ରାଜ୍ୟର ୫୫ଟି ବ୍ଲଡ୍‌ ବ୍ୟାଙ୍କ୍‌ରେ କାର୍ଯ୍ୟକାରୀ ହେବ ନାଟ୍‌ ପଦ୍ଧତି

ଭୁବନେଶ୍ୱର,୨।୮(ଅଭିଜିତ ଦାସ): ରାଜ୍ୟରେ ରକ୍ତ ସଂକ୍ରମଣଜନିତ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି। ଅଧିକାଂଶ ରକ୍ତ ସଂକ୍ରମିତ ରୋଗୀ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବାବେଳେ ୨୦ରୁ ୩୦ ପ୍ରତିଶତ ସହରାଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ରକ୍ତଜନିତ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସମସ୍ତ ଜିଲା ବ୍ଲଡ୍‌ ବ୍ୟାଙ୍କରେ ନ୍ୟୁକ୍ଲିକ୍‌ ଏସିଡ୍‌ ପରୀକ୍ଷଣ(ନାଟ୍‌) ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷା କରାଯିବ। ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭୦ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି। ବିଶ୍ୱର ୨୭ଟି ଦେଶରେ ନାଟ୍‌ ପଦ୍ଧତି କାର୍ଯ୍ୟକାରୀ ହେଉଥିବାବେଳେ ରାଜ୍ୟ ସରକାର ଉକ୍ତ ବ୍ୟବସ୍ଥାକୁ ସମସ୍ତ ଜିଲାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛନ୍ତି।
ରକ୍ତରେ ଏଚ୍‌.ଆଇ.ଭି ୧ ଓ ୨, ହେପାଟାଇଟିସ୍‌ ବି ଏବଂ ସି ଆଦି ସଂକ୍ରମଣଜନିତ ରୋଗର ଠିକ୍‌ ନିରୂପଣ କରିବ ନାଟ୍‌ ପଦ୍ଧତି। ପୂର୍ବରୁ ରାଜ୍ୟରେ ୫ଟି ବ୍ଲଡ୍‌ବ୍ୟାଙ୍କରେ ନାଟ୍‌ ପଦ୍ଧତି କାର୍ଯ୍ୟକାରୀ କରାଯାଇଥିବାବେଳେ ବର୍ତ୍ତମାନ ୧୧ଟି ବ୍ଲଡ୍‌ବ୍ୟାଙ୍କରେ ନାଟ୍‌ ପଦ୍ଧତି ଜରିଆରେ ରକ୍ତ ନମୁନାର ପରୀକ୍ଷଣ କରାଯାଉଛି। ତେବେ ଖୁବ୍‌ଶୀଘ୍ର ଆଉ ୪୪ଟି ବ୍ଲଡ୍‌ବ୍ୟାଙ୍କରେ ଏହି ପଦ୍ଧତି କାର୍ଯ୍ୟକାରୀ କରାଯିବ। ନାଟ୍‌ ପଦ୍ଧତି ୨ ପ୍ରକାର ହୋଇଥିବାବେଳେ ପୂର୍ବରୁ ରାଜ୍ୟରେ ଏମ୍‌ପି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯାଉଥିଲା। ବର୍ତ୍ତମାନ ଆଇଡି-ନାଟ୍‌ରେ ରକ୍ତ ପରୀକ୍ଷଣ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଉକ୍ତ ପଦ୍ଧତି ଜରିଆରେ ପ୍ରତ୍ୟେକ ରୋଗୀଙ୍କ ଲାଗି ୧ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବାବେଳେ ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନାଟ୍‌ ପଦ୍ଧତିରେ ରୋଗୀଙ୍କ ରକ୍ତ ସଂକ୍ରମଣଜନିତ ରୋଗର ନିରୂପଣର ଠିକ୍‌ ରିପୋର୍ଟ ମିଳୁଥିବାରୁ ୨୦୧୨ରେ ହାଇକୋର୍ଟ ଉକ୍ତ ପଦ୍ଧତିକୁ ଆପଣାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ ରାଜ୍ୟରେ ନାଟ ପଦ୍ଧତିରେ ରକ୍ତ ପରୀକ୍ଷଣ ଆରମ୍ଭ ହୋଇଥିଲା। ଉକ୍ତ ପଦ୍ଧତିରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୭୧ ହଜାର ରୋଗୀଙ୍କ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେଥିରୁ ୩ ହଜାର ୯୪ ଜଣ ବିଭିନ୍ନ ପ୍ରକାର ରକ୍ତ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିଲାଗି ୨୦୨୩ ଜୁଲାଇ ସୁଦ୍ଧା ବିଭାଗ ପକ୍ଷରୁ ୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏବେ ପ୍ରତିବର୍ଷ ପ୍ରାୟ ୨୦ କୋଟି ଖର୍ଚ୍ଚ ହେଉଥିବାବେଳେ ଆଗକୁ ବୃଦ୍ଧି ଘଟିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?