭୂମିରେ ଜଙ୍ଗଲ ଧ୍ୱଂସ ବହୁତ କମ୍‌ ହେଉଛି। ଏହା ବନସ୍ପତିରେ ଭରପୂର। ଏଠାରେ ବନ୍ୟଜନ୍ତୁ ଅତ୍ୟଧିକ ସଂଖ୍ୟାରେ ରହିଛନ୍ତି। ଖାଦ୍ୟ ଶୃଙ୍ଖଳ ବେଶ୍‌ ମଜଭୁତ। ଏଠାରେ ପ୍ରକୃତିର ଜୀବନୀ ଶକ୍ତି ଏଯାବତ ବିଲୋପ ହୋଇନାହିଁ। ବିଶ୍ୱର ଗ୍ରୀଷ୍ଣମଣ୍ଡଳୀୟ ଜଙ୍ଗଲ, କଳା ଉର୍ବର ମୃତ୍ତିକା ଓ ଚିରହରତ ବନର ଏକ ତୃତୀୟାଂଶ ଏବଂ ବୈଶ୍ୱିିକ ଜୈବବିବିଧତାର ୮୦ ପ୍ରତିଶତ କାର୍ବନ ଧାରଣକରି ରଖୁଥିତ୍ବା ପରିସଂସ୍ଥା ଆଦିବାସୀ ଅଞ୍ଚଳରେ ଦେଖାଯାଏ। ଆଦିବାସୀ ଲୋକଙ୍କ ପାଇଁ ତାଙ୍କ ଭୂମି ହିଁ ସବୁ କିଛି। ଏହା ଖାଦ୍ୟ, ଆଶ୍ରୟ ଏବଂ ଓ୍ୟଷଧର ଉତ୍ସ । ଏହି ଭୂମି ଆମ ସଂସ୍କୃତି ଓ ଇତିହାସର ସ୍ରୋତ। ପିଢ଼ି ପରେ ପିଢ଼ି ଆମେ ଆମ ଭୂମିରେ ରହିବାର କଳା ଭଲ ଭାବେ ଶିକ୍ଷା କରିଆସିଛୁ। ଆମ ଭୂମିକୁ କିଭଳି ସୁରକ୍ଷିତ ଓ ସଂରକ୍ଷିତ ରଖାଯାଇପାରିବ ତାହା ବି ଆମେ ଜାଣିଛୁ। ଏହାର ଯନତ୍ କିପରି ନେବାକୁ ହୁଏ ତାହା ମଧ୍ୟ ଶିଖିଛୁ। ଏହାର ବିଧ୍ୱଂସକ ଭାବେ ଆମେ କେବେ ବି ପ୍ରକଟିତ ହୋଇନାହଁୁ।
ପୃଥିବୀର କଲ୍ୟାଣରେ ଆଦିବାସୀ ଲୋକଙ୍କ ସ୍ବତନ୍ତ୍ର ଅବଦାନକୁ ବିଜ୍ଞାନ ଦୀର୍ଘଦିନରୁ ନିଶ୍ଚିତ କରିଆସିଛି। ୨୦୧୯ରେ, ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ (ଆଇପିସିସି) ଜୋର ଦେଇଥିଲା ଯେ, ଏକ ଦୀର୍ଘ ଇତିହାସ ସହ ଜଡ଼ିତ ଆଦିବାସୀ ସମାଜର ଜ୍ଞାନ, କୌଶଳ ଓ ତର୍କ ବିଶ୍ୱତାପନ ଏବଂ ଏହାର ପ୍ରଭାବ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ। ଜୈବବିବିଧତା ସଂରକ୍ଷଣ ଲାଗି ଇଣ୍ଟର ଗଭର୍ନମେଣ୍ଟାଲ ସାଇନ୍ସ ପଲିସି ପ୍ଲାଟ୍‌ଫର୍ମ ଅନ୍‌ ବାୟୋଡାଇଭର୍ସିଟି ଆଣ୍ଡ୍‌ ଇକୋସିଷ୍ଟମ ସର୍ଭିସ(ଆଇପିବିଇଏସ୍‌) ମଧ୍ୟ ସମାନ ନିଷ୍କର୍ଷରେ ପହଞ୍ଚିଛି। ଆଇପିବିଇଏସ୍‌ ବୈଶ୍ୱିକ ସଂରକ୍ଷଣ କ୍ଷେତ୍ରରେ ଆଦିବାସୀଙ୍କ ଯୋଗଦାନର ଗୁରୁତ୍ୱ ଉପରେ ଜୋର୍‌ ଦେଇଛି।
ଆଦିବାସୀଙ୍କ ବିଚାର ଓ ତର୍କକୁ ବିଶ୍ୱ ସ୍ତରରେ ମିଳୁଥିବା ଅଧିକ ସ୍ବୀକୃତି ଗତବର୍ଷ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୬)ରେ ପ୍ରକାଶ ପାଇଥିଲା। ସେଠାରେ ଆଦିବାସୀ ଲୋକ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ପ୍ରକୃତି ସଂରକ୍ଷଣ ସହ ଜଳବାୟୁ ପଦକ୍ଷେପକୁ ସହଯୋଗ କରିବା ପାଇଁ ଅନେକ ଦେଶ ଓ ପ୍ରାଇଭେଟ ଡୋନର୍‌ମାନେ ୧.