ବାବୁସାନ୍‌ଙ୍କ ବିଦ୍ୟାରାଣ

ଓଡ଼ିଆ ସିନେମାଜଗତର ଅନ୍ୟତମ ନାମୀ ବ୍ୟାନର ବ୍ରଜରାଜ ମୁଭିଜ ଦ୍ୱାରା ପ୍ରସ୍ତୁତ ‘ରୋମିଓ ଦ ଲଭରବୟ’ରୁ ବାବୁସାନ୍‌ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ଏବେ ତାଙ୍କର ବିଦ୍ୟାରାଣକୁ ନେଇ ଚର୍ଚ୍ଚା। ସେ କାହିଁକି ଏହି ରାଣ ପକାଇଲେ, ଆଉ ତା’ ପଛରେ କ’ଣ କାରଣ ରହିଛି, ତାହା ଜାଣିବାକୁ ଅନେକଙ୍କ ମନରେ ନିଶ୍ଚୟ ଉତ୍ସୁକତା ପ୍ରକାଶ ପାଇବଣି। ଅସଲ କଥା ହେଲା, ଏହାର ସଂଯୋଗ ରହିଛି ତାଙ୍କର ରିଲ୍‌ ଲାଇଫ୍‌ ସହ। ଅର୍ଥାତ୍‌ ‘ବିଦ୍ୟାରାଣ’ ଟାଇଟଲବିଶିଷ୍ଟ ଓଡ଼ିଆ ସିନେମାରେ ସେ ଅଭିନୟ କରୁଛନ୍ତି। ସିନେମାର ଆଉ ଅଳ୍ପ ପ୍ୟାଚ୍‌-ଅପ୍‌ କାମ ବାକି ଅଛି ଏବଂ ଚଳିତବର୍ଷ ରଜରେ ଫିଲ୍ମଟି ରିଲିଜ ହେବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଜ୍ୟୋତି ଦାସ। କାହାଣୀ ଅନୁସାରେ ଜଣେ ହନୁମାନ ପୂଜକ ବିବାହର ବହୁ ବର୍ଷ ପରେ ପୁତ୍ର ସନ୍ତାନଟିଏ ଲାଭ କରିଛି। ଶ୍ରଦ୍ଧାରେ ସେ ତାହାର ନାମ ରଖିଛି ସିଦ୍ଧ ମହାବୀର। ହେଲେ ବାସ୍ତବରେ ପିଲାଟିର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ଥରେ ପିଲାଦିନେ ସେ ବିଦ୍ୟାରାଣ ପକାଇ ଦେଇଛି। ହେଲେ କ’ଣ ପାଇଁ ସେ ଏପରି କରିଛି ଏବଂ ତାହା ପଛରେ କି ରହସ୍ୟ ଲୁଚି ରହିଛି ସିନେମାଟି ଦେଖିଲେ ଜାଣିପାରିବେ। ତଥ୍ୟ ଫିଲ୍ମସ ବ୍ୟାନରରେ ନିରଞ୍ଜନ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମର ସଂଳାପ ବାପୁ ଗୋସ୍ବାମୀ ଲେଖିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। ଏଥିରେ ବାବୁସାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଚୁଲ୍‌ବୁଲି ଶିବାନୀ। ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଏହାର କାଷ୍ଟିଂରେ ଉତ୍ତମ ମହାନ୍ତି, ଅଭିନବ ସିଂ, ସୁଜିତ ପାଇକରାୟ ଏବଂ ପୁପୁଲ୍‌ ଭୂୟଁା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri