ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ, କାନାଡ଼ାର କାରଖାନାଗୁଡ଼ିକ ଅନେକ ହଜାର ବିମାନ, ଅନେକ ଶହ ନୌସେନା ଜାହାଜ ଏବଂ ୮,୦୦,୦୦୦ରୁ ଅଧିକ ସାମରିକ ଯାନ ଉତ୍ପାଦନ କରିିଥିଲା। ମାତ୍ର ୧ କୋଟି ୧୦ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି ଦେଶ ଏକ ପ୍ରମୁଖ ସାମରିକ-ଶିଳ୍ପଶକ୍ତି ଭାବେ ଉଭା ହୋଇଥିଲା। ଏଭଳି ପରିବର୍ତ୍ତନରେ ସରକାରଙ୍କ ବହୁଳ ନିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। କିନ୍ତୁ ଯଦି କାନାଡ଼ା ରାଜନୈତିକ ପ୍ରତିଶ୍ରୁତିକୁ ଦ୍ରୁତ ଗତିରେ ବୃହତ୍‌ ଆକାରର ଶିଳ୍ପ ଉତ୍ପାଦନରେ ପରିଣତ କରିବା ପାଇଁ ସକ୍ଷମ ସଂସ୍ଥା, ଆର୍ଥିକ ବ୍ୟବସ୍ଥା ଏବଂ ଭିତ୍ତିଭୂମି ତିଆରି କରି ନ ଥାନ୍ତା, ତେବେ ସେହି ବ୍ୟୟର କୌଣସି ମୂଲ୍ୟ ରହି ନ ଥାନ୍ତା। ଚଳିତ ୨୦୨୬ ଜୁଲାଇ ୭-୮ରେ ଆଙ୍କାରାରେ ହେବାକୁ ଥିବା ଶିଖର ସମ୍ମିଳନୀରେ ନାଟୋ ନେତାମାନେ ଏହି ଶିକ୍ଷାକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ।
ୟୁରୋପ ଏବଂ ଉତ୍ତର ଆମେରିକାରେ ସରକାରମାନେ ସେମାନଙ୍କର ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରୁଛନ୍ତି। ସେମାନେ ନୂତନ ସାମରିକ ଯନ୍ତ୍ରପାତି ନିର୍ମାଣ ଯୋଜନା, କ୍ରୟ କାର୍ଯ୍ୟକ୍ରମ ଏବଂ ବ୍ୟୟ ଲକ୍ଷ୍ୟ ଘୋଷଣା କରିବା ସହ ୨୦୩୫ ସୁଦ୍ଧା ପ୍ରତିରକ୍ଷା କ୍ଷେତ୍ରରେ ଜିଡିପିର ୫% ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛନ୍ତି। ପ୍ରତିରକ୍ଷାକୁ ରଣନୀତିକ ପ୍ରାଥମିକତା ଭାବେ ନେଇ ବ୍ୟୟ ବଢ଼ାଇବା ଏବଂ କ୍ରୟ ବ୍ୟବସ୍ଥାରେ ସୁଧାର ଆଣିବା ଠିକ୍‌ ପଦକ୍ଷେପ ହେଲେ ବି ସମ୍ବଳକୁ ସାମରିକ କ୍ଷମତାରେ ରୂପାନ୍ତରିତ କରିବା ପାଇଁ ଶିଳ୍ପ କ୍ଷମତାରେ ବିକାଶ ଲୋଡ଼ା। ୟୁକ୍ରେନ୍‌ ପ୍ରମାଣ କରିଛି ଯେ ଆଧୁନିକ ଯୁଦ୍ଧ ଲଢ଼ିିବା ପୂର୍ବରୁ ତା’ ପାଇଁ ଆର୍ଥିକ ବ୍ୟବସ୍ଥା ବା ପାଣ୍ଠି ଯୋଗାଡ଼ କରିବାକୁ ହୁଏ। ୨୦୨୨ରେ ରୁଷିଆର ଆକ୍ରମଣ ପରଠାରୁ ୟୁକ୍ରେନ୍‌ ଡ୍ରୋନ୍‌ କ୍ଷମତାରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ଲାଗି ଅନେକ ବିଲିୟନ ଡଲାର ସଂଗ୍ରହ କରିଛି। ଏହାର ଫଳାଫଳ ଆଖିଦୃଶିଆ ହୋଇପାରିଛି। ମାତ୍ର କିଛି ହଜାର ଡଲାରରେ ନିର୍ମିତ ଡ୍ରୋନ୍‌ଗୁଡ଼ିକ ଏହାଠାରୁ ଅନେକ ଶହ କିମ୍ବା ହଜାର ଗୁଣ ଅଧିକ ମୂଲ୍ୟର ସାମରିକ ଉପକରଣକୁ ଧ୍ୱଂସ କରିପାରୁଛି। ଏପରି କି ଆକାଶମାର୍ଗରେ ଏଗୁଡ଼ିକୁ ବାଧା ଦେବା ସକାଶେ ଅନେକ ଶହ କିମ୍ବା ହଜାର ଡଲାର ମୂଲ୍ୟର ବାୟୁ-ପ୍ରତିରକ୍ଷା କ୍ଷେପଣାସ୍ତ୍ର ମାଡ଼ କରିବାକୁ ପଡ଼ୁଛି, ଯେଉଁଥିରେ ରୁଷିଆର ବଡ଼ ଧରଣର କ୍ଷତିଘଟୁଛି। ବ୍ୟାପକ ପରିମାଣରେ ଡ୍ରୋନ୍‌ ଉତ୍ପାଦନ ପାଇଁ ଆବଶ୍ୟକ କାରଖାନା, ଇଞ୍ଜିନିୟର, ସଫ୍ଟୱେର୍‌, ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଏବଂ ପାଣ୍ଠି ଯୋଗାଣ ବ୍ୟବସ୍ଥା ନ ଥାଆନ୍ତା, ତେବେ ୟୁକ୍ରେନ୍‌ ପକ୍ଷରେ ଏହା କେବେ ବି ସମ୍ଭବ ହୋଇ ନ ଥାନ୍ତା।
ନାଟୋ ଦେଶଗୁଡ଼ିକ ପାଖରେ ସମ୍ପଦ, ପ୍ରଯୁକ୍ତିଗତ ଦକ୍ଷତା କିମ୍ବା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ। ବରଂ ଏବେକାର ଆବଶ୍ୟକତା ଅନୁଯାୟୀ ଏହିସବୁ ସାମର୍ଥ୍ୟକୁ ଦ୍ରୁତ ଗତି ଓ ବଡ଼ ଆକାରରେ ସାମରିକ କ୍ଷମତାରେ ପରିଣତ କରିପାରିବା ଭଳି ବଜାର ବ୍ୟବସ୍ଥାର ଅଭାବ ଅଛି। ଉତ୍ପାଦନ କ୍ଷମତା ଏବେ ସୀମିତ ରହିଛି, ସାମଗ୍ରୀ ଯୋଗାଣରେ ବହୁ ବିଳମ୍ବ ହେଉଛି ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ଦୁର୍ବଳ ସ୍ଥିତିରେ ଅଛି। ଏହି ସବୁ ସମସ୍ୟା ଯୋଗୁୁ ପ୍ରତିରକ୍ଷା କ୍ଷେତ୍ରରେ ମୁଦ୍ରାସ୍ଫୀତି ଲଗାତର ବଢ଼ିବାରେ ଲାଗିଛି, ଯାହା କ୍ରୟ ଶକ୍ତିକୁ ହ୍ରାସ କରିବା ସହ ଜରୁରୀ ଆବଶ୍ୟକ କ୍ଷମତାର ଉପଯୋଗକୁ ବିଳମ୍ବ କରୁଛି। ଯଦି ନାଟୋ ସହଯୋଗୀ ଦେଶଗୁଡ଼ିକୁ ଶତ୍ରୁକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ଶିଳ୍ପ କ୍ଷମତା ପ୍ରସ୍ତୁତ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଅର୍ଥନୀତିକୁ ନିୟନ୍ତ୍ରଣ ନ କରି ଯୁଦ୍ଧଭିତ୍ତିକ ଶିଳ୍ପର ଅନୁକୂଳ ପରିବେଶ ପାଇଁ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ବଜାର ସୃଷ୍ଟି କ୍ଷେତ୍ରରେ ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ।
ପ୍ରଥମ ଆହ୍ବାନ ହେଉଛି ଏକ ବିଶ୍ୱସନୀୟ ଦୀର୍ଘକାଳୀନ ଚାହିଦା ସୃଷ୍ଟି କରିବା, ଯାହା ହେଉଛି ନୂତନ କାରଖାନା ନିର୍ମାଣ କିମ୍ବା ଉତ୍ପାଦନଭିତ୍ତିକ ଶିଳ୍ପ ବିସ୍ତାର ଘରୋଇ ପୁଞ୍ଜି ନିବେଶ ନିମନ୍ତେ ଏକ ପ୍ରାଥମିକ ସର୍ତ୍ତ। ଅର୍ଥାତ୍‌ ଜାତୀୟ ସରକାରମାନେ ସ୍ବାଧୀନ ଭାବରେ ଏବଂ ସହଯୋଗୀଙ୍କ ସହିତ ମିଶି ବିଶ୍ୱସନୀୟ, ବହୁବର୍ଷୀୟ କ୍ରୟ ପ୍ରତିଶ୍ରୁତି ଦେବାକୁ ହେବ। ଦ୍ୱିତୀୟ ଆହ୍ବାନ ହେଉଛି ଏହି ନୂତନ ଚାହିଦା ପାଇଁ ପାଣ୍ଠି ଯୋଗାଣ। ଶିଳ୍ପ ବିସ୍ତାର ପାଇଁ ସୁଲଭ ଦୀର୍ଘକାଳୀନ ପୁଞ୍ଜି ଆବଶ୍ୟକ। ନୂତନ କାରଖାନା, ଯନ୍ତ୍ରପାତି ଏବଂ ଉତ୍ପାଦନ ପାଇଁ ବହୁ ପରିମାଣର ଅଗ୍ରିମ ପୁଞ୍ଜି ନିବେଶ ଆବଶ୍ୟକ। ଉତ୍ପାଦକମାନେ ସାଧାରଣତଃ ଏହି ପୁଞ୍ଜି ନିବେଶ ପାଇଁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକରୁ ଋଣ ନେଇଥାନ୍ତି। ଯେଉଁଠାରେ ବାଣିଜି୍ୟକ ପାଣ୍ଠି ଉପଲବ୍ଧ ହୁଏ ନାହିଁ କିମ୍ବା ଅତ୍ୟଧିକ ମହଙ୍ଗା ହୋଇଥାଏ, ସେ କ୍ଷେତ୍ରରେ ସରକାରଙ୍କୁ ନିଜେ ହସ୍ତକ୍ଷେପ କରିବାକୁ ହୋଇଥାଏ।
ଏକ ବଜାର ସୃଷ୍ଟି କରିବା ଆଭିମୁଖ୍ୟ ବର୍ତ୍ତମାନର ବ୍ୟବସ୍ଥା ତୁଳନାରେ ଅଧିକ ଶସ୍ତା ଏବଂ ଅଧିକ ଉତ୍ପାଦନକ୍ଷମ ହେବ। ଏହା ଏକ ଅନ୍ତର୍ଜାତୀୟ ସଂସ୍ଥା ଗଢ଼ାଯାଇ ଆରମ୍ଭ ହେବା ଦରକାର, ଯାହା ପ୍ରତିରକ୍ଷା ଶିଳ୍ପ ଏବଂ ସମ୍ପୃକ୍ତ ଯୋଗାଣ ଶୃଙ୍ଖଳର ବିକାଶ ତଥା ବିସ୍ତାର ପାଇଁ ଏକ ଆର୍ଥିକ ମଞ୍ଚ ଭାବରେ କାର୍ଯ୍ୟ କରିବ। ବର୍ତ୍ତମାନ ଆଲୋଚନା ଚାଲିଥିବା ଡିଫେନ୍ସ ସିକ୍ୟୁରିଟି ଆଣ୍ଡ୍‌ ରେଜିଲିଏନ୍ସ ବ୍ୟାଙ୍କ (ଡିଏସ୍‌ଆର୍‌ବି) ଏହି ଭୂମିକା ନିର୍ବାହ କରିବ ବୋଲି କଳ୍ପନା କରାଯାଇଛି। ପ୍ରତିରକ୍ଷା ଅର୍ଥ ଯୋଗାଣ ପାଇଁ ଏକ ସରକାରୀ ସମର୍ଥିତ ବଜାର ସୃଷ୍ଟି କରି ଡିଏସ୍‌ଆର୍‌ବି ଶିଳ୍ପ ବିସ୍ତାରର ଆର୍ଥିକ ବ୍ୟୟ ହ୍ରାସ କରିବାରେ ସାହାଯ୍ୟ କରିବ। ଏପରି ସୁରକ୍ଷିତ ଆର୍ଥିକ ପରିବେଶ, ଦୀର୍ଘମିଆଦୀ କ୍ରୟ ପ୍ରତିଶ୍ରୁତି ଓ ଭବିଷ୍ୟତ ଆୟର ନିଶ୍ଚିତତା ସହିତ ବ୍ୟାଙ୍କ ଓ ବେସରକାରୀ ନିବେଶକାରୀଙ୍କୁ ଆକର୍ଷିତ କରିବ। ଫଳରେ ପ୍ରତିରକ୍ଷା ବଜେଟ ଉପରେ ଚାପ କମିଯିବ। ଏବର ବ୍ୟବସ୍ଥାରେ ବଜେଟକୁ ଋଣ ଖର୍ଚ୍ଚ, ଶିଳ୍ପଗତ ବିପଦ ଏବଂ ଅକ୍ଷମତା ମୂଲ୍ୟ ବହନ କରିବାକୁ ପଡ଼ୁଛି। ତେବେ ଅତିରିକ୍ତ ଖର୍ଚ୍ଚ ଯେତିକି କମ୍‌ ହେବ, ସରକାର ସେତିକି ଅଧିକ ଡ୍ରୋନ୍‌, ମିସାଇଲ୍‌ ଏବଂ ଗୁଳିଗୋଳା କିଣିବାକୁ ସକ୍ଷମ ହେବେ। ଅଧିକ ଅର୍ଥ ବ୍ୟୟ କରିବା ଭଲ, କିନ୍ତୁ ଯାହା ବ୍ୟୟ ହେଉଛି ତାହାର ସର୍ବାଧିକ ଫଳ ମିଳିବା ଆହୁରି ଭଲ।
