ବାବୁସାନ୍‌ଙ୍କ ବିଦ୍ୟାରାଣ

ଓଡ଼ିଆ ସିନେମାଜଗତର ଅନ୍ୟତମ ନାମୀ ବ୍ୟାନର ବ୍ରଜରାଜ ମୁଭିଜ ଦ୍ୱାରା ପ୍ରସ୍ତୁତ ‘ରୋମିଓ ଦ ଲଭରବୟ’ରୁ ବାବୁସାନ୍‌ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ଏବେ ତାଙ୍କର ବିଦ୍ୟାରାଣକୁ ନେଇ ଚର୍ଚ୍ଚା। ସେ କାହିଁକି ଏହି ରାଣ ପକାଇଲେ, ଆଉ ତା’ ପଛରେ କ’ଣ କାରଣ ରହିଛି, ତାହା ଜାଣିବାକୁ ଅନେକଙ୍କ ମନରେ ନିଶ୍ଚୟ ଉତ୍ସୁକତା ପ୍ରକାଶ ପାଇବଣି। ଅସଲ କଥା ହେଲା, ଏହାର ସଂଯୋଗ ରହିଛି ତାଙ୍କର ରିଲ୍‌ ଲାଇଫ୍‌ ସହ। ଅର୍ଥାତ୍‌ ‘ବିଦ୍ୟାରାଣ’ ଟାଇଟଲବିଶିଷ୍ଟ ଓଡ଼ିଆ ସିନେମାରେ ସେ ଅଭିନୟ କରୁଛନ୍ତି। ସିନେମାର ଆଉ ଅଳ୍ପ ପ୍ୟାଚ୍‌-ଅପ୍‌ କାମ ବାକି ଅଛି ଏବଂ ଚଳିତବର୍ଷ ରଜରେ ଫିଲ୍ମଟି ରିଲିଜ ହେବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଜ୍ୟୋତି ଦାସ। କାହାଣୀ ଅନୁସାରେ ଜଣେ ହନୁମାନ ପୂଜକ ବିବାହର ବହୁ ବର୍ଷ ପରେ ପୁତ୍ର ସନ୍ତାନଟିଏ ଲାଭ କରିଛି। ଶ୍ରଦ୍ଧାରେ ସେ ତାହାର ନାମ ରଖିଛି ସିଦ୍ଧ ମହାବୀର। ହେଲେ ବାସ୍ତବରେ ପିଲାଟିର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ଥରେ ପିଲାଦିନେ ସେ ବିଦ୍ୟାରାଣ ପକାଇ ଦେଇଛି। ହେଲେ କ’ଣ ପାଇଁ ସେ ଏପରି କରିଛି ଏବଂ ତାହା ପଛରେ କି ରହସ୍ୟ ଲୁଚି ରହିଛି ସିନେମାଟି ଦେଖିଲେ ଜାଣିପାରିବେ। ତଥ୍ୟ ଫିଲ୍ମସ ବ୍ୟାନରରେ ନିରଞ୍ଜନ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ସଂଳାପ ବାପୁ ଗୋସ୍ବାମୀ ଲେଖିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। ଏଥିରେ ବାବୁସାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଚୁଲ୍‌ବୁଲି ଶିବାନୀ। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଏହାର କାଷ୍ଟିଂରେ ଉତ୍ତମ ମହାନ୍ତି, ଅଭିନବ ସିଂ, ସୁଜିତ ପାଇକରାୟ ଏବଂ ପୁପୁଲ୍‌ ଭୂୟଁା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା।...

ଇଣ୍ଟରନେଟର ପାରା ବଢାଇଲେ ମଲାଇକା

ମୁମ୍ବାଇ: ବଲିଉଡ୍ ହଟ୍ ଦିଭା ମଲାଇକା ଆରୋରା ତାଙ୍କ ଫେଶନ ସେନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏଥର ତାଙ୍କର କିଛି ଫଟୋ ଇଣ୍ଟରନେଟର...

ପୁଣି ଥରେ କମାଲ କରିବେ ଥ୍ରି ଇଡିଅଟ୍‌ ଷ୍ଟାର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଓ ଥ୍ରି ଇଡିଅଟ୍‌ ଷ୍ଟାର କରିନା କପୁର ଖାଁ ପୁଣିଥରେ ଏକାଠି ନଜର ଆସିବେ ବୋଲି ଜଣାପଡିଛି।...

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏମିତି କରିବାକୁ କହିଥିଲେ ସ୍ବାମୀ

୯୦ ଦଶକରେ କପୁର ପରିବାରର ଝିଅ କରିସ୍ମା କପୁର ଶ୍ରେଷ୍ଠ ଅଭିନେତ୍ରୀ ଆଖ୍ୟା ପାଇଥିଲେ। ଯେପର୍ଯ୍ୟନ୍ତ ସେ ବଲିଉଡରେ ଥିଲେ, ପରଦାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।...

କବୀର ସିଂର ଦୁଇ ବର୍ଷ ପରେ ସାହିଦ୍‌ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତା ସାହିଦ କପୁର ଏଯାବତ୍‌ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ  ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର...

ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ହେଲେ କରୋନା ପଜିଟିଭ, ଚିନ୍ତାରେ ଅକ୍ଷୟ, ସାରା, ଧନୁଷ

ମୁମ୍ବାଇ,୩୧ ।୧୨:କରୋନା ଭାଇରସ କବଳରେ ଏବେ ବଲିଉଡ୍ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ । ବହୁ ଚେଷ୍ଟା ପରେ ବି ‘ଅତରଙ୍ଗି ରେ’ର ନିର୍ଦ୍ଦେଶକ ନିଜକୁ...

Advertisement
Archives

Model This Week