Posted inଫୁରସତ

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନ

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିସଂଖ୍ୟାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଭାରତରେ ପ୍ରତିବର୍ଷ ୨୯ ଜୁନ୍‌ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହିଦିନ କିମ୍ବଦନ୍ତୀ ଭାରତୀୟ ପରିସଂଖ୍ୟାନ ବିଶେଷଜ୍ଞ ପି.ସି. ମାହାଲାନୋବିସଙ୍କ ଜନ୍ମ ଦିବସକୁ ସ୍ମରଣ କରିଥାଏ। ପ୍ରତିବର୍ଷ ଜାତୀୟ ପରିସଂଖ୍ୟାନ ଦିବସରେ ଭାରତ ସରକାର ଏହି ଦିନ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି।
ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରଥମେ ୨୦୦୭ରେ ପାଳନ କରାଯାଇଥିଲା। ଏନେଇ ୫ ଜୁନ୍‌ ୨୦୦୭ରେ ଇଣ୍ଡିଆନ ଗେଜେଟରେ ଏକ ଘୋଷଣା ପ୍ରକାଶ ପାଇଲା। ସେବେଠାରୁ ସାମାଜିକ ଉନ୍ନତି ପାଇଁ ସରକାରୀ ପରିସଂଖ୍ୟାନର ମହତ୍ତ୍ୱ ବିଷୟରେ ଜନସାଧାରଣଙ୍କ ଲାଗି ସଚେତନତା ସୃଷ୍ଟି କରିବା ପାଇଁ ପରିସଂଖ୍ୟାନ ଦିବସରେ ସେମିନାର, ଆଲୋଚନାଚକ୍ର, ବିତର୍କ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।
ସରକାର ପରିସଂଖ୍ୟାନକୁ ସମ୍ମାନ ଦେବା ପାଇଁ ମାହାଲାନୋବିସଙ୍କ ଜନ୍ମଦିନକୁ ଚୟନ କରିଥିଲେ। ଜାତୀୟ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ହେଉଛି ଭାରତର ଅର୍ଥନୈତିକ ଯୋଜନାରେ ଅବଦାନ ପାଇଁ ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମାହାଲାନୋବିସଙ୍କୁ ସମ୍ମାନିତ କରିବା।
ଜାତୀୟ ପରିସଂଖ୍ୟାନ ଦିବସରେ ପରିସଂଖ୍ୟାନ ଶିକ୍ଷାକୁ ଆଗକୁ ବଢ଼ାଇବା ଏବଂ ଏହାର ମହତ୍ତ୍ୱ ପ୍ରତି ଧ୍ୟାନ ଦେବା ପାଇଁ ଭାରତ ସରକାର ଏହି କାର୍ଯ୍ୟକ୍ରମଗୁଡିକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି।
ପରିସଂଖ୍ୟାନ ଦିବସ ସମସାମୟିକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଥିମ ସହିତ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ହେଉଛି ‘ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ନଜର ରଖିବା ପାଇଁ ଜାତୀୟ ସୂଚକ ଫ୍ରେମୱାର୍କ ସହିତ ରାଜ୍ୟ ସୂଚକ ଫ୍ରେମୱାର୍କର ସହଯୋଗିତା’(ଆଲାଇନମେଣ୍ଟ ଅଫ ଷ୍ଟେଟ ଇଣ୍ଡିକେଟର ଫ୍ରେମଓ୍ବାର୍କ ଓ୍ବିଥ୍‌ ନ୍ୟାଶନାଲ ଇଣ୍ଡିକେଟର ଫ୍ରେମଓ୍ବାର୍କ ଫର ମନିଟରିଂ ସସଷ୍ଟେନବୁଲ ଡେଭଲପମେଣ୍ଟ ଗୋଲସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?