Posted inଖେଳ

ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୧୧ ଆଥଲେଟ୍‌ଙ୍କୁ ମିଶାଇ ୧୩ ଜଣିଆ ଓଡ଼ିଶା ଦଳ ସୋମବାର ଘୋଷଣା କରାଯାଇଛି। ଆଗାମୀ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଆଥଲେଟ୍‌ମାନେ ହେଲେ ଜୟନ୍ତି ବେହେରା, ଗୋବିନ୍ଦ ଦୁବେ, ପଙ୍କଜ ଭୁଏ, ସ୍ବାଧୀନ ମାହାର, ନିରଞ୍ଜନ ସାହୁ, ସୁଖରାମ ମାଝି, ପୁନିଲ କୁମାର ମାନସିଂ, ଅକ୍ଷୟ କୁମାର ସାହୁ, ନିକଲାସ ପ୍ରଧାନ, ଅନିଲ କୁମାର ପରିନା, ରାଜେଶ ସାହୁ। କୋଚ୍‌: ବିଷ୍ଣୁ ପ୍ରସାଦ ମିଶ୍ର, ମ୍ୟାନେଜର: ବଙ୍କିମ ଚନ୍ଦ୍ର ମହାନ୍ତି। ସୋମବାର ସନ୍ଧ୍ୟାରେ ଓଡ଼ିଶା ଦଳ ବେଙ୍ଗାଲୁରୁ ଯାତ୍ରା କରିଛି। ଏହା ପୂର୍ବରୁ ପାରା ସ୍ପୋଟର୍‌ସ ଆସୋସିଏଶନ ସଭାପତି କମଳାକାନ୍ତ ରଥ, କୋଷାଧ୍ୟକ୍ଷ ସୁନୀଲ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଶୁଭଦର୍ଶିନୀ ବାରିକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହର୍ଶଲଙ୍କ ବୋଲିଂର ଜବାବ ନାହିଁ

ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ...

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ...

୧୦୦ତମ ଟେଷ୍ଟରେ କଲେ ଏମିତି ନିଆରା କାରନାମା କଲେ ଇଶାନ୍ତ ଶର୍ମା

ଅହମ୍ମଦାବାଦ,୨୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ...

ପଡ଼ିଲା ପ୍ରଥମ ଉଇକେଟ

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମ ଉଇକେଟ ହରାଇଛି।...

ରବି ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୧୮ା୬ (ପି.ଟି.)-୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ସାମୟିକ...

ବହୁଦିନର ସ୍ବପ୍ନ ପୂରଣ ହୋଇଛି: କାର୍ତ୍ତିକ

କୋଲକାତା, ୧୬।୪(ପି.ଟି.)- ଯୁବ ଉଇକେଟ୍‌ କିପର ରିଷଭ ପନ୍ତଙ୍କୁ ପଛରେ ପକାଇ ଭେଟେରାନ ଦୀନେଶ କାର୍ତ୍ତିକ ଆସନ୍ତା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ...

ଭର୍ଷ୍ଟାପେନ୍‌ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କାଷ୍ଟିଲେଟ୍‌,୨୧ା୬ (ଏପି): ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଁ ପ୍ରି ମୋଟର...

ଫେରିଲା କୁଲଚା ଯୋଡ଼ି

କଲମ୍ବୋ,୧୮।୭: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛି ‘କୁଲଚା’ ଯୋଡ଼ି। କୁଲଚା ଭାବେ ପରିଚିତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ...

Advertisement
Archives

Model This Week