Posted inଜାତୀୟ

ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ

ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି ସେବାର ଆରମ୍ଭ ପ୍ରଥମ କରି ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କରାଯାଇଛି। ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦାଦର ଏବଂ ନଗର ହବେଲୀ, ଡାମନ-ଡିୟୁ, ଅଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଆଦିଠାରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ରବିବାରଠାରୁ କାର୍ଯ୍ୟ ଆରମ୍ଭ କରିଛି। ଏହି ଯୋଜନା ଅନ୍ତର୍ଗତ ଦେଶର ସମସ୍ତ ଜନସାଧାରଣଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଯୋଗାଥ ଦିଆଯିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗର ବିବରଣୀ, ଔଷଧ ବିଷୟରେ ଆବଶ୍ୟକ ତଥ୍ୟ, ହସ୍ପିଟାଲ ଏବଂ ଔଷଧ ଦୋକାନର ତଥ୍ୟ ଆଦି ରହିବ। ଏହି ସ୍ମାର୍ଟ କାର୍ଡ ଦ୍ୱାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସହଜରେ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ପାରିବ। ଡାକ୍ତର କାର୍ଡ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗ, ସେ ବ୍ୟବହାର କରୁଥିବା ଔଷଧ ସମ୍ପର୍କରେ କମ୍‌ ସମୟ ମଧ୍ୟରେ ଜାଣିପାରିବେ। ଏହାଦ୍ୱାରା ପରବର୍ତ୍ତୀ ଚିକିତ୍ସା ସହଜ ହୋଇପାରିବ। ଏଥିରେ ହେଲ୍‌ଥ ଆଇଡି, ବ୍ୟକ୍ତିଗତ ସ୍ବାସ୍ଥ୍ୟ ରେକର୍ଡ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ତଥ୍ୟ ଏବଂ ସ୍ବାସ୍ଥ୍ୟ ସେବା ସୁବିଧା ରେଜିଷ୍ଟ୍ରି ଆଦି ୪ଟି ବୈଶିଷ୍ଟ୍ୟ ରହିବ। ପରବର୍ତ୍ତୀ ସମୟରେ ଏହି କାର୍ଡରେ ଟେଲିମିଡ଼ସିନ୍‌ ଏବଂ ଇ-ଫାର୍ମାସୀ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ସରକାରଙ୍କୁ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ପ୍ରସ୍ତୁତ ଏବଂ ଏହାର ପ୍ରଣୟନ କ୍ଷେତ୍ରରେ ସୁବିଧା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri