Posted inଜାତୀୟ

ଜାତୀୟ ସଙ୍ଗୀତ-ଜାତୀୟ ଗୀତ ଏକ ସମାନ, ଉଭୟଙ୍କର ସମ୍ମାନ ଜରୁରୀ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ’ ପାଇଁ ଏକ ନୀତି ଆପଣାଇବା ଆବେଦନ ଉପରେ କେନ୍ଦ୍ର ସରକାର ଶନିବାର ଜବାବ ଦେଇଛନ୍ତି। ସରକାର କହିଛନ୍ତି ଯେ ଜାତୀୟ ସଂଗୀତ ଜାତୀୟ ଗୀତ ଏକ ସମାନ। ସରକାର ଏହା ମଧ୍ୟ କହିଛନ୍ତି ଯେ ନାଗରିକମାନେ ଉଭୟଙ୍କୁ ସମାନ ସମ୍ମାନ ଦେବା ଜରୁରୀ।

ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନ ଉପରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଙ୍ଗୀ ଏବଂ ଜଷ୍ଟିସ ସଚିନ ଦତ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ନୋଟିସ ଜାରି କରି କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଲୋଡିଥିଲେ।

ନ୍ୟାଶନାଲ କାଉନସିଲ ଅଫ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) କୁ ମଧ୍ୟ ଖଣ୍ଡପୀଠ ଏନେଇ ଜବାବ ମାଗିଛନ୍ତି। ଏହି ଆବେଦନରେ କେନ୍ଦ୍ର ତଥା ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଯାହା ଅନ୍ତର୍ଗତ ପ୍ରତ୍ୟେକ କାର୍ଯ୍ୟ ଦିବସର ଆରମ୍ଭରେ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ‘ଜନ ଗଣ ମନ’ ଏବଂ ‘ବନ୍ଦେ ମାତରମ’ ବଜାଯିବ ଏବଂ ଗାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !

ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚାଇନାରୁ ଆରମ୍ଭ...

ଭାଜପା ଏମପି ରାମଶଙ୍କର ସଦସ୍ୟ ପଦ ଯିବା ଆଶଙ୍କା, ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ……

ନୂଆଦିଲ୍ଲୀ,୭।୮ : ଉତ୍ତରପ୍ରଦେଶର ଇଟାୱାର ଭାଜପା ଲୋକସଭା ଏମପି ରାମଶଙ୍କର କାଠେରିଆଙ୍କୁ ଆଗ୍ରା ସ୍ପେଶାଲ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି...

ମାର୍ଚ୍ଚ ୧୦ରେ ମିଳିଯିବ ଜବାବ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହର୍‌ଦୋଇରେ ବିରୋଧୀ ଦଳ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତୁଷ୍ଟୀକରଣ ରାଜନୀତି ପାଇଁ ଆମକୁ ଆମର...

ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ...

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ଅଭେଦ୍ୟ ଚକ୍ରବ୍ୟୁହ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ମାଧ୍ୟମରେ ଭାଜପା ଉତ୍ତରପ୍ରଦେଶ (ୟୁପି)ରେ ଏକ ଅଭେଦ୍ୟ ଚକ୍ରବ୍ୟୁହ ଗଠନ କରିଛି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ...

ଶିନ୍ଦେ ଅବୈଧ ମୁଖ୍ୟମନ୍ତ୍ରୀ, ତାଙ୍କୁ ପଦରୁ ହଟାଇବ ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୭: ଉଦ୍ଧବ ବାଲାସାହେବ ଠାକରେ ଶିବସେନାର ରାଜ୍ୟ ସଭା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି...

୨୦୨୦ ବର୍ଷରେ ହୋଇଛି ବହୁ ପରିବର୍ତ୍ତନ, ବିଗିଡ଼ିଥିବା ସ୍ଥିତି ପୁଣି ହେଉଛି ସ୍ବାଭାବିକ : ମୋଦି

ନୂଆଦିଲ୍ଲୀ,୧୨।୧୨: ଚଳିତ ୨୦୨୦ ବର୍ଷରେ ଭାରତ ସମେତ ସମଗ୍ର ପୃଥିବୀରେ ବହୁ ପରିବର୍ତ୍ତନ ହୋଇଛି। ୨୦-୨୦(ଟୋଣ୍ଟି-ଟୋଣ୍ଟି) କ୍ରିକେଟ ମ୍ୟାଚ୍‌ ଠାରୁ ଏହି ବର୍ଷ ଅଧିକ ତୀବ୍ର...

Advertisement
Archives

Model This Week