ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତ ବିନିମୟ କରିବା ପାଇଁ ଆୟୋଜିତ ଏହି ଉଚ୍ଚସ୍ତରୀୟ ସମ୍ମିଳନୀରେ ଭାରତର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଅଧ୍ୟକ୍ଷତା କରିଥିଲେ। ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ବୁଣାକାର, ହସ୍ତଶିଳ୍ପୀ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କଳାକାର, ସନ୍ଥ କବୀର ପୁରସ୍କାରପ୍ରାପ୍ତ ବୁଣାକାର, ଡିଜାଇନର ଓ ଉଦ୍ୟୋଗୀମାନଙ୍କୁ ଏହି ସମ୍ମିଳନୀରେ ଆମନ୍ତ୍ରଣ କରାଯାଇଥିଲା। ସେମାନଙ୍କର ଅନୁଭବ, ପରାମର୍ଶ ଓ ଭାବନା ଆଧାରରେ ଦେଶର ହସ୍ତତନ୍ତ୍ର ଶିଳ୍ପକୁ ଆହୁରି ସୁଦୃଢ଼ କରିବା ସହ ଏହି କ୍ଷେତ୍ରର ଉନ୍ନତି ପାଇଁ ଆଗାମୀ ଦିନର ଯୋଜନା ଓ ନୀତି ପ୍ରଣୟନ କରିବା ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସମ୍ମିଳନୀରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ବରଗଡ଼ ଜିଲାର ପ୍ରସିଦ୍ଧ ବୁଣକାର ତଥା ସନ୍ଥ କବୀର ପୁରସ୍କାରପ୍ରାପ୍ତ ରାମକୃଷ୍ଣ ମେହେର ଯୋଗଦେବା ସୁଯୋଗ ପାଇଥିଲେ।

ଭୁବନେଶ୍ୱରସ୍ଥିତ ବୁଣାକାର ସେବା କେନ୍ଦ୍ର ପକ୍ଷରୁ ତାଙ୍କୁ ଏହି ଆଲୋଚନା ସଭାରେ ଯୋଗଦାନ ପାଇଁ ଆମନ୍ତ୍ରଣ କରାଯାଇଥିଲା। ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅନୁଭୂତି, ସମ୍ବଲପୁରୀ ଶାଢ଼ୀର ପ୍ରଚାର, ପ୍ରସାର ଓ ବୁଣକାର ସମାଜ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଯୋଗଦେଇ ମେହେର ସର୍ବଭାରତୀୟ ସ୍ତରରେ ହସ୍ତତନ୍ତ କ୍ଷେତ୍ରର ବର୍ତ୍ତମାନ ସମସ୍ୟା ଓ ବୁଣାକାର ମାନଙ୍କ ସ୍ଥିତି ସମ୍ପର୍କରେ ନିଜର ମତାମତ ରଖିଥିଲେ। ବୁଣାକାରମାନଙ୍କ ଜୀବିକା ସୁରକ୍ଷା ଓ ଆୟ ବୃଦ୍ଧି, ହସ୍ତତନ୍ତର ବଜାର ବିସ୍ତାର, ଆଧୁନିକ ଡିଜାଇନ ଓ ରଙ୍ଗରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା, ଡିଜିଟାଲ୍ ମାଧ୍ୟମରେ ବଜାର ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ୀଙ୍କୁ ଏହି ପେଶା ପ୍ରତି ଆକର୍ଷିତ କରିବା ପାଇଁ ଯଥୋଚିତ ଯୋଜନା ଗଠନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେ ବସ୍ତ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ମେହେର ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସିଂଙ୍କୁ ଓଡିଶାର ବୁଣାକାର ହବ୍ ରୂପେ ପରିଚିତ ବରଗଡ଼କୁ ଆସି ଭାରତୀୟ ହସ୍ତଶିଳ୍ପ ପ୍ରଯୁକ୍ତି ପ୍ରତିଷ୍ଠାନ( ଆଇଆଇଏଚଟି) ଏବଂ ବାଲିଯୋରୀ ବୁଣାକାର ବଜ଼ାର ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ବୋଲି ମେହେର କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?