ନାସା ଖୋଜୁଛି ‘ଧ୍ୱଂସର ଦେବତା’

ଓ୍ବାଶିଂଟନ୍‌,୨୮ା୧୨ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ‘ଧ୍ୱଂସର ଦେବତା’ଙ୍କୁ ଠାବ କରିବା ପାଇଁ ଅଭିଯାନ ଚଳାଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର କକ୍ଷପଥର ନିକଟତର ହେବାରେ ଲାଗିଛି। ନିକଟରେ ଦୂରନ୍ତ ମହାକାଶରୁ ଫେରିଥିବା ନାସାର ଏକ ସ୍ପେସ୍‌କ୍ରାଫ୍ଟ ଏହା ଉପରେ ଗବେଷଣା ଚଳାଇଛି।
୨୦୨୯ରେ କ୍ଷୁଦ୍ରଗ୍ରହ ‘ଆପୋଫିସ୍‌’ ନିକଟକୁ ଯାଇ ଅନୁଧ୍ୟାନ କରିବା ପାଇଁ ନାସାର ମହାକାଶଯାନ ଓଏସ୍‌ଆର୍‌ଆଇଏସ୍‌-ରେକ୍ସକୁ ପଠାଯାଇଛି। କାରଣ ଏହି ସ୍ପେସ୍‌କ୍ରାଫ୍ଟ ଆପୋଫିସ୍‌ ସମ୍ପର୍କରେ ଅନେକ ଅଜଣା ତଥ୍ୟ ହାସଲ କରିବ, ଯାହାକି ଇତିହାସରେ ପୂର୍ବରୁ କେବେ ରେକର୍ଡ କରାଯାଇ ନ ଥିଲା ବୋଲି ନାସା ପକ୍ଷରୁ କୁହାଯାଇଛି। ୭ ବର୍ଷ ଧରି ବେନ୍ନୁ କ୍ଷୁଦ୍ରଗହରେ ଅନୁଧ୍ୟାନ ପରେ ସେଠାରୁ ପଥରର ନମୁନା ଧରି ଗତ ସେପ୍ଟେମ୍ବରରେ ମହାକାଶଯାନ ପୃଥିବୀ ପୃଷ୍ଠକୁ ଫେରିଥିଲା। ଗଡ୍‌ ଅଫ୍‌ କେଓସ୍‌ ବା ଧ୍ୱଂସର ଦେବତା ନାମ ଦିଆଯାଇଥିବା ଆପୋଫିସ୍‌ ୨୦୨୯ ଏପ୍ରିଲ ୧୩ରେ ପୃଥିବୀର ନିକଟତର ହୋଇପାରେ। ସେତେବେଳେ ଏହାର ଦୂରତା ପୃଥିବୀଠାରୁ ମାତ୍ର ୨୦,୦୦୦ ମାଇଲ ରହିବ। ଏତିକି ଦୂରତା କୃତ୍ରିମ ଉପଗ୍ରହଗୁଡ଼ିକ ସହ ରହିଥାଏ। ତେଣୁ ଇଷ୍ଟର୍ନ ହେମିସ୍ପିୟରରେ ଏହା ଦୃଶ୍ୟମାନ ହେବ। ୩୭୦ ୟାର୍ଡ ଆକାରର ଏହି କ୍ଷୁଦ୍ରଗ୍ରହ ପ୍ରତି ୭,୫୦୦ ବର୍ଷରେ ପୃଥିବୀ ନିକଟକୁ ଆସିଥାଏ। କକ୍ଷପଥ ନିକଟକୁ ଆସିଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ପ୍ରଭାବିତ କରିବ। ଏଥିଯୋଗୁ ପୃଥିବୀ ପୃଷ୍ଠ ଉପରେ କିପରି ପରିବର୍ତ୍ତନ ଆସିବ ତାହା ଓଏସ୍‌ଆର୍‌ଆଇଏସ୍‌-ରେକ୍ସ ବୁଝିବାକୁ ଚେଷ୍ଟା କରିବ ବୋଲି ମିଶନ ପ୍ରୋଜେକ୍ଟ ବୈଜ୍ଞାନିକ ଏମି ସାଇମନ୍‌ ସୂଚନା ଦେଇଛନ୍ତି।
ଗଡ୍‌ ଅଫ୍‌ କେଓସ୍‌ରେ ବର୍ତ୍ତମାନ ଦିନକୁ ୩୦.୬ ଘଣ୍ଟା ରହିଛି। ପୃଥିବୀ ନିକଟକୁ ଆସିଲେ ଦିନର ସମୟରେ ପରିବର୍ତ୍ତନ ଆସିପାରେ। ଏପରି କି ଉକ୍ତ କ୍ଷୁଦ୍ରଗ୍ରହରେ ଭୂସ୍ଖଳନ ଓ ଭୂକମ୍ପ ମଧ୍ୟ ସୃଷ୍ଟି ହୋଇପାରେ। ମହାକାଶ ଓ କ୍ଷୁଦ୍ରଗ୍ରହଗୁଡ଼ିକ ସମ୍ପର୍କରେ ଗବେଷଣା ପାଇଁ ଏହି ମିଶନ ମାଇଲଖୁଣ୍ଟ ହେବ ବୋଲି ଆରିଜୋନା ୟୁନିଭର୍ସିଟିରେ ଓଏସ୍‌ଆର୍‌ଆଇଏସ୍‌-ରେକ୍ସ ପାଇଁ ଗବେଷଣା କରିଥିବା ଡାନି ମେନ୍‌ଡୋଜା ଡେଲ୍ଲା ଗିଉଷ୍ଟିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri