ଜାତୀୟ ମାନ୍ୟତା ବନାମ ପାଇକ ବିଦ୍ରୋହ

ବିପିନ ବିହାରୀ ମହାନ୍ତି

୧୮୫୭ ମାର୍ଚ୍ଚ ୨୯ରେ ଇଂରେଜମାନଙ୍କ ବିରୋଧରେ ଏକ ବିଦ୍ରୋହ ଅଗ୍ନିର ମହାବିସ୍ଫୋରଣ ହେଲା, ଯାହାକୁ ଇଂରେଜ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ନାମରେ ନାମିତ କରିଛନ୍ତି। କିନ୍ତୁ ପ୍ରକୃତପକ୍ଷେ ଏଥିରେ ଭାରତର ସିପାହୀମାନେ ନେତୃତ୍ୱ ଗ୍ରହଣ କରି ନ ଥିଲେ। ତାଙ୍କର ମଧ୍ୟ କେହି ଖ୍ୟାତନାମା ସିପାହୀ ବିଦ୍ରୋହ କରି ନ ଥିଲେ। ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈ, ଦିଲ୍ଲୀର ନାମମାତ୍ର ସମ୍ରାଟ୍‌ ବାହାଦୂର ଶାହ, ମରହଟ୍ଟା ନେତା ଦାଦା ସାହେବ ଓ ତାନ୍ତିଆ ଟୋପେ ପ୍ରମୁଖ ଏ ସଂଗ୍ରାମ ପରିଚାଳନା କରି ନ ଥିଲେ କି ସେମାନେ ବି ସିପାହୀ ନଥିଲେ। ଏତଦ୍‌ଭିନ୍ନ ଏଥିରେ ସିପାହୀ ଯେତିକି ସଂଖ୍ୟକ ଯୋଗ ଦେଇନଥିଲେ, ତା’ଠାରୁ ଅଧିକ ଦେଶବାସୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ। ଏଣୁ ଯଥାର୍ଥରେ କେବଳ ସିପାହୀ ବିଦ୍ରୋହ ନଥିଲା। ବରଂ ଇଂରେଜ ବିରୋଧରେ ଏହାକୁ ଭାରତୀୟମାନଙ୍କର ମହାସଂଗ୍ରାମର ଅୟମାରମ୍ଭ କୁହାଯାଇପାରିଥା’ନ୍ତା। ଅଥଚ ସେ କାଳର ବିଖ୍ୟାତ ଇଂରେଜ ଶାସନକର୍ତ୍ତା ସାର୍‌ ଜନ୍‌ ଲରେନ୍ସ ଏବଂ ବିଶିଷ୍ଟ ଐତିହାସିକ ସାର୍‌ ଜନ୍‌ ଉଇଲିୟମ୍‌ କେ’ ଏ ବିଦ୍ରୋହକୁ ଯଥାକ୍ରମେ ‘ସିପାହୀ ବିଦ୍ରୋହ’ ଓ ‘ସିପାହୀ ଯୁଦ୍ଧ’ ବୋଲି ନାମିତ କରିଛନ୍ତି। ସେମାନେ କେବେହେଲେ ଏହାକୁ ଭାରତୀୟ ମୁକ୍ତସଂଗ୍ରାମର ପ୍ରଥମ ପାହାଚ ବୋଲି ଉଲ୍ଲେଖ କରିନାହାନ୍ତି। ତାଙ୍କର ଏ ମତକୁ ଅନ୍ୟାନ୍ୟ ଇଂରେଜ ଐତିହାସିକମାନେ ମଧ୍ୟ ଗ୍ରହଣ କରି ନେଇଛନ୍ତି।
ଭାରତର କେତେକ ଜାତୀୟବାଦୀ ଐତିହାସିକ ଏହି ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଅଭିହିତ କରନ୍ତି। ଏହା ସ୍ବାଧୀନତାର ଯୁଦ୍ଧ ନ ଥିଲା। ବିଦ୍ରୋହର ନେତାମାନଙ୍କର ବ୍ୟକ୍ତିଗତ କ୍ରୋଧଥିଲା ସେମାନଙ୍କର ବିଦ୍ରୋହର କାରଣ, ଜାତୀୟ ଜାଗରଣ ନୁହେଁ। ଏ ସଂଗ୍ରାମ ଆକସ୍ମିକ ଥିଲା ଏବଂ ଆକସ୍ମିକ ଭାବେ ଚାଲିଗଲା। ଏହା କ୍ଷଣିକ ଥିଲେ ବି ବ୍ରିଟିଶ୍‌ ବିରୋଧରେ ଏକ ମହାସଂଗ୍ରାମ ବୋଲି କହିପାରିବା। କିନ୍ତୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହିପାରିବା ନାହିଁ। ତଥାକଥିତ ଏହି ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ରେ ହୋଇଥିଲା ଓଡି଼ଶାର ପାଇକ ବିଦ୍ରୋହ। ଏହି ସଂଗ୍ରାମର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ରାଜାଙ୍କର ବକ୍ସି (ସେନାପତି) ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ଏହାର ପରିବ୍ୟାପ୍ତ ଥିଲା ମୋଗଲବନ୍ଦୀ ଉପକୂଳ ଅଞ୍ଚଳରୁ କୁଜଙ୍ଗଠାରୁ ସୁଦୂର ଗଞ୍ଜାମ ସହ ଆଠଗଡ଼, ରେଢ଼ାଖୋଲ ଓ ସୁଦୂର ଘୁମୁସର ପର୍ଯ୍ୟନ୍ତ। ତେବେ ଇଂରେଜ ବିରୋଧରେ ବିରୁଦ୍ଧାଚରଣ କରିବାର କିଛି କାରଣ ବି ଥିଲା।
ପ୍ରଥମତଃ : ପୂର୍ବେ ଓଡ଼ିଶାର ରାଜାମାନେ ପାଇକମାନଙ୍କୁ ନିଜର ଜମି ଭୋଗ କରିବା ପାଇଁ ଦେଇଥିଲେ। ପାଇକ ଦଳପତିମାନଙ୍କର ଜାଗିର ଥିଲା। ସ୍ବାଧୀନତା ହରାଇବା ପରେ ପାଇକମାନେ ଏଥିରୁ ବଞ୍ଚତ୍ତ ହୋଇଗଲେ। ସେମାନେ ରାଜାମାନଙ୍କ ପାଇକ (ସୈନିକ) ଓ ନିଜ ବୃତ୍ତି ପାଇଁ କୃଷକ ଥିଲେ। ଏହାଦ୍ୱାରା ତାଙ୍କ ବୃତ୍ତି ଓ ରାଜା ପ୍ରଦତ୍ତ ନିଷ୍କର ଜମି ବି ଗଲା। ଦ୍ୱିତୀୟତଃ : ବ୍ରିଟିଶ୍‌ ସରକାରଙ୍କର ଭୂ-ରାଜସ୍ବ ନୀତି ଯୋଗୁଁ ଓଡି଼ଶା କୃଷକଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିଲା ଏବଂ ନିଜସ୍ବ ଆୟ ବୃଦ୍ଧି ପାଇଁ ଇଂରେଜ ସରକାର ବାରମ୍ବାର ବନ୍ଦୋବସ୍ତ କରାଇ କର ବୃଦ୍ଧି କରୁଥିଲେ। ତୃତୀୟତଃ : ଓଡ଼ିଶାର ପୁରାତନ ଜମିଦାର ବଂଶଗୁଡ଼ିକ ବ୍ରିଟିଶ୍‌ ରାଜସ୍ବ ନୀତି ବଳରେ ଲୋପ ପାଇବାକୁ ବସିଲେ। ଏମିତିକି ଯେଉଁ ଜମିଦାରମାନେ ରାଜସ୍ବ ଦେଇ ପାରୁନଥିଲେ, ତାଙ୍କ ଜମିଜମାକୁ କଲିକତାଠାରେ ନିଲାମ କରିଦେଉଥିଲେ। ଚତୁର୍ଥତଃ: ବ୍ରିଟିଶ୍‌ରାଜ ପୂର୍ବରୁ ଓଡ଼ିଶାର ଉପକୂଳବାସୀମାନେ ଲୁଣମାରି ବିକି ପେଟ ପୋଷୁଥିଲେ। ବ୍ରିଟିଶ୍‌ ସରକାର ତାଙ୍କର ବୃତ୍ତି ବନ୍ଦ କରିଦେଲେ। ପଞ୍ଚମତଃ : ଇଂରେଜ ଶାସନକୁ ଯିବା ପୂର୍ବରୁ ଓଡ଼ିଶାର ପ୍ରଜାମାନେ ରାଜା ଓ ଜମିଦାରମାନଙ୍କୁ ଶସ୍ୟ ଓ ଜିଜିଆକର ରାଜସ୍ବ ପ୍ରଦାନ କରୁଥିଲେ। ଇଂରେଜ ସରକାର ମୁଦ୍ରା ପ୍ରଚଳନ ଫଳରେ ସେମାନେ କଉଡ଼ି ଓ ଶସ୍ୟ ପରିବର୍ତ୍ତେ ଟଙ୍କା ଆକାରରେ ଖଜଣା ଦାବି କଲେ। ଏଥିରେ କୃଷକମାନେ ଅସୁବିଧାରେ ପଡ଼ିଲେ ଓ ତାଙ୍କର କ୍ଷତି ହେଲା। ଷଷ୍ଠତଃ : ଉପରୋକ୍ତ କାରଣଗୁଡ଼ିକ ନେଇ ଗଭୀର ଜନ ଅସନ୍ତୋଷ ବଢ଼ି ଯାଇଥିଲା ବେଳେ ସେମାନଙ୍କ ବିଦ୍ରୋହର ନେତୃତ୍ୱ ନେବା ପାଇଁ ଜଣେ ନେତା ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ, ଯିଏକି ଖୋର୍ଦ୍ଧା ରାଜାଙ୍କର ସେନାନାୟକ ଆବିର୍ଭାବ ହେଲେ। ସପ୍ତମତଃ : ଖୋର୍ଦ୍ଧାଠାରେ ବକ୍ସି ଜଗବନ୍ଧୁ ପାଇକ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗଞ୍ଜାମ ଅଞ୍ଚଳରେ ବିଶେଷତଃ ଘୁମୁସର ଇଲାକାର କନ୍ଧମାନେ ହଠାତ୍‌ ବିଦ୍ରୋହ ଘୋଷଣା କରି ଇଂରେଜ ସରକାରଙ୍କ ବିରୋଧରେ ଅସ୍ତ୍ର ଧାରଣ କଲେ ଏବଂ ସେଠାରୁ ୪୦୦ କନ୍ଧ ସଂଗ୍ରାମୀ ଖୋର୍ଦ୍ଧା ଆସି ପାଇକମାନଙ୍କ ସହ ସାମିଲ ହେଲେ।
ବାଣପୁରରୁ ଆରମ୍ଭ ହେଲା ଏକ ଆନ୍ଦୋଳନ। ତା’ପରେ ଚିଲିକା କୂଳରେ ଲୁଣ୍ଠନ ହେଲା ସରକାରୀ ଲୁଣ ଗୋଦାମ। ପରେ ପରେ ଥରାଇଲା ଖୋର୍ଦ୍ଧା। ଅନୁରୂପ ଦମନକାରୀମାନେ ଦଖଲ କଲେ ସମଗ୍ର ସହର ଓ ରାଜକୋଷ ଲୁଣ୍ଠନ କଲେ। କ୍ରମଶଃ ପିପିଲି ଓ ପୁରୀ ବିଦ୍ରୋହର ତରିକା ଏକ। ଠିକ୍‌ ଏତିକିବେଳେ ପୁରୀର ରାଜା ୨ୟ ମୁକୁନ୍ଦଦେବ ପାଇକମାନଙ୍କ ସହ ଏ ବିଦ୍ରୋହରେ ଯୋଗ ଦେଲେ। ଏଥୁଅନ୍ତେ କଟକର ସାରଙ୍ଗଗଡ଼। ସଂଗ୍ରାମ ବ୍ୟାପକ ହେଲା। କନିକା ଓ କୁଜଙ୍ଗ ରାଜାମାନେ ଖୋର୍ଦ୍ଧା ପାଇକଙ୍କୁ ସାହାଯ୍ୟ କଲେ। ସେଠି ମଧ୍ୟ ବିଦ୍ରୋହ ପ୍ରବଳ ହେଲା। ସରକାର ତାଙ୍କ ଦମନଲୀଳା ଚଳାଇଥା’ନ୍ତି। ସବୁ ସତ୍ତ୍ୱେ ପୁରୀ ରାଜା ବନ୍ଦୀ ହେଲେ। ବକ୍ସି ଜଗବନ୍ଧୁ କିଛିଦିନ ଆମତ୍ଗୋପନ ପରେ ୧୮୨୫ରେ ବନ୍ଦୀ ହେଲେ। ୧୮୨୯ ରେ ତାଙ୍କର ମୃତ୍ୟୁ ହେଲା। ଏ ସଂଗ୍ରାମ ୧୮୫୭ ମସିହା ସଂଗ୍ରାମ ପରି ହଠାତ୍‌ ଏବଂ କ୍ଷଣିକ ନଥିଲା। ଏ ସଂଗ୍ରାମ ଆରମ୍ଭ ହେଲା ୧୮୧୭ରେ ଏବଂ ସରିଲା ୧୮୨୫ରେ।
୧୮୧୭ର ସଂଗ୍ରାମ ସଂପୂର୍ଣ୍ଣ ଭାବରେ ଥିଲା ଜାତୀୟ ପ୍ରେମର ବହ୍ନି, ଯେଉଁଥିରେ ଆମର ନେତା ଜୟୀ ରାଜଗୁରୁ (ପ୍ରଥମ ଶହୀଦ), ସଚ୍ଚିଦାନନ୍ଦ ପଟ୍ଟନାୟକ, ଗୋପାଳ ଛୋଟରାୟ, ବିଷ୍ଣୁ ପାଇକରାୟ, ରାମ ସେଠୀ, ନାଥୁ ପ୍ରଧାନ, ନରସିଂହ, ପିଣ୍ଡିକ ବାହୁବଳେନ୍ଦ୍ର ଏବଂ ପର୍ଶୁରାମ ରାଉତରାୟ ପ୍ରମୁଖ ପାଇକ ଏବଂ ଆହୁରି ଅନେକ ଆମତ୍ବଳି ଦେଇଛନ୍ତି। ଏ ସଂଗ୍ରାମ ଖାଲି ଖୋର୍ଦ୍ଧା କି ଓଡି଼ଶା ନୁହେଁ, ପରିବ୍ୟାପ୍ତ ଅଞ୍ଚଳଯାଏଁ ନୂତନ ଜାତୀୟତାବାଦୀ, ସ୍ବାଧୀନତାର ଚେତନା ଓ ବ୍ରିଟିଶ୍‌ ବିରୋଧାମତ୍କ ଭାବଧାରା ସୃଷ୍ଟି କରିଥିଲା, ଯାହାକି ୧୮୫୭ରେ ନ ଥିଲା। ଏହା ବିସ୍ତୃତ ଥିଲାବେଳେ ତାହା ଥିଲା ସଂକୁଚିତ। ଏହା ଦୀର୍ଘସ୍ଥାୟୀ ବେଳେ ତାହା ଥିଲା କ୍ଷଣସ୍ଥାୟୀ। ଅବଶ୍ୟ ଯୁଦ୍ଧର କାରଣଗୁଡ଼ିକ ପ୍ରାୟତଃ ଏକ; କିନ୍ତୁ ଉଦ୍ଦେଶ୍ୟ ଭିନ୍ନ। ଉପରୋକ୍ତ କାରଣଗୁଡ଼ିକ ବିଚାରକଲେ ଅବଶ୍ୟ ସେତେବେଳେ ଏହାର ଗୁରୁତ୍ୱ କେହି ବୁଝି ନ ଥିଲେ। ୧୮୧୭ ମସିହା ପାଇକ ବିଦ୍ରୋହର ଦୀର୍ଘ ୨୦୦ ବର୍ଷ ପରେ ଖାଲି ଓଡି଼ଶା ନୁହେଁ, ଜାତୀୟ ସ୍ତରରେ ଏହାକୁ ସମସ୍ତେ ଉପଲବ୍‌ଧି କଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଯିଏକି ବରୁଣେଇ ତଳେ ପାଇକ ସ୍ମୃତିର ଶିଳାନ୍ୟାସ କରିଛନ୍ତି, ସେମାନେ ଏହାକୁ ଜାତୀୟ ମାନ୍ୟତା ”ସ୍ବାଧୀନତା ସଂଗ୍ରାମର ପ୍ରଥମ ପାହାଚ ୧୮୧୭“ ବୋଲି ଏକପ୍ରକାର ସ୍ବୀକୃତି ଦେଇସାରିଛନ୍ତି ଏବଂ ଯାହା ଏକ ସକାରାମତ୍କ ମତ ଓ ସଂସଦରେ ଗୃହୀତ ହେବା କଥା। ଅଥଚ ସେଠି ବର୍ତ୍ତମାନର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କ୍ରିଷ୍ଣା ରେଡ୍ଡୀ ନକାରାମତ୍କ ମତ ଦେଇଛନ୍ତି। ଇତିହାସରୁ ଦୁଇଟିଯାକ ସଂଗ୍ରାମର ତୁଳନାମତ୍କ ବିଚାର କରାଯାଉ ଏବଂ ମତ ରଖାଯାଉ ଯେ ପ୍ରକୃତରେ ସ୍ବାଧୀନତା ସଂଗ୍ରାମର ପ୍ରଥମ ସ୍ମାରକୀ କିଏ?
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା
ମୋ: ୯୯୩୮୩୪୪୧୩୮


Enter your email to get our daily news in your inbox.

All Right Reserved By Dharitri.Com

ନିରର୍ଥକ ହେଉଛି ଜନଶୁଣାଣି

ଦେବ ରଞ୍ଜନ ଆଜି ଓଡିଶାବାସୀ ଯେଉଁ ସବୁ ଦୁର୍ବିପାକର ସାମ୍ନା କରୁଛନ୍ତି ତାହା କଦାପି ପ୍ରକୃତିଜନିତ ନୁହେଁ ବରଂ କ୍ଷମତାରେ ଥିବା ମଣିଷକୃତ। ପ୍ରକୃତି ଓ...

ମୁଣ୍ଡକୁ ଉଠିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଆଣ୍ଡ୍‌ ଅପିଲ୍‌’କୁ ଶୁଭାରମ୍ଭ କରିଥିଲେ। ସେତିକିବେଳେ ସେ କହିଥିଲେ ଯେ,...

ନୂଆ ଧାରା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନନୀପୁର ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବେଶ୍‌ ଉତ୍ସାହିତ ତଥା ଅଶ୍ୱସ୍ତ ଅଛନ୍ତି। ଏହା ତାଙ୍କ...

ଏଇ ଭାରତରେ

ଇବାଇକ୍‌ ଥରେ ଚାର୍ଚ୍ଚ ହେଲେ ୮୦କି.ମି. ଯାଉଛି। ଏହାଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଇ-ବାଇକ୍‌ ନିର୍ମାଣ କରିଛନ୍ତି ଦୁଇଜଣ ସ୍କୁଲ୍‌ ସାଥୀ ରଘୁ...

ଏଇ ଭାରତରେ

ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର...

ଅଣ୍ଡା ଦେଖିଲେ ଡର ମାଡୁଛି

ଲଳିତେନ୍ଦୁ ପଲାଉରୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି...

କଳା ଗୋରା

ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ଙ୍କୁ ୨୬ ଜୁନ୍‌ରେ ମିନେସୋଟା କୋର୍ଟ ୨୨ ବର୍ଷ ୫...

ର଼୍ୟାଗିଂ ରୋଗ

କୋଭିଡ୍‌-୧୯ ମହାମାରୀ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଥିବାବେଳେ ଶିକ୍ଷାଦାନ ପ୍ରକ୍ରିୟାକୁ ତଳିତଳାନ୍ତ କରିଦେଇଛି। ଅନ୍‌ଲାଇନ ଶିକ୍ଷାଦାନ ଅନେକାଂଶରେ ଏହାକୁ ସୁଧାରିବାକୁ ପ୍ରୟାସ କରିଛି ସତ, ହେଲେ...

Advertisement
Archives

Model This Week