ସଙ୍କଟରେ ଜାତୀୟ ପ୍ରାଣୀ ବାଘ

ନୟାଗଡ଼,୪ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ, ନୟାଗଡ଼ ବନଖଣ୍ଡର ଜଙ୍ଗଲ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲିି ଅଭିଯୋଗ ହୋଇଆସୁଛି। ଦୁଇ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନ ବିଭାଗ ମୁହଁ ଖୋଲୁନି। ତେବେ ୩ବର୍ଷରେ ୧୨ରୁ ଊର୍ଦ୍ଧ୍ୱ ବାଘଛାଲ ଜବତ ପରେ ବନବିଭାଗ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି। ତେବେ ବିଭିନ୍ନ ସମୟରେ ବାଘଛାଲ, ନଖ ଜବତ କରାଯାଇ ବାହାବା ନିଆଯାଉଛି। ଶିକାର ହୋଇଥିବା ବାଘ ଅନ୍ୟ ବନଖଣ୍ଡର ଦର୍ଶାଯାଇ ଦୋଷ ଖସା ଚାଲିଛି। ଅନ୍ୟପକ୍ଷେ ବାଘ ବଂଶ ବୃଦ୍ଧି ପାଇଁ ସଚେନତା ସୃଷ୍ଟି କରାଯାଉନି।
ନୟାଗଡ଼ ବନଖଣ୍ଡ ଇକିରି ପଞ୍ଚାୟତ ଝରଦେଇ ପୀଠ ନିକଟରୁ ନୟାଗଡ଼ ବନବିଭାଗ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ କରାଯାଇ କଲରାପତରିଆ ବାଘ ଛାଲ ଜବତ କରାଯିବା ସହ ୩ବ୍ୟବସାୟୀଙ୍କୁ ଗିରଫ କରାଯାଇ ରବିବାର ଜେଲ ପଠାଯାଇଛି। ସେହିପରି ଦଶପଲ୍ଲା ବ୍ଲକ କୁଆଁରିଆଁ ଡ୍ୟାମ ହରିଣ ପାର୍କ ନିକଟରୁ ନଭେମ୍ବର ୧୧ରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ବାଣିଗୋଛା ଥାନା ବାଲିବେରଣୀ ଗାଁର ଜଣେ ବାଘ ଶିକାରୀଙ୍କୁ ଗିରଫ ସହ ୨ଟି କଲରାପତରିଆ ବାଘଛାଲ ଜବତ କରିଥିଲା। ପୁଣି ପଞ୍ଚରିଡା ରେଞ୍ଜର ବନ କର୍ମଚାରୀମାନେ ୨୦୨୨ ଅଗଷ୍ଟରେ ଗୋଡିପଲ୍ଲୀ ଗାଁର ସଞ୍ଜୟ ସ୍ବାଇଁ ନାମକ ଜଣେ କଲରାପତରିଆ ବାଘ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ୪ବର୍ଷ ତଳେ ୪ଜଣ ଶିକାରୀ ମିଳିତ ହୋଇ ବାଘ ଶିକାର କରିଥିଲେ। ତେବେ ଶିକାର ସମୟରେ ବାଘ ସହ ଏକ ଫଟୋ ଉଠାଇ ଜଣେ ଶିକାରୀ ଫସିଥିବାବେଳେ ୩ଜଣ ଫେରାର ଅଛନ୍ତି। ୨୦୨୨ ସେପ୍ଟେମ୍ବରରେ ରଣପୁର ରେଞ୍ଜ ରଣପୁର ମଣିନାଗସାହିରୁ ଖୋର୍ଦ୍ଧା ବନବିଭାଗ ଚଢ଼ାଉ କରି ବାଘ ଦାନ୍ତ ଜବତ କରିଥିଲା। ୨୦୨୨ ନଭେମ୍ବର ୫ ଏସ୍‌ଟିଏଫ ଟିମ୍‌ ପକ୍ଷରୁ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ରେଞ୍ଜ(ପଶ୍ଚିମ) ବାଣିଗୋଛା ରେଞ୍ଜର କୁଅଁାରିଆ ଡ୍ୟାମ ନିକଟସ୍ଥ ଭୋଗବାଡ଼ି ଗାଁ ନିକଟରୁ ୨ଟି କଲରାପତରିଆ ବାଘଛାଲ, ୧ ହରିଣଛାଲ ଓ ୧ଟି ଶାଳିଆପତନି ଛାଲ ଜବତ କରିିଥିଲା। ବାଘ ସମେତ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ଏସ୍‌ଟିଏଫ ପକ୍ଷରୁ ଭୋଗବାଡ଼ି ଗାଁର ଭାଗବତ ମାଝି ଓରଫ ରମେଶ (୩୦) ନାମକ ଜଣେ ଶିକାରୀଙ୍କୁ ଗିରଫ କରାଯାଇଥିଲା। ପୁଣି ରଣପୁର ରେଞ୍ଜ ଅସୁରକୁମାରୀ ଜଙ୍ଗଲରେ ୨୦୨୦ ଏପ୍ରିଲରେ ଘଟିଥିବା ୨ ବାଘ ଶିକାର ଘଟଣା ଲୁଚିବା ବଦଳରେ ଗୁମର ଖୋଲିଗଲା। ହାଇକୋର୍ଟଙ୍କ ଛାଟ ପରେ ରଣପୁର ଥାନା ପୋଲିସ ବାଧ୍ୟ ହୋଇ ୯ ମାସ ପରେ ଖୋର୍ଦ୍ଧା ବନଖଣ୍ଡର ତତ୍‌କାଳୀନ ଏସିଏଫ୍‌ ରବୀନ୍ଦ୍ର ମହାପାତ୍ର, ତତ୍‌କାଳୀନ ରଣପୁର ଭାରପ୍ରାପ୍ତ ସହକାରୀ ରେଞ୍ଜର ଶରତ ଚନ୍ଦ୍ର ଶତପଥୀ, ତତ୍‌କାଳୀନ ଫରେଷ୍ଟ ଗାର୍ଡ ରିତା ସାହୁ, ରଣପୁର ଫରେଷ୍ଟର କୈବଲ୍ୟ ବେହେରା, ମା’ ଅସୁରକୁମାରୀ ବନ ସୁରକ୍ଷା ସମିତିର ସଭାପତି ସଦାଶିବ ଇନ୍ଦ୍ରଜିତ ଓ ସମ୍ପାଦକ ବିଜୟ କୁମାର ପରିଡା, ବଜ୍ରକୋଟ ଗାଁ ସଭାପତି ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱଙ୍କ ନାଁରେ ମାମଲା କରି ତଦନ୍ତ କରିଥିଲା। ସେହିପରି ୨୦୨୦ ଜୁନରେ ବନ୍ଧମୁଣ୍ଡା ସମିତି ସଭ୍ୟଙ୍କଠାରୁ ଗୋଟିଏ ବାଘଛାଲ ଜବତ କରାଯାଇ ଗିରଫ କରାଯାଇଥିଲା। ସେହିମାସ ୮ ତାରିଖରେ ଦଶପଲ୍ଲା ରେଞ୍ଜ ଗିରିପୂଜା ଜଙ୍ଗଲରୁ ୨ଜଣଙ୍କୁ ଗିରଫ କରାଯାଇ ବାଘ ଓ ହରିଣ ଛାଲ ଜବତ କରାଯାଇଥିଲା। ଏ ନେଇ ସମାଜିକ କର୍ମୀ ଦିଲୀପ ସମାନ୍ତରା କୁହନ୍ତି, ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ କଲରାପତରିଆ ବାଘ ଅଛନ୍ତି। ବିଭିନ୍ନ ସମୟରେ ପୁଣି ଶିକାର ହେଉଛି। ହେଲେ ଯେଉଁମାନେ ସୁରକ୍ଷା ଦେବା ପାଇଁ କାମ କରୁଛନ୍ତି ଓ ବାଘ ଶିକାର ଲୋକଲୋଚନକୁ ଆଣୁଛନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଉଛି। ଏଣୁ ବାଘ ବଂଶ ବୁଡ଼ି ଚାଲିଛି କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?