୭ ବିଲିୟନ ଡଲାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଥିଲା ଦୂର ଦୂରାନ୍ତରେ ତଥା ସଂଘବଦ୍ଧ ଭାବେ ରହୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଏକ ଅପ୍ରତ୍ୟାଶିତ ପ୍ରତିବଦ୍ଧତା। ଆଦିବାସୀଙ୍କ ବିଚାର ଓ ଜ୍ଞାନକୁ ବିଶ୍ୱନେତାଙ୍କ ପକ୍ଷରୁ ମିଳିଥିବା ସ୍ବୀକୃତିକୁ ଆମେ ସ୍ବାଗତ କରୁଥିବାବେଳେ ଆମ ସଞ୍ଚାଳନକାରୀ ଭୂମିକାକୁ ଏହାଠାରୁ ଅଧିକ ଅନୁମୋଦନ ଦରକାର। ସବୁଠୁ ପ୍ରଭାବୀ ଅଭିଭାବକ ଭାବେ ପ୍ରକୃତିର ସଞ୍ଚାଳନ ଜାରି ରଖିବା ଲାଗି ଆମକୁ ଦରକାର ଆମ ପୈତୃକ ଭୂମିର ମାଲିକାନା। କିନ୍ତୁ ଆଦିବାସୀମାନେ ଲଗାତର ବଳପୂର୍ବକ ଭାବେ ବିସ୍ଥାପିତ ହୋଇଚାଲିଛନ୍ତି। ଏଣୁ ଆମ ପାଇଁ ଭୂସମ୍ପତ୍ତିି ସଂସ୍କାର ଓ ସୁରକ୍ଷିତ ଭୂଅଧିକାରଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ। ନଚେତ ବାହାର ଲୋକଙ୍କ ବିସ୍ଥାପନ, କୃଷିଭିତ୍ତିକ ସମ୍ପ୍ରସାରଣ ଏବଂ ଶିଳ୍ପଜାତ ଦ୍ରବ୍ୟ ଉତ୍ତୋଳନ, ଅଞ୍ଚଳର ଶୁଷ୍କକରଣ ଏବଂ ସର୍ବଶେଷରେ ରୋଗ ଆମ ଭୂମି ପ୍ରତି ଥିବା ଐତିହାସିକ ସମ୍ବନ୍ଧକୁ ସମାପ୍ତ କରିଦେବ।
ବିଭିନ୍ନ ଦେଶର ସରକାର ଆଦିବାସୀଙ୍କ ଭୂମି ସଞ୍ଚାଳନ ଲାଗି ପ୍ରତିବଦ୍ଧତା ପ୍ରକାଶ କରିବା ଉଚିତ। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ବିଶ୍ୱର ୩୦ ପ୍ରତିଶତ ଭୂମି ଓ ସମୁଦ୍ରର ସୁରକ୍ଷା କରିବା ଲାଗି ୩୦x ୩୦ ଯୋଜନା ଏକ ଉତ୍ତମ ବିଚାର। କିନ୍ତୁ ଏହା ଆଦିବାସୀ ଲୋକ ଏବଂ ସ୍ଥାନୀୟ ସମୁଦାୟଙ୍କ ଭାଗୀଦାରିରେ କରିବାକୁ ଚେଷ୍ଟା କରିବା ଆବଶ୍ୟକ। ଅର୍ଥାତ୍‌, ଆମ ଭୂମିଗତ ଅଧିକାରକୁ ସମ୍ପୂର୍ଣ୍ଣ ଗ୍ରହଣ କରିବା ସହ ଏହାର ସ୍ବୀକୃତି ଏବଂ ଆମ ସ୍ବାଧୀନତା, ପୂର୍ବବର୍ତ୍ତୀ ତଥା ସୂଚିତ ମତାମତକୁ ନିଶ୍ଚିତ କରିବାକୁ ହେବ। ଯେତେବେଳେ ନୂଆ ଚୁକ୍ତି ହେଉଛି ଏବଂ ପରିସଂସ୍ଥାଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକ୍ରମ ସ୍ଥିର କରାଯାଉଛି ସେତେବେଳେ ଆଲୋଚନାରେ ଆମମାନଙ୍କର ପ୍ରତିନିଧିତ୍ୱ ରହିବା ଦରକାର। ପ୍ରକୃତି ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିବାକୁ ଆମକୁ ପାଣ୍ଠି ମିଳିବା ଆବଶ୍ୟକ। କମ୍ୟୁନିଟି ଲ୍ୟାଣ୍ଡ୍‌ ରାଇଟ୍ସ ଆଣ୍ଡ୍‌ କଞ୍ଜରଭେଶନ ଫାଇନାନ୍ସ ଇନିସିଏଟିଭ୍‌ (ସିଏଲ୍‌ଏଆର୍‌ଆଇଏଫ୍‌ଆଇ) ଭୂସମ୍ପତ୍ତି ଅଧିକାର ଏବଂ ଗୋଷ୍ଠୀ ନେତୃତ୍ୱ ସଂରକ୍ଷଣ ଉପରେ ସମ୍ପୂର୍ଣ୍ଣ ଧ୍ୟାନଦେବା ଏକ ଉତ୍ତମ ପଦକ୍ଷେପ। ଆଦିବାସୀ ଏବଂ ଗୋଷ୍ଠୀ ପ୍ରୋତ୍ସାହିତ ଯୋଜନାଗୁଡ଼ିକୁ ସିଧାସଳଖ ପାଣ୍ଠି ଯୋଗାଣକୁ ସିଏଲ୍‌ଏଆର୍‌ଆଇଏଫ୍‌ଆଇ ତ୍ୱରାନ୍ବିତ କରି ଏକ ବଡ଼ ଅନ୍ତରକୁ ଦୂର କରିଛି। ୨୦୩୦ ସୁଦ୍ଧା ଏହା ୧୦ ବିଲିୟନ ଡଲାର ଯୋଗାଡ କରିବା ସହ ଆଇନଗତ ଭାବେ ସ୍ବୀକୃତ ଆଦିବାସୀ ଅଞ୍ଚଳଗୁଡ଼ିକୁ ୪୦୦ ମିଲିୟନ ହେକ୍ଟରକୁ ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି। ଜଙ୍ଗଲ ଧ୍ୱଂସ, ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତାଜନିତ କ୍ଷତି ରୋକିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଗ୍ରୀଷ୍ଣମଣ୍ଡଳୀୟ ଜଙ୍ଗଲରେ ଏହି ଆଦିବାସୀ ଗୋଷ୍ଠୀଗୁଡ଼ିକର ବୈଧ ଭୂସମ୍ପତ୍ତି ମାଲିକାନାକୁ ଅତି କମ୍‌ରେ ୫୦% ଯାଏ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ପ୍ରକୃତି ସୁରକ୍ଷା ଓ ଆଦିବାସୀ ଲୋକଙ୍କ ଉପରେ ନିବେଶ କରିବା ଲାଗି ବିଶ୍ୱ ଯଦି ପ୍ରତିବଦ୍ଧତା ପ୍ରକାଶ କରେ ତେବେ ଆମେ କିଛି କରିବୁ ଓ ଆଗକୁ କ’ଣ କରିବାକୁ ହେବ ସେ ସମ୍ପର୍କରେ ନିଷ୍ପତ୍ତି ନେବୁ। କାଗଜରେ କି କଥାରେ ନୁହେଁ, ବାସ୍ତବରେ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେଲେ ପ୍ରକୃତି ସୁରକ୍ଷା ଓ ବିଶ୍ୱ ଜୈବବିବିଧତା ସଂରକ୍ଷଣ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆମେ ଆହୁରି ଅଧିକ କିଛି କରିପାରିବୁ। ଜୈବବିବିଧତାର ବ୍ୟାପକ ଧ୍ୱଂସ ଧାରାକୁ ରୋକିବା ଲାଗି ଯଦିଓ ଗ୍ଲୋବାଲ ବାୟୋଡାଇଭର୍ସିଟି ଫ୍ରେମ୍‌ଓ୍ବାର୍କକୁ ଚୂଡ଼ାନ୍ତ କରିବା ଗୁରୁତ୍ୱପୂର୍ଣ୍ଣ, ତଥାପି ପ୍ରମୁଖ ଭାଗୀଦାରିଙ୍କ ଦ୍ୱାରା ପ୍ରକାଶ ପାଇଥିବା ଅସହମତି ଓ ଅନିଚ୍ଛା ଯୋଗୁ ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଏଭଳି ସ୍ଥିତିରେ ବିଶ୍ୱ ନେତାଗଣ ଚିରାଚରିତ ପ୍ର୍ରତିକ୍ରିୟାରୁ ଊଦ୍ଧ୍ୱର୍ର୍କୁ ଉଠି ଆଦିବାସୀ ଲୋକ ଏବଂ ସ୍ଥାନୀୟ ସମୁଦାୟଙ୍କ ଅଧିକାର ଏବଂ ଅନନ୍ୟ ଯୋଗଦାନଗୁଡ଼ିକୁ ସ୍ବୀକୃତି ଦେବା ଲାଗି ଏକ ବୁଝମଣା ସୁରକ୍ଷିତ କରିବା ଦରକାର।
ପ୍ରେସିଡେଣ୍ଟ, ଆସୋସିଏସନ ଫର୍‌ ଇଣ୍ଡିଜେନସ ଓମେନ୍‌ ଆଣ୍ଡ୍‌ ପିପୁଲ୍ସ ଅଫ୍‌ ଚାଦ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?