ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ନିଜର ମିଶନ ଲଞ୍ଚ କରିବାକୁ ଯାଉଛି। ଏହି ମିଶନର ମୁଖ୍ୟ କଥା ହେଲା ଏଥିରେ ଗୋଟିଏ ରୋଭର ଏବଂ ଗୋଟିଏ ଡ୍ରୋନ୍‌ ହେଲିକପ୍ଟର ରହିଛି। ରୋଭର ମଙ୍ଗଳ ଗ୍ରହରେ ଚାଲିବ ଏବଂ ହେଲିକପ୍ଟର ଉଡ଼ିକି ଡାଟା ବା ତଥ୍ୟ ସଂଗ୍ରହ କରିବ।


ଏହି ମିଶନର ନାମ ପରଜେଭେରାନ୍ସ ମାର୍ସ ରୋଭର ଏବଂ ଇଞ୍ଜିନ୍ୟୁଟି ହେଲିକପ୍ଟର। ପରଜେଭେରାନ୍ସ ମାର୍ସ ରୋଭରର ଓଜନ ୧୦୦୦ କିଲୋଗ୍ରାମ ହୋଇଥିବା ବେଳେ ହେଲିକପ୍ଟରର ଓଜନ ୨ କିଲୋଗ୍ରାମ। ମାର୍ସ ରୋଭର ପରମାଣୁ ଶକ୍ତିରେ ଚାଲିବ। ଯାହାକି ପ୍ରଥମର ଥର ପାଇଁ କୌଣସି ରୋଭରରେ ପ୍ଲୁଟେନିୟମର ଇନ୍ଧନର ଉପଯୋଗ କରାଯାଇଛି। ଏହି ରୋଭର ମଙ୍ଗଳ ଗ୍ରହରେ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ। ଏଥିରେ ୭ ଫୁଟର ରୋବେଟିକ୍‌ ଆର୍ମ, ୨୩ଟି କ୍ୟାମେରା ଏବଂ ଗୋଟିଏ ଡ୍ରିଲ୍‌ ମେଶିନ୍‌ ଲାଗିଛି। ଏହା ମଙ୍ଗଳଗ୍ରହର ଫଟୋ, ଭିଡିଓ ଏବଂ ନମୁନା ଆଣିପାରିବ।

ସେହିପରି ମଙ୍ଗଳଗ୍ରହରେ କାର୍ବନ ଡାଇଅକ୍ସାଇଡରୁ ଅମ୍ଳଜାନ ତିଆରି କରିବା ପାଇଁ ପରଜେଭେରାନ୍ସ ମାର୍ସ ରୋଭର ଏବଂ ଇଞ୍ଜିନିୟରିଂ ଚପର କାର୍ଯ୍ୟ କରିବ। ପାଣିପାଗ ଅଧ୍ୟୟନ କରିବ। ଯାହାଫଳରେ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ଯାଉଥିବା ମହାକାଶଚାରୀମାନେ ସହଜ ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲ ରାଷ୍ଟ୍ରପତି କହିଲେ, ‘ଧନ୍ୟବାଦ ମୋଦି’

ନୂଆଦିଲ୍ଲୀ,୨୩।୧: ବ୍ରାଜିଲ ରାଷ୍ଟ୍ରପତି ଜେଏର୍‌ ବୋଲ୍ସୋନାରୋ ୨୦ ଲକ୍ଷ କୋଭିଡ-୧୯ ଟିକା ଦେବା ଲାଗି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁମ୍ବାଇ ବିମାନବନ୍ଦରରୁ...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ: ଡେଲ୍‌ଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା,୧୫।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଏ ଗେବ୍ରେୟେସସ କହିଛନ୍ତି ଯେ,...

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌...

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ...

ଗଛ ପାଲଟୁଛି ଆସବାବ

କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍‌ ମୁନ୍‌ରୋ ଏବଂ ଆଲାଇସ୍‌...

ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ...

ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

କଇଁଚି ପରିବର୍ତ୍ତେ ହାତୁଡ଼ି, କାଚରେ କଟାଯାଉଛି କେଶ, ଅଧିକ ଆକର୍ଷିତ ହେଉଛନ୍ତି ଗ୍ରାହକ

ବାରିକ କଇଁଚି ସହାୟତାରେ ଗ୍ରାହକଙ୍କର କେଶ କାଟିଥାଏ। ଏହା ସମସ୍ତେ ଜାଣନ୍ତି। ହେଲେ ପାକିସ୍ତାନର ଲାହୋର ସହରରେ ଏମିତି ଜଣେ ବାରିକ ଅଛନ୍ତି, ଯିଏ କି...

Advertisement
Archives

Model This Week