ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସେ ଭାରତର ବୀରତ୍ୱ ଓ ବିକାଶର କଥା କହିଛନ୍ତି। ତେବେ ଭାଷଣ ବେଳେ ସେ ବ୍ୟବହାର କରିଥିବା ଦୁଇଟି ଶବ୍ଦ ‘ଦିମାଗି ନକ୍ସଲ’କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ହିନ୍ଦୀରେ ‘ଦିମାଗ’ ଅର୍ଥ ବୁଦ୍ଧି ଓ ‘ନକ୍ସଲ’ ଶବ୍ଦର ମାନେ ହେଉଛି ଗଣତାନ୍ତ୍ରିକ ପଦ୍ଧତିକୁ ଆପଣାଇଥିବା ଭାରତୀୟ ବାମପନ୍ଥୀ, ଯେଉଁମାନେ ସାମାଜିକ ନ୍ୟାୟ, ଜମି ଉପରେ ଅଧିକାର, ଆଦିବାସୀଙ୍କ ମଙ୍ଗଳ ଭଳି ବିଷୟ ସକାଶେ ଲଢ଼ନ୍ତି ଏବଂ ଦେଶର ପ୍ରଚଳିତ ଆଇନକୁ ଭିନ୍ନ ଭାବେ ଦେଖିଥାଆନ୍ତି। ପ୍ରଧାନମନ୍ତ୍ରୀ ଏଭଳି ଦୁଇଟି ଶବ୍ଦ ବ୍ୟବହାର କରିବା ଫଳରେ ଅନେକ ଆଲୋଚନା ହେବା ସ୍ବାଭାବିକ। ୮୦ ବର୍ଷର ସ୍ବାଧୀନତା ପରେ ମଧ୍ୟ ଏହି ଦେଶରେ ସାମାଜିକ ନ୍ୟାୟ ଏବଂ ଆଦିବାସୀଙ୍କ ମଙ୍ଗଳ କାହିଁକି ସମସ୍ୟା ହୋଇ ରହିଛି ତାହା ବୁଝିବା କଷ୍ଟକର ନୁହେଁ। ଯେଉଁ ଦଳର ସରକାର ଯେତେବେଳେ ଭାରତକୁ ଶାସନ କରୁଛନ୍ତି ସେତେବେଳେ ସେମାନେ, ନିଜର କ୍ଷମତାକୁ ଜାହିର କରିବା ପାଇଁ, ଦେଶରେ ଥିବା ବିଭେଦକୁ ଅଧିକ ଗଭୀର କରାଇବା ସକାଶେ ଚେଷ୍ଟା କରୁଛନ୍ତି। ଆଜି ଯେଉଁମାନେ ଶାସନ ଗାଦିରେ ବସିଛନ୍ତି ସେମାନେ ପ୍ରଥମେ ଦଳିତ ଏବଂ ଦ୍ୱିତୀୟରେ ସଂଖ୍ୟାଲଘୁଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରି ଭୋଟ ପାଇବାରେ ସଫଳତା ହାସଲ କରିପାରିଛନ୍ତି। ଅନୁରୂପ ଭାବେ ପୂର୍ବରୁ କଂଗ୍ରେସ, ମୁଲାୟମ ସିଂଙ୍କ ସମାଜବାଦୀ ପାର୍ଟି, ଦକ୍ଷିଣର ଦ୍ରାବିଡ ଦଳ, ଲାଲୁଙ୍କ ଦଳ ଭଳି ଅନେକ ଛୋଟବଡ଼ ରାଜନୈତିକ ଗୋଷ୍ଠୀ ନିଜର ରାଜନୈତିକ ସଫଳତା ପାଇଁ ଧର୍ମନିରପେକ୍ଷତା କହି ଅନେକ ଦଶନ୍ଧି ମଧ୍ୟରେ ସଂଖ୍ୟାଲଘୁଙ୍କୁ ତୁଷ୍ଟ କରିଥିବା ହେତୁ ଦେଶର ଏବଂ ଭାରତୀୟ ସମାଜର ଭାରସାମ୍ୟରେ ଉନ୍ନତି ଘଟିନାହିଁ। ଯେଉଁମାନେ ଭୋଟ ଦେଇଛନ୍ତି ସେହି ସାଧାରଣ ନାଗରିକ ପରବର୍ତ୍ତୀ ସମୟରେ ପ୍ରଶ୍ନକରିବା ଛାଡ଼ିଦେଇ ସମ୍ପୂର୍ଣ୍ଣ ଭାବେ ଅନ୍ଧ ସମର୍ଥକ ପାଲଟି ଯାଉଥିବାର ଲକ୍ଷ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ଭାରତକୁ ଟାଣିଆଣି ପକାଇ ଦିଆଗଲାଣି ଯେଉଁଥିରେ ଅଳ୍ପ କିଛି ଧନୀ ଲୋକ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ, ତାଙ୍କ ସହିତ ମିଶିକରି ରହିଥିବା ରାଜନେତା ଦୀର୍ଘ ସମୟ ଶାସନ ଗାଦିରେ ବସିରହୁଛନ୍ତି। ଦୀର୍ଘ ଶାସନ ସମୟ ‘କାଳ’ ପାଲଟିଯାଉଛି। ଏହି ନକାରାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସମ୍ବିଧାନର ପ୍ରଣେତାମାନେ ପ୍ରତ୍ୟେକ ୫ ବର୍ଷରେ ନିର୍ବାଚନ କରାଇବାକୁ ମନସ୍ଥ କରିଥିଲେ। ପରବର୍ତ୍ତୀ ସମୟରେ ଆମେ, ଏହି ଦେଶର ସାଧାରଣ ଭୋଟର, ଏହି ମହତ୍‌ ଉଦ୍ଦେଶ୍ୟକୁ ଭୁଲିଗଲୁଣି। ଯେଉଁ ମୁଷ୍ଟିମେୟ ଲୋକ ରାଜନେତାମାନଙ୍କଠାରୁ ବ୍ୟକ୍ତିଗତ ଲାଭ ପାଉଛନ୍ତି କିମ୍ବା ଲାଭର ଆଶା କରୁଛନ୍ତି, ସେହିମାନେ ଅନ୍ଧ ସମର୍ଥକ ପାଲଟି ସାଧାରଣ ଭୋଟରଙ୍କୁ ବାଟବଣା କରିଦେଇ ପାରୁଛନ୍ତି। ଦୀର୍ଘ ଶାସନ ଚଳାଉଥିବା ଗୋଷ୍ଠୀ ବା ବ୍ୟକ୍ତି ସାଧାରଣ ନାଗରିକଙ୍କର ମଙ୍ଗଳ କରିବାର ଦାୟିତ୍ୱକୁ ସହଜରେ ପାସୋରି ଯାଉଛନ୍ତି।
ଏଭଳି ପ୍ରଚ୍ଛଦପଟରେ ବୁଦ୍ଧିମନ୍ତ ନକ୍ସଲଙ୍କର ସାମାଜିକ ଚାହିଦା ସହିତ ଗୁରୁତ୍ୱ ରହିଛି। ଗତାନୁଗତିକ ଭାବେ ସବୁ ଦଳର କର୍ମୀ ସରକାରୀ ଠିକାଦାର, ଡିଲର ଭଳି ସୁବିଧା ଖୋଜୁଥିବା ବେଳେ ତାଙ୍କଠାରୁ ଅଳ୍ପ ଉଚ୍ଚତା ପ୍ରାପ୍ତ ରାଜନୈତିକ ବ୍ୟକ୍ତି ସରପଞ୍ଚ, ବିଧାୟକ କିମ୍ବା ସାଂସଦ ହେବାକୁ ଦଳ ଉପରେ ଚାପ ପକାନ୍ତି। ଏହି ବ୍ୟକ୍ତିଗତ ସୁବିଧା ଖୋଜୁଥିବା ରାଜନୈତିକ ବ୍ୟକ୍ତିଙ୍କଠାରୁ ଭିନ୍ନ ହେବାକୁ ହେଲେ ବୁଦ୍ଧି ସହିତ ମୌଳିକ ପରିବର୍ତ୍ତନ ଖୋଜିବାର ପ୍ରୟାସ କରୁଥିବା ନାଗରିକଙ୍କୁ ସ୍ବାଭାବିକ ଭାବେ କ୍ଷମତାସୀନ ବ୍ୟକ୍ତି ଭୟ କରିଥାନ୍ତି। ଦିମାଗି ନକ୍ସଲ ଭଳି ଦୁଇଟି ଶବ୍ଦ ବ୍ୟବହାର କରିବା ଫଳରେ ଏକ ବିରାଟକାୟ ଲୁକ୍କାୟିତ ଭୟ ସୃଷ୍ଟି ହେଲାଣି ବୋଲି ମନେହେଉଛି। ଭୟ ସୃଷ୍ଟି ହେଲେ କ୍ଷମତାସୀନ ଶକ୍ତି ସେହି କ୍ଷମତାକୁ ଅପବ୍ୟବହାର କରି ପରିବର୍ତ୍ତନର ସ୍ରୋତକୁ କଳେ ବଳେ କୌଶଳେ ମାରିଦେବାକୁ ଚେଷ୍ଟା କରେ। ଅପରପଟେ ଯଦି ସେହି ଶକ୍ତି ଦେଶର ମଙ୍ଗଳ କରିବା ପାଇଁ ଇଚ୍ଛୁକ ଥାଏ, ତେବେ ନିଜର ଦୋଷ ତ୍ରୁଟି ସଂଶୋଧନ କରିବା ପାଇଁ ଚେଷ୍ଟିତ ହୋଇପଡ଼େ। ଗଣତାନ୍ତ୍ରିକ ଇତିହାସ ଦେଖିଲେ ଅଧିକାଂଶ ସମୟରେ ଶାସକଙ୍କ ପ୍ରତିକ୍ରିୟା ପ୍ରଥମ ବାଟକୁ ଧରି ପରିବର୍ତ୍ତନ ଦାବି କରୁଥିବା ସ୍ବରକୁ ଦମନ କରନ୍ତି। ଏହାର ଉଦାହରଣ ଭାରତ ସମେତ ପୃଥିବୀର ଅନେକ ଦେଶରେ ଦେଖିବାକୁ ମିଳୁଛି। ଯୁବଶକ୍ତିର ଚିନ୍ତାଧାରାକୁ ବୁଝିବା କଷ୍ଟକର ହେଉଥିବା ହେତୁ ଏହି ଗତାନୁଗତିକ ରାଜନୈତିକ ଶକ୍ତି ସେହିଭଳି ଗତାନୁଗତିକ ବିରୋଧକୁ ପସନ୍ଦ କରିଥାଏ। କିନ୍ତୁ ସମ୍ବର ପରିବର୍ତ୍ତେ ଡାଲ୍‌ମା ମିଳିଗଲେ ସେହି ଶକ୍ତିର ବୁଦ୍ଧି ହଜିଯାଏ।
ଆଜି ହେଉଛି ରିଲ୍‌ ସୃଷ୍ଟିକର୍ତ୍ତାଙ୍କ ଯୁଗ। ସାଧାରଣ ରାଜନେତା ଏହି ଯୁବପିଢ଼ିକୁ ବୁଝିବାରେ ଅକ୍ଷମ। ପୂର୍ବରୁ ଦେଖୁଥିଲୁ ପୋଲିସ ଲାଠିମାଡ଼ରେ ଆନ୍ଦୋଳନକାରୀ ଛିନ୍‌ଛତ୍ର ହୋଇ ଦୌଡୁଥିଲେ। ଏବେ ଅଳ୍ପବୟସ୍କ ଝିଅମାନେ ପ୍ରଶ୍ନ କରୁଛନ୍ତି ‘ଅଙ୍କଲ ଆଉ ମାରିବେ କି’। ଯନ୍ତରମନ୍ତର ଭିଡିଓ ଦେଖିଲେ ଝିଅପୁଅଙ୍କୁ ପୋଲିସ ଲାଠିମାଡ଼ କରୁଥିବା ସତ୍ତ୍ୱେ ସେମାନେ ପ୍ରାୟ ଦୌଡୁ ନ ଥିଲେ। ଅସ୍ତ୍ରଧାରୀ ନକ୍ସଲଙ୍କ ଯୁଗ ହୁଏତ ଗଲାଣି। ଏହି ଯୁବପିଢ଼ି ବୁଦ୍ଧିକୁ ଅସ୍ତ୍ର କଲେଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?