ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ୨୩ ସେନା କୁକୁର ଉପରେ ଏହାର ପରୀକ୍ଷା ସଫଳ ହୋଇଛି। ଟିକାକରଣର ୨୧ ଦିନ ପରେ କୁକୁରମାନଙ୍କଠାରେ କରୋନା ଭୂତାଣୁ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

କୁକୁରମାନଙ୍କ ଉପରେ ସଫଳ ପରୀକ୍ଷଣ ପରେ ଗୁଜୁରାଟର ଜୁନାଗଡର ସକ୍କରବାଗ ପ୍ରାଣୀ ଉଦ୍ୟାନର ୧୫ ସିଂହଙ୍କ ଉପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ଗୁଜୁରାଟ ସରକାରଙ୍କ ଅନୁମତି ପାଇବା ପରେ ଟିକାକରଣ ଆରମ୍ଭ ହେବ। ଏହା ପରେ, ବଜାରରେ ଟିକା ବିକ୍ରି ହେବ। ଫଳରେ ସହଜରେ ପ୍ରାଣୀମାନଙ୍କୁ ମଧ୍ୟ ଟିକା ଦିଆଯାଇପାରିବ।

ଏହି ଟିକା ବିକଶିତ କରିଥିବା ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବୀନ କୁମାର କହିଛନ୍ତି ଯେ କୁକୁର, ବିଲେଇ, ସିଂହ, ଚିତା, ଚିତାବାଘ, ହରିଣ ଭଳି ପ୍ରାଣୀଙ୍କଠାରେ ସାର୍ସ କରୋନା ଭାଇରସ (କୋଭିଡ -୧୯) ଭୂତାଣୁ ଚିହ୍ନଟ ହୋଇଛି। କିଛି ମାସ ପୂର୍ବେ ଚେନ୍ନାଇର ପ୍ରାଣୀ ଉଦ୍ୟାନରେ ଏକ ମୃତ ସିଂହଠାରେ କୋଭିଡ -୧୯ ଭୂତାଣୁ ଚିହ୍ନଟ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ସିଂହଟି କୋଭିଡର ଡେଲ୍‌ଟା ମାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ କୁକୁରମାନଙ୍କରେ ସଫଳ ଏବଂ ପ୍ରଭାବଶାଳୀ ପରୀକ୍ଷଣ ପରେ, ଆମେ ବର୍ତ୍ତମାନ ୫ ଟି ଅଞ୍ଚଳରେ ସିଂହଙ୍କ ଉପରେ କ୍ଲିନିକାଲ ପରୀକ୍ଷା କରିବୁ। ଜୁନାଗଡର ସକ୍କରବାଗ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ଉପରେ ପରୀକ୍ଷା ପାଇଁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି । ଏବେ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଅନୁମତି ମିଳିବା ମାତ୍ରେ ସିଂହମାନଙ୍କ ଉପରେ ପରୀକ୍ଷା ଆରମ୍ଭ ହେବ ବୋଲି ନବୀନ କୁମାର କହିଛନ୍ତି।

ଭୂତାଣୁ ମଣିଷଠାରୁ ପ୍ରାଣୀ ଏବଂ ପରେ ପ୍ରାଣୀମାନଙ୍କଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବାର ବହୁ ତଥ୍ୟ ମିଳିବା ପରେ ପ୍ରାଣୀଙ୍କୁ ଟିକାକରଣ ଊପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ୟଶପାଲ ସିଂ କହିଛନ୍ତି।

କୋଭିଡ -୧୯ ଭୂତାଣୁକୁ ରୋକିବା ପାଇଁ ପ୍ରାଣୀମାନଙ୍କର ଟିକାକରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଏହି ଦିଗରେ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏକ ସକରାତ୍ମକ ପ୍ରୟାସ କରିଛନ୍ତି। ଏହି ସଫଳତା ପାଇଁ ମୁଁ ଅନୁଷ୍ଠାନର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରାଣୀ ବିଭାଗ ଉପ ମହାନିର୍ଦ୍ଦେଶକ ଡକ୍ଟର ବି.ଏନ୍‌, ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?