ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା ବ୍ଲକର ଜଣେ ଆଦିବାସୀ ମହିଳା ଏବଂ ଜଣେ ଚାଷୀ, ଗବେଷିକା, ପ୍ରଶିକ୍ଷିକା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରୁଥିବା ସେ ଜଣେ ଆଗଧାଡ଼ିର କୃଷି ସେବିକା। ସମ୍ବର୍ଦ୍ଧନା ପରେ ଯେତେବେଳେ ଦୁଇ ପଦ କହିବା ପାଇଁ କୁହାଗଲା ସେ ଯାହା କହିଲେ ତଥାକଥିତ ସଭ୍ୟ ସମାଜ ପାଇଁ ଏକ ଚେତାବନୀ ଓ ଚେତନା ଉଦ୍ରେକକାରୀ ପରାମର୍ଶ ମଧ୍ୟ। ତାଙ୍କ ସଂକ୍ଷିପ୍ତ ଅଭିଭାଷଣ ତିନୋଟି ବିଷୟ ଉପରେ କେନ୍ଦ୍ରିତ ଥିଲା। ପ୍ରଥମ ଜୈବିକ କୃଷି ଓ ଦେଶୀ ମାଣ୍ଡିଆ ଧାନର ସଂରକ୍ଷଣ, କୃତଜ୍ଞତା ଓ ନିଜ ପାଠପଢା ସମ୍ବନ୍ଧରେ ସ୍ବୀକାରୋକ୍ତି। ପ୍ରଥମଟି ତାଙ୍କ କର୍ମ ଓ କର୍ତ୍ତବ୍ୟ ସହିତ ଜଡ଼ିତ। ସେ କିପରି ପରିଶ୍ରମ କରୁଛନ୍ତି। ଦେଶୀ ଧାନ ଓ ମାଣ୍ଡିଆର ସଂରକ୍ଷଣ ପାଇଁ କିଭଳି ସାଧାରଣ ଚାଷୀଙ୍କୁ ସଚେତନ କରାଉଛନ୍ତି। ଭଲ କାମ କଲାବେଳେ କିଭଳି ସମାଲୋଚନାର ଶରବ୍ୟ ହେବାକୁ ପଡିଥାଏ, ଇତ୍ୟାଦି।
ଦ୍ୱିତୀୟଟି ଆଜିର ସ୍ବାର୍ଥପର ମଣିଷ ପାଇଁ ନୀତି ଶିକ୍ଷା। ଜଣେ ଗରିବ ପରିବାରର ଝିଅ,ବୋହୂ ଓ ଚାଷୀଠାରୁ ଜି-୨୦ ଯାତ୍ରା ଯାଏ ତାଙ୍କର ସଫଳ ଜୟଯାତ୍ରାର ଶ୍ରେୟ ପଦ୍ମଶ୍ରୀ କମଳା ପୂଜାରୀ ଓ ସବୁଜ ବିପ୍ଳବର ଜନକ ଡ. ଏମ୍‌.ଏସ୍‌. ସ୍ବାମୀନାଥନ ତଥା ତାଙ୍କ ଫାଉଣ୍ଡେଶନକୁ ଦେଇଥିଲେ। ସ୍ବୀକାରୋକ୍ତି ଓ କୃତଜ୍ଞତା ଜ୍ଞାପନ କଲାବେଳେ ମନ ଓ ହୃଦୟର ଭାବ ବାରିହୋଇ ପଡ଼ୁଥିଲା। ସେ ଜଣେ ସୁବକ୍ତା ନୁହନ୍ତି, ଭାଷାଜ୍ଞାନରେ ପ୍ରବୀଣା ନୁହନ୍ତି କିନ୍ତୁ ତାଙ୍କ ଭାଷା ଓ ଭାବରେ ସମର୍ପଣ, ସମ୍ମାନ ଓ ଅସୀମ ଶ୍ରଦ୍ଧାର ପରାକାଷ୍ଠା ପ୍ରଦର୍ଶିତ ହୋଇଥିଲା। ସେ କହୁଥିଲେ, ସେମାନେ ନ ଥିଲେ ରାଇମତୀ କ’ଣ ଦେଶବିଦେଶ ଯାଇ କୋରାପୁଟ ମାଣ୍ଡିଆର ଗୁଣବତ୍ତା ସମ୍ବନ୍ଧରେ କହିପାରନ୍ତା! ଏକଥା ଉପସ୍ଥାପନ କରିବାର ଅର୍ଥ ହେଉଛି ଆଜିକାଲି ମଣିଷ କୃତଜ୍ଞତା ରୂପକ ମହତଗୁଣଟି ଭୁଲିଯାଇଛି। ବିଶେଷକରି ବଡ଼ ପାଠୁଆମାନେ ଏହା ସେମାନଙ୍କ ଭାଷାକୋଷରୁ ଉଡ଼େଇ ଦେଇଛନ୍ତି। ଯେଉଁମାନେ ତାଙ୍କୁ ଏତେବଡ଼ ହେବାରେ ସାହାଯ୍ୟ ଓ ସହଯୋଗ କରିଛନ୍ତି, ସେମାନଙ୍କୁ ଅନ୍ତତଃ କୃତଜ୍ଞତା ଜଣାଇବା ପରିବର୍ତ୍ତେ ପଛରୁ ଛୁରାଘାତ କରିବାକୁ ପଛାଉ ନାହାନ୍ତି। ମୋ ଜେଜେମା ବହୁବାର କହୁଥିଲେ ବାପ, ସବୁ କରିବୁ ମଣିଷ ଗଛ ଲଗେଇବୁ ନାହିଁ ।
