Posted inଫୁରସତ

ଗୋଟିଏ ଫିଲ୍ମ ୨୯୨ଥର ଦେଖି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ବ୍ୟକ୍ତି

ଜଣେ ବ୍ୟକ୍ତି ଗୋଟିଏ ଫିଲ୍ମକୁ କେତେଥର ଦେଖିପାରିବେ? ଥରେ, ଦୁଇଥର କିମ୍ବା ୧୦ଥର କିନ୍ତୁ ଜଣେ ବ୍ୟକ୍ତି ତିନି ମାସ ମଧ୍ୟରେ ଗୋଟିଏ ଫିଲ୍ମକୁ ୨୯୨ ଥର ଦେଖି ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି।
ଆମେରିକାର ଫ୍ଲୋରିଡାଠାରେ ରହୁଥିବା ରାମିରୋ ଆଲାନିସ ଚଳିତ ବର୍ଷ ଡିସେମ୍ବର ୧୬, ୨୦୨୧ରୁ ମାର୍ଚ୍ଚ ୧୫, ୨୦୨୨ ମଧ୍ୟରେ ଫିଲ୍ମ ‘ସ୍ପାଇଡର୍‌-ମ୍ୟାନ: ନୋ ୱେ ହୋମ’କୁ ୨୯୨ ଥର ଦେଖିଥିଲେ। ଏହି ସୁପରହିଟ ଫିଲ୍ମ ଦେଖିବା ପାଇଁ ସେ ୭୨୦ ଘଣ୍ଟା ଅର୍ଥାତ୍‌ ୩୦ ଦିନ ବିତାଇଲେ। ଫିଲ୍ମ ଟିକେଟ ପାଇଁ ପ୍ରାୟ ୩,୪୦୦ ଡଲାର୍‌ (ପ୍ରାୟ ୨.୫୯ ଲକ୍ଷ ଟଙ୍କା) ଖର୍ଚ୍ଚ କରିଛନ୍ତି। ପ୍ରଥମ କିଛି ସପ୍ତାହ ପାଇଁ, ଆଲାନିସ ପ୍ରତିଦିନ ପାଞ୍ଚଟି ସ୍କ୍ରିନିଂ ଦେଖୁଥିଲେ, ଅର୍ଥାତ୍‌ ଦିନକୁ ୧୨ ଘଣ୍ଟା ୨୦ ମିନିଟ୍‌ ପରଦାକୁ ଚାହିଁ ରହୁଥିଲେ। ଏକାଧିକ ଥର ଫିଲ୍ମ ଦେଖିବା ଏକ କଷ୍ଟକର କାର୍ଯ୍ୟ। ରେକର୍ଡ ପାଇଁ କିଛି ର୍ନିଦ୍ଦିଷ୍ଟ ସର୍ତ୍ତ ଅଛି ଯାହା ପୂରଣ ହେବା ଆବଶ୍ୟକ। ରେକର୍ଡ ତିଆରି କରୁଥିବା ବ୍ୟକ୍ତିଙ୍କୁ କେବଳ ସ୍କ୍ରିନିଂ ସମୟରେ ଫିଲ୍ମ ଦେଖିବାକୁ ପଡିବ। ଏହାର ଅର୍ଥ, ବ୍ୟକ୍ତି ଜଣକ ସେମାନଙ୍କ ଫୋନକୁ ଦେଖିପାରିବେ ନାହିଁ, ବାଥରୁମ ବିରତି ନେଇ ପାରିବେ ନାହିଁ କିମ୍ବା ଶୋଇ ମଧ୍ୟ ପାରିବେ ନାହିଁ। ତାଙ୍କୁ ପ୍ରତ୍ୟେକ ଥର ସମ୍ପୂର୍ଣ୍ଣ ଫିଲ୍ମ ଦେଖିବାକୁ ପଡିବ।
ରାମିରୋ ଆଲାନିସ ପୂର୍ବରୁ ୨୦୧୯ରେ ‘ଆଭେଞ୍ଜର୍ସ: ଏଣ୍ଡଗେମ’ ଦେଖିବାର ରେକର୍ଡ ହାସଲ କରିଥିଲେ। କିନ୍ତୁ ସେହି ରେକର୍ଡ ୨୦୨୧ ମସିହାରେ ଅର୍ଣ୍ଣାଉଡ କ୍ଲିନଙ୍କ ଦ୍ୱାରା ଭାଙ୍ଗି ଯାଇଥିଲା, ଯିଏକି ‘କାମେଲଟ: ଫାଷ୍ଟ ଇନ୍‌ଷ୍ଟଲ୍‌ମେଣ୍ଟ’ ୨୦୪ ଥର ଦେଖିଥିଲେ।

https://twitter.com/agalanis17/status/1503551253082685450


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri