ଜାତୀୟ ରାଜପଥ ପ୍ରକଳ୍ପକୁ କାଳ ପ୍ରଶାସନିକ ଜଟିଳତା

ଭୁବନେଶ୍ୱର,୨୦।୬ (ସୁନିତ୍‌ ମିଶ୍ର): ଓଡ଼ିଶାରେ ଚାଲିଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ବର ସମ୍ମୁଖୀନ ହେଉଛି। ବିଭିନ୍ନ ପ୍ରକାର ପ୍ରଶାସନିକ ଜଟିଳତା କାରଣରୁ କାମରେ ବିଳମ୍ବ ହେଉଛି। ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନରେ ବିଳମ୍ବ, ଜଙ୍ଗଲ ଅନୁମୋଦନ, ୟୁଟିଲିଟି ସ୍ଥାନାନ୍ତର ଏବଂ ଜମି ମ୍ୟୁଟେଶନ ଭଳି ଅନେକ କାର୍ଯ୍ୟ ଅଧାରେ ରହିଥିବାରୁ ପ୍ରକଳ୍ପଗୁଡିକର ଅଗ୍ରଗତିରେ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ସମସ୍ତ ସମ୍ପୃକ୍ତ ଜିଲା ପ୍ରଶାସନ ଓ ବିଭାଗଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଗତ ୧୧ ତାରିଖରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି।
ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଇଆଇସି (ଇଞ୍ଜିନିୟର ଇନ୍‌ ଚିଫ୍‌), ଓପିଟିସିଏଲ୍‌ ନିର୍ଦ୍ଦେଶକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଯାଜପୁର, ନବରଙ୍ଗପୁର ଏବଂ ବାଲେଶ୍ୱର ଜିଲାପାଳ, ସମ୍ପୃକ୍ତ ଡିଏଫ୍‌ଓମାନଙ୍କୁ ଚିଠି ଲେଖି ସଞ୍ଜୟ କୁମାର କହିଛନ୍ତି, ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନେକ ପ୍ରକଳ୍ପର ଅଗ୍ରଗତି ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ରାମେଶ୍ୱର-କୋଣାର୍କ ଓ କୋଣାର୍କ-ପାରାଦୀପ ଉପକୂଳ ରାଜପଥ, ଚିଲିକା ମିସିଂ ଲିଙ୍କ୍‌, କ୍ୟାପିଟାଲ ରିଜିଅନ ଅଫ୍‌ ରିଂରୋଡ୍‌, ସମ୍ବଲପୁର ବାଇପାସ୍‌ ଓ କଟକ-କନ୍ଦରପୁର କରିଡର ଭଳି ପ୍ରକଳ୍ପ ରାଜ୍ୟର ସଡ଼କ ସଂଯୋଗ ଏବଂ ଆର୍ଥିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ। ଏନ୍‌ଏଚ୍‌ଏଆଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, କ୍ୟାପିଟାଲ ରିଜିଅନ ରିଂରୋଡ୍‌ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ମାତ୍ର ୫୫% ଉପଲବ୍ଧ ହୋଇଛି। ସେହିପରି ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲାର ପ୍ରାୟ ୨୦୯ କୋଟି ଟଙ୍କାର କ୍ଷତିପୂରଣ ବଣ୍ଟନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ରାମେଶ୍ୱର-କୋଣାର୍କ ଉପକୂଳ ରାଜପଥରେ ପ୍ରାୟ ୪୧୬ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୩୬୫ ହେକ୍ଟର ଜମି ଅଧିଗ୍ରହଣ ବାକି ଅଛି। ଜଙ୍ଗଲ ଅନୁମୋଦନ ପ୍ରକ୍ରିୟା ମଧ୍ୟ ଶେଷ ହୋଇନାହିଁ। କୋଣାର୍କ-ପାରାଦୀପ ଉପକୂଳ ରାଜପଥ ପାଇଁ ୩୬୯ ହେକ୍ଟର ଜମି ଆବଶ୍ୟକ। କିନ୍ତୁ ଆଦୌ ଜମି ଅଧିଗ୍ରହଣ କାମ ହୋଇନାହିଁ। ଅନେକ ଅଂଶରେ ବୃକ୍ଷ ଗଣନା ଓ ଅଣବନ ଜମି ଚିହ୍ନଟ କାର୍ଯ୍ୟ ଅପେକ୍ଷାରେ ରହିଛି।
ସେହିପରି ସମ୍ବଲପୁର ବାଇପାସ୍‌ ପ୍ରକଳ୍ପରେ ୧୯୫.୮ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୧୫୭ ହେକ୍ଟର ଜମି ଉପଲବ୍ଧ ହୋଇଛି, ଯାହା ମୋଟ୍‌ ଆବଶ୍ୟକତାର ୭୯ ପ୍ରତିଶତ ହେବ। ବଅଁରପାଳ-ଗୋଡ଼ିବନ୍ଧ(ଏନ୍‌ଏଚ୍‌-୧୪୯) ପ୍ରକଳ୍ପରେ ୭୦.୩୫ ହେକ୍ଟର ଜମି ଆବଶ୍ୟକ ଥିବାବେଳେ ୮୦ ପ୍ରତିଶତ ଜମି ଉପଲବ୍ଧ ହୋଇଛି। ତଥାପି କ୍ଷତିପୂରଣ ବଣ୍ଟନ ଓ ଗୃହ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା କାରଣରୁ କାମ ଆଗକୁ ବଢ଼ିପାରୁ ନାହିଁ। ଚଣ୍ଡିଖୋଲ-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଏନ୍‌ଏଚ୍‌-୧୬ ଭଳି ପ୍ରକଳ୍ପଗୁଡିକରେ ମଧ୍ୟ କ୍ଷତିପୂରଣ ବଣ୍ଟନ , ଜମି ମ୍ୟୁଟେଶନ ଓ ବିଦ୍ୟୁତ୍‌ ଟାଓ୍ବାର ସ୍ଥାନାନ୍ତର କାର୍ଯ୍ୟ ବହୁ ବିଳମ୍ବ ହେଲାଣି। ରାଜ୍ୟର ଅଧିଗୃହୀତ ୧୧୦୦୭ ହେକ୍ଟର ଜମି ମଧ୍ୟରୁ କେବଳ ୭୪୫୮ ହେକ୍ଟର ଜମିର ମ୍ୟୁଟେଶନ ସମ୍ପନ୍ନ ହୋଇଥିବାବେଳେ ୩୫୪୯ ହେକ୍ଟର ଜମିର ମ୍ୟୁଟେଶନ ଏ ପର୍ଯ୍ୟନ୍ତ ବାକି ରହିଛି। ଏହି ପ୍ରକ୍ରିୟା ତ୍ୱରାନ୍ବିତକରିବା ପାଇଁ ରାଜସ୍ବ ବିଭାଗର ହସ୍ତକ୍ଷେପ ମଧ୍ୟ ଲୋଡ଼ାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri