ସାହିତ୍ୟର ପ୍ରଭାବ ବନାମ ପ୍ରଚାର

ଡ. ମନୋରଞ୍ଜନ ବିଷୋୟୀ

ଆମର ଅନେକ ବର୍ଷର ଅନେକ ଭାଷା, ଅନେକ ସାହିତ୍ୟ ଥିଲେ ହେଁ ଉତ୍ସ ପ୍ରାୟ ସମାନ ା ଏବେ ଆଧୁନିକ ସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟ ଭୂମିରୁ ଉତ୍ସାହ ଖୋଜିଛି, କିନ୍ତୁ ପରମ୍ପରାରୁ କେବେ କେଉଁଠି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇନାହିଁ। କାରଣ ଆଧୁନିକତା ପରମ୍ପରାହୀନ, ଏକ ପରମ୍ପରା ନୁହେଁ ବରଂ ପରମ୍ପରା ପ୍ରତି ଏକ ସଚେତନ ପୁନଃ ମୂଲ୍ୟାୟନ ଏବଂ ପୁନଃ ଅନୁଧ୍ୟାନର କ୍ଷେତ୍ର ହେଉଛି ଆଧୁନିକତା ା ସଂକ୍ଷେପରେ କହିଲେ- ପରମ୍ପରାର ଏକ ବିକଶିତ, ମୋହମୁକ୍ତ, ପ୍ରାମାଣିକ ତଥା ମୁକ୍ତ ଅନ୍ବେଷାର କ୍ଷେତ୍ର ହେଉଛି ଆଧୁନିକତା।
ବସ୍ତୁତଃ ପରମ୍ପରା ଓ ଆଧୁନିକତାର ଏ ଆଲୋଚନା ପ୍ରସଙ୍ଗରେ ମାଟି, ମଣିଷ ଓ ସମୟ- ଏହି ତ୍ରିବିଧ ଧାରାର ସମନ୍ବୟକୁ ଅନୁଧ୍ୟାନ କରାଯାଇପାରେ ା ପ୍ରତ୍ୟେକ ମଣିଷ ମାଟିର ମୋହରେ, ସମୟର ଆହ୍ବାନରେ ବ୍ୟାକୁଳିତ ହେବା ସ୍ବାଭାବିକ ା ସମୟର ଆହ୍ବାନରେ ସଭ୍ୟତାର ପଥ ପ୍ରଶସ୍ଥ ହୁଏ ା ଅବରୁଦ୍ଧ ପରିସରକୁ ଅତିକ୍ରମ କରି ବ୍ୟକ୍ତି ମୁକ୍ତି ପଥର ଅଭିଯାତ୍ରୀ ସାଜେ ା କିନ୍ତୁ ଅତୀତ ପ୍ରତି ପ୍ରତିକୂଳ ନୁହେଁ ବରଂ ଅତୀତର ସମ୍ମୋହନ ଆକର୍ଷଣ ପ୍ରଗତିର ପଥକୁ କରେ ପ୍ରସାରିତ ା ପ୍ରତ୍ୟେକ ଜାତି- ସ୍ମୃତି, ସଂକେତ, ଇତିହାସ, ପୁରାଣ, କଥା, ଉପକଥା, ଅତିକଥା ଭିତରେ ପରିପୁଷ୍ଟ ହୋଇଛି ା ଯୁଗଯୁଗ ଧରି ଗଢ଼ି ଆସୁଥିବା ଏହି ପ୍ରାଣଶକ୍ତିର ଉତ୍ସକୁ ଅଭିନବ ଭାବରେ ବ୍ୟାଖ୍ୟାୟିତ କରି ନୂତନ ହୁଏ ସମୁଜ୍ଜ୍ୱଳ ା ବସ୍ତୁତଃ କହିବାକୁ ଗଲେ ପରମ୍ପରାର ଜୀବିତାଂଶକୁ ଗ୍ରହଣ କରି ନୂତନ ଭାବରେ ପ୍ରାଣ ପ୍ରବାହକୁ ଦର୍ଶାଇବା ହେଉଛି ଆଧୁନିକ ସାହିତ୍ୟର ଲକ୍ଷ୍ୟ।
ଏଠାରେ ପ୍ରଶ୍ନ ଉଠେ ସଂପ୍ରତି ଆମ ସାହିତ୍ୟର ସ୍ରଷ୍ଟା ଏ ଦିଗରେ କେତେ ସଚେତନ? କାରଣ ପ୍ରତ୍ୟେକ ସୃଷ୍ଟିର ଉଦ୍ଦେଶ୍ୟ- ବ୍ୟକ୍ତିଗତ ଆବେଗ ମାଧ୍ୟମରେ ସାମୂହିକ ଆବେଗ ଦିଗକୁ ଯାତ୍ରା ଏବଂ ନାନ୍ଦନିକ ଆବେଗ ସୃଷ୍ଟି ଦିଗରେ ଏକନିଷ୍ଠ ଉଦ୍ୟମ ା ତତ୍‌ ସଙ୍ଗେ ସଙ୍ଗେ ଅତୀତ ସହ ବ୍ୟକ୍ତିକୁ ସଂଯୁକ୍ତ କରିବା ଏବଂ ଗତିଶୀଳ ପୃଥିବୀର ଅବିଚ୍ଛିନ୍ନ ଅଂଶ ଭାବରେ ଉପସ୍ଥାପିତ କରିବା ା
ଏ ଦିଗରେ ଆଧୁନିକ ସ୍ରଷ୍ଟା ବେଶ୍‌ ସଚେତନ ଥିଲେ ହେଁ କିଛି ଅସାହିତି୍ୟକଙ୍କ ସାହିତ୍ୟ ମଧ୍ୟକୁ ଅନୁପ୍ରବେଶ; ସାହିତ୍ୟର ଲକ୍ଷ୍ୟପଥକୁ ଅବରୋଧ କରି ରଖିଅଛି ା
ସଂପ୍ରତି ଏଭଳି କିଛି ସ୍ରଷ୍ଟା ଅଛନ୍ତି ଯେଉଁମାନେ କି ଏକଚାଟିଆ ଭାବେ ସାହିତ୍ୟ ଚାଷ କରୁଛନ୍ତି ା ସେମାନେ ସାହିତ୍ୟ ବେକରେ ପଘା ଲଗାଇ ସେମାନଙ୍କ ମନ ଯୁଆଡ଼େ ସିଆଡ଼େ ସାହିତ୍ୟକୁ ଟାଣି ନେଉଛନ୍ତି ା ଫଳତଃ ସାହିତ୍ୟ ତା’ର ଲକ୍ଷ୍ୟପଥରୁ କ୍ରମଶଃ ଦୂରେଇ ଯିବାଭଳି ମନେ ହେଉଛି ା ଏମାନେ ସାହିତ୍ୟ ରୂପକ ସିଂହାସନ ଉପରେ ବସି କଳେବଳେ କୌଶଳେ ନିଜ ମସ୍ତକରେ ପୁରସ୍କାର ମୁକୁଟ ପିନ୍ଧିବା ଲାଗି ଆପ୍ରାଣ ଚେଷ୍ଟା କରନ୍ତି ା ତେଣୁ ତ ସବା ଉପର ମଞ୍ଚରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଦାନଦକ୍ଷିଣା ଦେବାରେ ମଧ୍ୟ ତିଳେମାତ୍ର କାର୍ପଣ୍ୟ କରନ୍ତି ନାହିଁ ା ଏଇମାନେ ସାହିତ୍ୟକୁ ଏକ କିଣାବିକାର ସାମଗ୍ରୀ କରି ପକାଇଲେଣି ା ପ୍ରଭାବ ଅପେକ୍ଷା ପ୍ରଚାର ଯୁଗଧର୍ମ ବୋଲି ସେମାନେ ମତ ପ୍ରକାଶ କରନ୍ତି ା ତେଣୁ ତ କାହା ନାମରେ କେତେ ଲେଖା ଛପାଗଲା, କିଏ କେତେ ପୁରସ୍କାର ପାଇଲା ତାକୁ ସାହିତି୍ୟକ ମାନଦଣ୍ଡ ଭାବେ ଗ୍ରହଣ କରାଗଲାଣି। ଯାହାଫଳରେ ସମ୍ବର୍ଦ୍ଧନା ପତ୍ର ପାଇବା ଓ ବାଣ୍ଟିବାକୁ ନେଇ ଘୋଡ଼ାବେପାର ବୃଦ୍ଧି ପାଇଲାଣି ା ସେଥିପାଇଁ ସେମାନେ ସ୍ବୀକୃତିର ସଚିବାଳୟ ଭିତରେ ନସରପସର ହୋଇ ଧାଁ ଧପଡ଼ କରନ୍ତି ା ଏସବୁକୁ ସାହିତ୍ୟ ସେବା ବୋଲି ଡିଣ୍ଡିମ ପିଟନ୍ତି ା ହେଲେ ଖ୍ୟାତି ଭାଗଟିକୁ ସବା ଆଗରେ ଆବୋରି ବସିଥିବା ଏଇ ସାହିିତି୍ୟକମାନେ ଅନ୍ତଃସ୍ବୀକୃତି ହିଁ ସାହିତ୍ୟର ମୂଳଭିତ୍ତି ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।
ତେଣୁ ଆଜି ସାହିତ୍ୟର ଗୁଣାମତ୍କ ଦିଗ ପ୍ରତି ଦୃଷ୍ଟି ନ ଦେଇ କାହା ନାମରେ କେତେ ଲେଖା ଛପାଗଲା, କିଏ କେତେ ଏ ଯୁଗରେ ବଡ଼ପଣ୍ଡାଠାରୁ ପ୍ରଶଂସାପତ୍ର ପାଇଲା ସେ ସବୁର ବିଚାର କରିବାରେ ଲାଗିଛନ୍ତି ା
ଫଳରେ ସାହିତ୍ୟ ଆଜି ଗଣର ନ ହୋଇ ଜଣର ହୋଇଛି ା ଶନିବାରସୀୟ, ରବିବାରସୀୟ ସାହିତ୍ୟ ଉତ୍ସବମାନ ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ା ସେଠାରେ ନିଜ ବନ୍ଦନା ନିଜେ ପଢ଼ି ନିଜକୁ ଅଧିକ ଭାଗ୍ୟବାନ ମନେ କରୁଛନ୍ତି। ଫଳସ୍ବରୂପ ସେମାନେ ସାହିତ୍ୟର ପ୍ରକୃତ ଲକ୍ଷ୍ୟ କ’ଣ ? ସେହି ପଥରୁ ଦୂରେଇ ଯାଇଛନ୍ତି।
ବର୍ତ୍ତମାନ ସମୟ ଆସିଛି ଏହି ସମସ୍ୟାର ସୂତ୍ର ଏକକ ସତ୍ତା ଭାବରେ ନୁହେଁ ବରଂ ସମୂହର ଅଂଶ ଭାବରେ ସମ୍ମୁଖୀନ ହେବାର ା ସାହିତ୍ୟ ସହ ସମ୍ପର୍କର ଅବିଚ୍ଛିନ୍ନ ସେତୁ ଭାବରେ ମାନବ ଆପଣା କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କଲେ ଯାଇ ସାହିତ୍ୟ ଏହି ବଡ଼ପଣ୍ଡାମାନଙ୍କ କବଳରୁ ମୁକ୍ତି ପାଇ ଏକକ ସହ ସମୂହର ସମନ୍ବିତ ରୂପକୁ ପରିପ୍ରକାଶ କରିପାରିବ ଏବଂ ଆକାଂକ୍ଷା, ସ୍ବପ୍ନ, ସମ୍ଭାବନାର କେନ୍ଦ୍ରବିନ୍ଦୁରେ ରହି ଆଗାମୀ ସମୟକୁ ବାର୍ତ୍ତା ପ୍ରଦାନ କରିବ ା
ସ୍ନାତକୋତ୍ତର ଓଡ଼ିଆ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?