ଯଦି ଲଗେଇବୁ ଚୋଟ ଖାଇବାକୁ ପ୍ରସ୍ତୁତ ହୋଇଥିବୁ। କାରଣ ଆଜିକାଲିର ମଣିଷ ଭାରି ସ୍ବାର୍ଥୀ ଓ ଘାତକ। ତୁ ଯେକୌଣସି ପଶୁପକ୍ଷୀକୁ ପୋଷିଲେ ସେମାନେ କେବେହେଲେ ତୋର କ୍ଷତି କରିବେ ନାହିଁ କିନ୍ତୁ ଏ ମଣିଷ ଭସ୍ମାସୁର। ଜେଜେ ମାଆଙ୍କ କଥା ସେତେବେଳେ ଭଲରେ ବୁଝି ହେଉ ନ ଥିଲା। କିନ୍ତୁ ଆଜି ମଣିଷର ମତିଗତି ଦେଖିଲେ ଲାଗୁଛି ସେ ଠିକ୍‌ କହୁଥିଲେ। ହେଲେ ସମସ୍ତେ ସେମିତି ନୁହନ୍ତି। ବିଶେଷକରି ରାଇମତୀଙ୍କ ଭଳି ଗ୍ରାମୀଣ ଆଦିବାସୀ ବ୍ୟକ୍ତିମାନେ ଅନ୍ୟର ସାମାନ୍ୟ ସାହାଯ୍ୟକୁ କୃତଜ୍ଞ ରହନ୍ତି ଓ ଦେବତା ଭଳି ପୂଜାକରନ୍ତି ସେ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ।
ମାଣ୍ଡିଆ ରାଣୀଙ୍କ ତୃତୀୟ କଥାଟି ଅତ୍ୟନ୍ତ ଶିକ୍ଷଣୀୟ ଥିଲା। ସେ କହିଲେ, ମୁଇଁ ପାଠ ପଢିନି ଆଜ୍ଞା। ଷଷ୍ଠ ପଢ଼ିଲା ବେଳେ ବିଭିନ୍ନ କାରଣରୁ ପାଠ ଛାଡିଦେଲି। ବେଶି ପାଠ ପଢିପାରିଲି ନାହିଁ। ମାତ୍ର ମୁଁ ମାଣ୍ଡିଆ ପାଠ ଭଲରେ ପଢିଛି। ଏଠାରେ ଦୁଇଟି କଥା ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରେରଣାଦାୟୀ। ପ୍ରଥମତଃ ଆନୁଷ୍ଠାନିକ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବାର ଖେଦ, ଅନ୍ୟଟି ଆନୁଷ୍ଠାନିକ ଶିକ୍ଷା ନ ଥାଇ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ପରିଶ୍ରମ ଓ ପୁରୁଷାର୍ଥ କଲେ ସମାଜ ଆଖିରେ ଅପାଠୁଆ କୁହାଯାଉଥିବା ଜଣେ ସାମାନ୍ୟ ମହିଳା ମାଣ୍ଡିଆ ରାଣୀ ଭାବରେ ବିଶ୍ବରେ ପରିଚିତା ହୋଇପାରେ। ଏହି ବାର୍ତ୍ତା କେବଳ ଚାକିରି ପଛରେ ଗୋଡାଇ ନୟାନ୍ତ ହୋଇପଡୁଥିବା ସମବେତ ଶହ ଶହ ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରେରଣାଦାୟୀ ଥିଲା। ବିଭିନ୍ନ କାରଣ ହେତୁ ଅଧିକ ପାଠପଢି ପାରି ନ ଥିବା ରାଇମତୀ ଦୁଃଖ ପ୍ରକାଶ କରିବା, ଆଉ ବ୍ୟବସ୍ଥା ସଜାଡ଼ିବାକୁ ଏକ ଆହ୍ବାନ ଦେବା ସହ ସବୁ ସୁବିଧା ଥାଇ ଭଲ ପଢ଼ାପଢ଼ି କରୁ ନ ଥିବା ଯୁବପିଢିଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ। ମା’ବାପା ପଢ଼ିବା ପାଇଁ ସୁଯୋଗ ଦେଇଛନ୍ତି ମାନେ ତା’ର ଫାଇଦା ଉଠାଇ ଆଗକୁ ବଢ଼ିବା ଉଚିତ। ସେ ସ୍ବୀକାର ମଧ୍ୟ କରିଛନ୍ତି ଯେ ନିଜର ପରିଶ୍ରମ ଓ ବୃତ୍ତିଗତ ଦକ୍ଷତା ହେତୁ କୃଷିଭିତ୍ତିକ ପ୍ରଶିକ୍ଷଣ ଦେଇପାରୁଛି କିନ୍ତୁ ପଢ଼ାପଢ଼ି ନ ଥିବା ହେତୁ କାଗଜପତ୍ର କାମ କରିପାରୁ ନ ଥିବା ସହ ଅଧିକ କଥା ଜାଣିପାରୁନି ବୋଲି କ୍ଷୋଭର ସହ କହିଥିଲେ। ଅପରପକ୍ଷରେ, ଆନୁଷ୍ଠାନିକ ଶିକ୍ଷା ନ ଥାଇ ମଧ୍ୟ କୌଶଳଭିତ୍ତିକ ଯେକୌଣସି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ସୁନାମ ଅର୍ଜନ କରିପାରିବେ ଅନ୍ତତଃ ଏହି ଶିକ୍ଷା ଆଜିର ଯୁବ ସମାଜ ମାଣ୍ଡିଆ ରାଣୀଙ୍କଠାରୁ ଶିଖିବା କଥା। କାମରେ ଛୋଟ ବଡ଼ ନ ଭାବି ନିଜର ଲୁକ୍କାୟିତ ପ୍ରତିଭାକୁ ଚିହ୍ନି, ଜାଣି ଓ ବୁଝି ତା’ର ଉନ୍ମେଷ ଓ ବିକାଶ ପାଇଁ କଠୋର ପରିଶ୍ରମ କରିପାରିଲେ ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିହେବ। ଲିଜତ ପାମ୍ପଡର ମାଲିକାଣୀ କେତେ ପାଠ ପଢ଼ିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ପାମ୍ପଡ ଭଳି ଛୋଟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରି ବିଶ୍ବ ବଜାରରେ ନିଜକୁ ପ୍ରତିଷ୍ଠିତ କରାଇବା ଏବଂ ହଜାର ହଜାର ଲୋକଙ୍କୁ ରୋଜଗାରକ୍ଷମ କରେଇବା ସମସ୍ତଙ୍କ ପାଇଁ ଉଦାହରଣ। ତେଣୁ ଯୁବ ସମାଜ ସ୍ବାବଲମ୍ବୀ ଓ ସ୍ବାଭିମାନୀ ହେବା ପାଇଁ ନିଜ ଧୀଶକ୍ତି ବଳରେ ସ୍ବଦେଶୀ ସମ୍ପଦ ଓ ସମ୍ବଳର ସୁବିନିଯୋଗ କରିପାରିଲେ ବିକଶିତ ଭାରତର ସ୍ବପ୍ନ ସାକାର ହେବ ଏବଂ ସେମାନେ ମଧ୍ୟ ରାଇମତୀଙ୍କ ଭଳି କହିପାରିବେ ମୁଇଁ ପାଠ ପଢିନି ଆଜ୍ଞା ମାତ୍ର ମାଣ୍ଡିଆ ପାଠ ଭଲ ପଢିଛି।

ସହକାରୀ ପ୍ରଫେସର, ବିକ୍ରମ ଦେବ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର
ମୋ: ୭୦୦୮୨୮୩୦୫୫

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri