ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବ ନାସା

ଓ୍ବାଶିଂଟନ, ୨୨।୯: ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଯୋଜନା କରିଛି। ଏସମ୍ପର୍କରେ ନାସାର ପ୍ରଶାସକ ଜିମ୍‌ ବ୍ରିଡେନ୍‌ଷ୍ଟାଇନ୍‌ ସୂଚନା ଦେଇଛନ୍ତି। ନାସାର ପରବର୍ତ୍ତୀ ଚନ୍ଦ୍ର ମିଶନରେ ପୁରୁଷଙ୍କ ସହିତ ମହିଳା ସାମିଲ ହେବେ ବୋଲି ସେ କହିଛନ୍ତି। ଗତ ୪ ବର୍ଷ ଧରି ନାସା ଏହା ଉପରେ ଚିନ୍ତା କରୁଥିଲା। ଗତ ୧୮ ମାସ ହେଲା ଏହି ପ୍ରକଳ୍ପ ଉପରେ କାର୍ଯ୍ୟଧାରା ଜାରି ରହିଥିବା ସେ କହିଛନ୍ତି। ୧୯୭୨ରେ ପ୍ରଥମ ଚନ୍ଦ୍ର ମିଶନରେ ମହାକାଶଚାରୀ ଚନ୍ଦ୍ରରେ ପାଦ ଥାପିଥିଲେ। ଏହାର ୫୨ ବର୍ଷ ପରେ ୨୦୨୪ରେ ଉଭୟ ମହିଳା ଏବଂ ପୁରୁଷଙ୍କୁ ଚନ୍ଦ୍ର ମିଶନରେ ସାମିଲ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିବା ଜିମ୍‌ କହିଛନ୍ତି। ଏହି ମିଶନରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ ଭଲ ଭାବରେ କରାଯିବା ସହିତ ଏଠାରେ ବସତି ସ୍ଥାପନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଅଧ୍ୟୟନରେ ରୋବୋ ସହିତ ଅନ୍ୟାନ୍ୟ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା...

ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ମହିଳାଙ୍କର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ମୃତ୍ୟୁ

କାଠମାଣ୍ଡୁ,୧୯।୫: ନେପାଳର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ରୋଗଗ୍ରସ୍ତ ହେବାରୁ ଜଣେ ୫୯ ବର୍ଷୀୟା ଭାରତୀୟ ପର୍ବତାରୋହୀଙ୍କର ଗୁରୁବାର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ମହିଳା...

ଛାତରୁ ଏମିତି ଓହ୍ଲାଉଛି କୁକୁର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କୃଷ୍ଣସାଗର ଉପରେ ରୁଷିଆ ନଜର

କ୍ୱିଭ୍‌, ୭ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ରବିବାର ୧୧ ଦିନ ପୂରିଥିବାବେଳେ ଦକ୍ଷିଣ-ପୂର୍ବ ବନ୍ଦର ସହର ମାରିୟୁପୋଲରେ ଦ୍ୱିତୀୟ ଥର ସାମୟିକ ଭାବେ ଅସ୍ତ୍ରବିରତି...

୧୩୮ ନିୟୁତ ଘଣ୍ଟା ନିଦ ଚୋରି

ହେଲସିନ୍‌କି,୯ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶବାସୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଦେଇଥିଲା। ସ୍ବାଭାବିକ ସମୟ ଅପେକ୍ଷା ମତଦାନ ରାତିରେ ଲୋକଙ୍କ ଚାପ ଓ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା...

ଏମିତି ସହର, ଯେଉଁଠି ପ୍ରତିବର୍ଷ ମାଙ୍କଡ଼ଙ୍କ ପାଇଁ ଆୟୋଜନ କରାଯାଏ ବଫେ

ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି। ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଏହିପରି ଏକ ବିଶ୍ୱାସ...

ଭାରତୀୟ ଘଷି ବିକ୍ରି ହେଉଛି ଆମେରିକାରେ, ପ୍ୟାକେଟ୍‌ର ଦାମ୍‌ ରହିଛି…

ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଆମେରିକାର ଜଣେ ବ୍ୟକ୍ତି ଏମିତି କିଛି ଖାସ୍‌ କରି ଦେଖାଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

୨୦୨୨ ସୁଦ୍ଧା ଏକ ଚତୁର୍ଥାଂଶ ଲୋକଙ୍କ ପାଖରେ ବି ପହଞ୍ଚି ପାରିବନି କରୋନା ଟିକା

ଓ୍ବାଶିଂଟନ,୧୬।୧୨: ପୃଥିବୀରେ କରୋନା ଆତଙ୍କ ଜାରି ରହିଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାଦାନ ନେଇ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ୨୦୨୨ ସୁଦ୍ଧା ପୃଥିବୀର...

Advertisement
Archives

Model This Week