ଡିଏସ୍‌ଆର୍‌ବି କେବଳ ଏକ ଋଣ ପ୍ରଦାନକାରୀ ସଂସ୍ଥା ନୁହେଁ। ସମୟକ୍ରମେ, ଏହା ସ୍ବତନ୍ତ୍ର ଏଏଏ-ରେଟିଂ ପ୍ରାପ୍ତ ପ୍ରତିରକ୍ଷା, ନିରାପତ୍ତା ଏବଂ ସହନୀୟ ବଜାର ସୃଷ୍ଟି କରିବ। ଫଳରେ କମ୍ପାନୀ, ବ୍ୟାଙ୍କ ଏବଂ ସରକାର ବିଶେଷ ଭାବେ କାରଖାନା ନିର୍ମାଣ, ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ଦୀର୍ଘକାଳୀନ ନିବେଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସୁବିଧା ପାଇପାରିବେ।
ପ୍ରତିରକ୍ଷା କ୍ଷମତା ମଜଭୁତ କରିବା କେବଳ ସୁରକ୍ଷା ନୀତି ବିଷୟରେ ନୁହେଁ, ଏହା ମଧ୍ୟ ଶିଳ୍ପ ନୀତିର ଏକ ଅଂଶ। ଯେଉଁ ପୁଞ୍ଜିନିବେଶ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରେ ତାହା ଉତ୍ପାଦନ, ନବସୃଜନ, ରପ୍ତାନି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିବ। ବହୁବର୍ଷିଆ କ୍ରୟ ଚୁକ୍ତି ଯଦି ଚାହିଦାର ସଙ୍କେତ ଦିଏ ଏବଂ ଡିଏସ୍‌ଆର୍‌ବି ଆର୍ଥିକ ମଞ୍ଚ ପ୍ରଦାନ କରେ, ତେବେ ନାଟୋର ସହଯୋଗୀ ଦେଶଗୁଡ଼ିକ ଶେଷରେ ଏକ କାର୍ଯ୍ୟକ୍ଷମ ପ୍ରତିରକ୍ଷା ବଜାର ଗଠନ କରିପାରିବେ। ଏଭଳି ଏକ ବଜାର କେବଳ ଜାତୀୟ ପ୍ରତିରକ୍ଷା ବଜେଟର ବିକଳ୍ପ ହେବ ନାହିଁ; ବରଂ ଏହା ତାହାକୁ ଅଧିକ ପ୍ରଭାବଶାଳୀ କରିବ। ପ୍ରତିରକ୍ଷା ବ୍ୟୟ ପୁଞ୍ଜିନିବେଶରେ ପରିଣତ ହେବ; ପୁଞ୍ଜିନିବେଶ ଉତ୍ପାଦନରେ ପରିଣତ ହେବ ଏବଂ ଉତ୍ପାଦନ ଶେଷରେ ପ୍ରତିରୋଧ କ୍ଷମତାରେ ପରିଣତ ହେବ। ୧୯୩୯ରେ କାନାଡ଼ା କେବଳ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିଥିବାରୁ ଏକ ଶକ୍ତିଶାଳୀ ସାମରିକ-ଶିଳ୍ପ ଦେଶ ହୋଇ ନ ଥିଲା; ବରଂ ଏହା ଏପରି ସଂସ୍ଥା, ଆର୍ଥିକ ବ୍ୟବସ୍ଥା ଓ ଶିଳ୍ପ ଗଢ଼ିଥିଲା ଯାହା ଅଧିକ ଉତ୍ପାଦନ କରି ପ୍ରଚୁର ଲାଭ ପାଇଥିଲା।

ରବର୍ଟ ମୁରେ

ପ୍ରଫେସର ଅଫ୍‌ ପ୍ରାକ୍ଟିସ,
ଜନ୍‌ ହପ୍‌କିନ୍ସ
ୟୁନିଭର୍ସିଟି

ଫିଓନା ଇ.ମୁରେ

ପ୍ରଫେସର ଅଫ୍‌ ଏଣ୍ଟରପ୍ରିନ୍ୟୁରଶିପ,

ଏମ୍‌ଆଇଟି ସ୍ଲୋଆନ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri